Home ଜିଲ୍ଲା ପରିକ୍ରମା ବର୍ଷା ଦେଲା ଚାଷୀଙ୍କୁ ସଂଜିବନୀ

ବର୍ଷା ଦେଲା ଚାଷୀଙ୍କୁ ସଂଜିବନୀ

105

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚଳିତ ବର୍ଷ ରଜ ସରିବା ପରେ ମୈାସୁମୀ ଆସିଥିଲା କିନ୍ତୁ ମୈାସୁମୀ ବର୍ଷାର ଲୁଚକାଳି ଖେଳ ଯୋଗୁଁ ପାଗ ନ ଥିବାରୁ ୯୫ ଭାଗ ଜମିରେ ଧାନ ତଳି କିମ୍ବା ଧାନ ବୁଣା କାର୍ଯ୍ୟ ହୋଇ ପାରି ନଥିଲା । ଯଦ୍ୱାରା ଚାଷୀ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଥିଲା । କିନ୍ତୁ ଗତ କିଛି ଦିନ ହେବ ବର୍ଷା ଯୋଗୁଁ ଚାଷ ଜମିରେ ପାଣି ଜମିଛି । କିଛି ପରିମାଣରେ ବର୍ଷା ହେବାରୁ ଚାଷୀ କିଆରିରେ ଧାନତଳି ପକାଇବା ପାଇଁ କାଦୁଅ କାର୍ଯ୍ୟ ଆରମ୍ଭ କରିଛି । ପ୍ରକାଶ ଯେ:ଆଗରପଡ଼ା ତଥା ଏହାର ଆଖପାଖ ଅଂଚଳରେ ପ୍ରାୟ ୮୦ ଭାଗ ଚାଷ ଉପରେ ନିର୍ଭର କରୁଥିବା ବେଳେ ୨୦ ଭାଗ ସରକାରୀ ଚାକିରୀଆ ଅଛନ୍ତି । ରଜ ପୂର୍ବରୁ ଜମିରେ ହଳ କରାଯାଇଥାଏ ମାତ୍ର ପ୍ରବଳ ଗରମ ଓ ଗ୍ରୀଷ୍ମ ଋତୁ ଯୋଗୁଁ ଜମି ଟାଣ ହୋଇଯିବା ଫଳରେ ଏହି କାର୍ଯ୍ୟ ସମ୍ଭବପର ହୋଇନଥିଲା । ପାଣିପାଗର ଅନିୟମିତତା ଯୋଗୁଁ ଧାନ ବୁଣା ଓ ତଳି ପକାରେ ଅହେତୁକ ବିଳମ୍ବ ହୋଇଥିଲା କିନ୍ତୁ ବର୍ତ୍ତମାନ ବର୍ଷା ହେବା ଯୋଗୁଁ ଚାଷୀ ଚାଷ ପାଇଁ ଅଣ୍ଟା ଭିଡ଼ିଛି । ବର୍ଷାର ଅନିୟମିତତା ଯୋଗୁଁ ପ୍ରାୟ ଏକମାସ ବିଳମ୍ବରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିଲେ ସୁଦ୍ଧା ବର୍ଷା ଚାଷୀ ମନରେ ଉତ୍ସାହ ସୃଷ୍ଟି କରିଛି । ଶ୍ରାବଣ ମାସର ପ୍ରଥମ ସପ୍ତାହରୁ ବର୍ଷା ଯୋଗୁଁ ଚାଷୀର ଉତ୍ସାହ ଦ୍ୱିଗୁଣିତ ହୋଇଥିବାର ଦେଖିବାକୁ ମିଳିଛି । ବର୍ଷା ନହେବା ଫଳରେ ଚାଷ କାର୍ଯ୍ୟ ଆଜିଯାଏ ଆରମ୍ଭ ହୋଇପାରି ନଥିଲା । ଏଥିନେଇ ଚାଷୀମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା । ସାଧାରଣତଃ ରଜ ସଂକ୍ରାନ୍ତି ପର ଠାରୁ ଚାଷୀମାନେ ଚାଷକାର୍ଯ୍ୟ ଆରମ୍ଭ କରିଥାନ୍ତି । ମାତ୍ର ବର୍ଷାର ଅନିୟମିତତା ଯୋଗୁଁ ଚାଷୀମାନେ ଚାଷକାର୍ଯ୍ୟ କରି ନ ପାରି ହତାଶ ହୋଇପଡ଼ିଥିଲେ । ଚାଷୀମାନଙ୍କ ଉପରେ ପ୍ରକୃତି ବାରମ୍ବାର ଦାଉ ସାଜୁଥିବାର ଲକ୍ଷ୍ୟ କରାଯାଉଛି । କେତେବେଳେ ମରୁଡ଼ି ପୁଣି କେତେବେଳେ ବିଭିନ୍ନ ପୋକଦାଉରୁ ଚାଷ ହାନୀ, ଅମଳ ହେବା ପରେ ବିକ୍ରୀ ପାଇଁ ମଣ୍ଡିରେ ଧାନ ମାସମାସ ଧରି ପଡ଼ି ରହିବା ପୁଣି ଧାନ ବିକ୍ରୀ ଅର୍ଥ ତୁରନ୍ତ ନ ମିଳିବା ଆଦି ସମସ୍ୟା ନେଇ ଚାଷୀକୂଳ ବାରମ୍ବାର ଗତି କରୁଛନ୍ତି । ଏଥି ସହିତ ସରକାରୀ ଆର୍ଥିକ ସହାୟତା ମିଳିବା କ୍ଷେତ୍ରରେ ଟାଳଟୁଳ ନୀତି ଚାଷୀମାନଙ୍କୁ ଆଶାକୁ ଧୂଳିସାତ୍ କରୁଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.