Home ଓଡ଼ିଶା ବର୍ତମାନର ଘଡିସନ୍ଧି ମୁହୁର୍ତରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି...

ବର୍ତମାନର ଘଡିସନ୍ଧି ମୁହୁର୍ତରେ ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଲେ ବିରୋଧୀ ଦଳ ନେତା

847

ଭୁବନେଶ୍ୱର, ୨୨/୦୪ (ଓଡ଼ିଆ ପୁଅ) : ବୈଶ୍ୱିକ ମହାମାରୀ କରୋନାଜନିତ ଲକ୍‌ଡାଉନ କାରଣରୁ ସମସ୍ତେ ଆଜି ନିଜ ନିଜ ଘରେ ଆବଦ୍ଧ। ବିଶେଷ ଭାବେ ରାଜ୍ୟର ଆର୍ଥିକ ମେରୁଦଣ୍ଡ ଚାଷୀକୂଳ ଆଜି ଘୋର ସଂକଟ ଦେଇ ଗତି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ବର୍ତମାନର ଘଡିସନ୍ଧି ମୁହୁର୍ତରେ ଚାଷୀଙ୍କ ଠାରୁ ଧାନ କିଣା ତଥା ଧାନ ସଂଗ୍ରହ ବ୍ୟବସ୍ଥାକୁ ସୁଗମ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଛନ୍ତି।

ବର୍ତମାନ ରାଜ୍ୟ ସରକାରଙ୍କ ଦ୍ୱାରା ରବି ଧାନ ସଂଗ୍ରହ କରିବା ସମୟ ଉପନୀତ ହୋଇଛି। ଆଜିେ ଏଭଳି ସଂକଟ ସମୟରେ କେନ୍ଦ୍ର ସରକାର କୃଷିଜାତ ଦ୍ରବ୍ୟର ସରକାରୀ ସଂଗ୍ରହକୁ ବିକେନ୍ଦ୍ରୀକରଣ ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରି ବର୍ଷା ଋତୁ ପୂର୍ବରୁ ଧାନ ସଂଗ୍ରହ କାର୍ଯ୍ୟ ସଂପନ୍ନ କରିବା ପାଇଁ ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି।

କରୋନା କଟକଣା କାରଣରୁ ଧାନ ମଣ୍ଡିରେ ଦିନକୁ ମାତ୍ର ୩୦ ଜଣ ଚାଷୀ ଧାନ ବିକିବାକୁ ଆସିପାରିବେ। ମାତ୍ର ଏହି ବ୍ୟବସ୍ଥାରେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଧାର୍ଯ୍ୟ ପରିମାଣର ଧାନ ସଂଗ୍ରହ କରିବା ଆଦୈା ସମ୍ଭବ ନୁହେଁ। ତେଣୁ ଯେଉଁଠାରେ ପାଖରେ ମଣ୍ଡି ନାହିଁ, ସେଠାରେ ସ୍ଥାନୀୟ ସ୍ୱୟଂ ସହାୟକ ଗୋଷ୍ଠୀ ତଥା ପଂଚାୟତ କର୍ମଚାରୀମାନଙ୍କୁ ନିୟୋଜିତ କରି ଗ୍ରାମ ପଂଚାୟତର ସ୍କୁଲ ବାରଣ୍ଡା ଓ ଗୋଷ୍ଠୀ କେନ୍ଦ୍ର ଘରେ ଧାନ ସଂଗ୍ରହର ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଶ୍ରୀ ନାଏକ ଅନୁରୋଧ କରିଛନ୍ତି।

ସାମାଜିକ ଦୂରତା ଅବଲମ୍ବନ କରାଯାଇ ପ୍ରତି ଉଠା ଏଲଆଇ ପଏଂଟ ପିଛା ୧ ହେକ୍ଟର ପରିବର୍ତେ ୨ ହେକ୍ଟର ଜମିରେ ଧାନ ସଂଗ୍ରହ କରାଯିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ଏପରିକି ଧାନ ସଂଗ୍ରହ ପାଇଁ ବ୍ୟବହାର ହୋଇପାରିନଥିବା ଟୋକନକୁ ପୁଣି ଥରେ ବ୍ୟବାହାର କରିବାକୁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଶ୍ରୀ ନାଏକ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଅନୁରୋଧ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.