Home ଜିଲ୍ଲା ପରିକ୍ରମା ବର୍ଷାଜଳ ନିଷ୍କାସନ ହେଉନି; ପାଣି ଘେରରେ ଶତାଧିକ ଲୋକ

ବର୍ଷାଜଳ ନିଷ୍କାସନ ହେଉନି; ପାଣି ଘେରରେ ଶତାଧିକ ଲୋକ

41

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ଲୋକମାନଙ୍କର ମୈାଳିକ ସୁବିଧାରେ ସୁଧାର ଆଣିବାକୁ ଚେଷ୍ଟିତ ହେଉଥିବା ବେଳେ ଲୋକପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଓ ଅସହଯୋଗ ଯୋଗୁଁ ସେ ଏଥିରେ ସଫଳ ହୋଇପାରୁନଥିବା ପରିଲକ୍ଷିତ ହେଉଛି । ଏହିପରି ଏକ ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଭଦ୍ରକ ଜିଲା ବନ୍ତ ବ୍ଲକ ଛୟାଳସିଂ ପଂଚାୟତ ୧ନଂ ୱାର୍ଡ଼ ଅନ୍ତର୍ଗତ ମଙ୍ଗୁଲି ଗ୍ରାମର ରାଉତ ସାହିବାସୀଙ୍କ ଠାରେ । ସୂଚନା ଅନୁଯାୟୀ: ରାଉତ ସାହିର ଲୋକ ସଂଖ୍ୟା ପାଖାପାଖି ୨ଶହ ହୋଇଥିବା ଉକ୍ତ ସାହିରେ ଜଳନିଷ୍କାସନର ସୁବନ୍ଦୋବସ୍ତ ନଥିବାରୁ ବର୍ତ୍ତମାନ ସାହିବାସୀ ପାଣିଘେରରେ ରହିଥିବାର ଦେଖିବାକୁ ମିଳୁଛି । ଏବଂ ଉକ୍ତ ସମସ୍ୟା ଯୋଗୁଁ ଏହି ରାସ୍ତା ଉପରେ ନିର୍ଭର କରୁଥିବା ୪/୫ଟି ଗାଁର ବାସୀନ୍ଦା ମଧ୍ୟ ବିଭିନ୍ନ ସମସ୍ୟାର ସମ୍ମୁଖିନ ହେଇଛନ୍ତି । ସାହିବାସୀଙ୍କ ଅଭିଯୋଗ ଅନୁଯାୟୀ : ପ୍ରତିବର୍ଷ ସେମାନେ ବର୍ଷାଋତୁ ଆସିଲେ ପାଣିଘେରରେ ରହିବାସହ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇ ଆସୁଛନ୍ତି ଏବଂ ଉକ୍ତ ସମସ୍ୟାକୁ ନେଇ ବିଭିନ୍ନ ଅଧିକାରୀଙ୍କ ଠାରେ ଅଭିଯୋଗ କରିଆସୁଥିଲେ ସୁଦ୍ଧା ଅଦ୍ୟାବଧି କିଛି ସୁଫଳ ତାଙ୍କୁ ମିଳିପାରି ନାହିଁ । ବର୍ତ୍ତମାନ ବର୍ଷାଋତୁ ଚାଲିଥିବାରୁ ସାମାନ୍ୟ ବର୍ଷା ହେଲେ ସାହିବାସୀ ଜଳବନ୍ଦୀରେ ରହୁଛନ୍ତି । ରାସ୍ତାରେ ୨ଫୁଟ ଉଚ୍ଚତାରେ ପାଣି ଜମି ରହୁଛି ଯଦ୍ୱାରା ନିତ୍ୟବ୍ୟବହାର୍ଯ୍ୟ ଜିନିଷ ପାଇଁ ସେମାନଙ୍କୁ ଆଣ୍ଠୁଏ ପାଣିରେ ବିପଦ ସଙ୍ଗୁଳ ପରିସ୍ଥିତିରେ ଯାଆ ଆସ କରିବାକୁ ପଡ଼ୁଛି । କୁନିକୁନି ପିଲାମାନଙ୍କ ପାଇଁ ଏହା ବିପଦ ସୃଷ୍ଟି କରିବା ସହ ଡ଼େଙ୍ଗୁ ଆଦି ରୋଗର ଭୟ ସୃଷ୍ଟି କରୁଛି । ରାସ୍ତା ସମସ୍ୟାକୁ ନେଇ ଗୁରୁବାର ପ୍ରଫୁଲ୍ଲ ରାଉତ,ରଙ୍ଗାଧର ରାଉତ,ସୁକାନ୍ତ ରାଉତ,ଅମୁଲ୍ୟ ରାଉତ,କୈଳାଶ ରାଉତ,ନିରୁପମା ରାଉତ,ଚିନ୍ମୟ ନାଥ,ପ୍ରିୟବ୍ରତ ରାଉତ,ବିଜୟ ରାଉତ,ରମାକାନ୍ତ କର ପ୍ରମୁଖ ଗ୍ରାମବାସୀ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଠାରେ ଲିଖିତ ଅଭିଯୋଗ କରିବା ସହ ଏହାର ଏକକିତା ନକଲ ମୁଖ୍ୟମନ୍ତ୍ରୀ,ଜିଲ୍ଲାପାଳ ଓ ଗ୍ରାମ୍ୟଉନ୍ନୟନ ଅଧିକାରୀଙ୍କୁ ପ୍ରେରଣ କରିଥିବା ଜଣାପଡ଼ିଛି । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ସାହିବାସୀଙ୍କ ପକ୍ଷରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.