Home ଜିଲ୍ଲା ପରିକ୍ରମା ବର୍ଷା ଦିନରେ ଯୋଗାଯୋଗ ବିଛିନ୍ନ ହେଉଥିବା ଦୁଇ ସହର ମଧ୍ୟରେ ପୋଲ ନିର୍ମାଣ ହେବ କେବେ...

ବର୍ଷା ଦିନରେ ଯୋଗାଯୋଗ ବିଛିନ୍ନ ହେଉଥିବା ଦୁଇ ସହର ମଧ୍ୟରେ ପୋଲ ନିର୍ମାଣ ହେବ କେବେ ?

72

ସଇଁତଲା ୧୯-୦୬ (ଓଡ଼ିଆ ପୁଅ-ସନ୍ତୋଷ ନାୟକ) : ବଲାଙ୍ଗୀର ଜିଲ୍ଲାର ସଇଁତଲାରୁ ବଡ଼ମାଲ ଦେଇ ଟିଟିଲାଗଡ଼କୁ ସଂଯୋଗ କରୁଥିବା ରାସ୍ତାରେ ଲାନ୍ତ ନଦୀରେ ପୋଲ ନିର୍ମାଣ ହୋଇ ନ ଥିବା ନେଇ ଦୀର୍ଘ ଦିନରୁ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ପ୍ରକାଶ ଯେ, ଦୀର୍ଘ ବର୍ଷ ଧରି ଏହି ପୋଲ ନିର୍ମାଣ ପାଇଁ ଦାବି ହୋଇ ଆସୁଥିବା ବେଳେ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସାଧାରଣ ଲୋକଙ୍କ ପାଇଁ ଆଗାମୀ ବର୍ଷା ଋତୁରେ ପ୍ରତିବର୍ଷ ପରି ଯୋଗାଯୋଗ ବିଚ୍ଛିନ୍ନ ହେବା ନେଇ ଏବେଠୁ ସମସ୍ୟା ସୃଷ୍ଟି ହେଉଛି। ସାଧାରଣ ଲୋକେ ବାଧ୍ୟ ହୋଇ ୨୫ କି.ମି. ଦୂର ଫପସି ଗ୍ରାମ ଦେଇ ଯିବା ଆସିବା କରିଥାନ୍ତି। ଏପରି କି ଆମ୍ବୁଲାନ୍ସ ଗୁଡ଼ିକ ଏହି ଦୀର୍ଘ ରାସ୍ତା ଅତିକ୍ରମ କରି ଯାଉଥିବା ବେଳେ ଅନେକଙ୍କ ଉକ୍ତ ଆମ୍ବୁଲାନ୍ସରେ ମୃତ୍ୟୁ ଘଟିଥିବା ନଜିର ରହିଛି। ଆଗାମୀ ବର୍ଷା ସମୟରେ ସାଧାରଣ ନିର୍ମାଣ କରିଥିବା ମାଟି ରାସ୍ତା ଧୋଇ ହୋଇଯିବା ସାର ହେବ। ସରକାର ଉନ୍ନତି ନେଇ ଡିଣ୍ଡିମ ପିଟୁଥିବା ବେଳେ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଏପରି ଅପହଞ୍ଚ ହୋଇ ପଡୁଥିବା ଅଞ୍ଚଳରେ ଏକ ପୋଲ ନିର୍ମାଣ ନ କରିବା ସରକାର ଙ୍କ ବେଖାତିର ମନୋଭାବ ର ସ୍ପଷ୍ଟ ପ୍ରମାଣ ଅଟେ। ଏ ଦିଗରେ ତୁରନ୍ତ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲରୁ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.