Home ଜିଲ୍ଲା ପରିକ୍ରମା ବରୁଆଁରେ କ୍ଷୁଦ୍ର ନିଯୁକ୍ତି ମେଳା – ୨୦୨୧ ଉଦ୍‌ଘାଟିତ

ବରୁଆଁରେ କ୍ଷୁଦ୍ର ନିଯୁକ୍ତି ମେଳା – ୨୦୨୧ ଉଦ୍‌ଘାଟିତ

86

ଯାଜପୁର, ୨୭ା୧୨ (ଓଡ଼ିଆ ପୁଅ/ବିରଞ୍ଚି ପତ୍ରୀ) : ଦକ୍ଷତା ହିଁ ରୋଜଗାରର ମାପକାଠି। ବ୍ୟକ୍ତିର ଯେତେ ଶିକ୍ଷାଗତ ଯୋଗ୍ୟତା ଥାଉନା କାହିଁକି ଯଦି ରୋଜଗାର ନାହିଁ ତେବେ ଜୀବନ ନିରର୍ଥକ। ଆଜି ପୂର୍ବାହ୍ନରେ ବରୁଆଁ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ଏହି କ୍ଷୁଦ୍ର ନିଯୁକ୍ତି ମେଳାକୁ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଊଦ୍‌ଘାଟନ କରି କହିଲେ ଯେ, ଆମ ଜିଲ୍ଲାରେ ଯେଉଁମାନେ ଊଚ୍ଚ ଶିକ୍ଷା ବା ବୈଷୟିକ ଶିକ୍ଷା ଲାଭ କରିଛନ୍ତି ସେମାନଙ୍କୁ ନିଯୁକ୍ତି ସୁଯୋଗ ଦେବା ଏହି ମେଳାର ଉଦ୍ଦେଶ୍ୟ। ଯାଜପୁର ଜିଲ୍ଲାରେ ନିଯୁକ୍ତିର ଭରପୁର ସୁଯୋଗ ରହିଛି। ଖଣିଖାଦନ ତଥା ଇସ୍ପାତ ଶିଳ୍ପ ନଗରି ଭାବେ ବିଶ୍ୱ ପରିଚିତ ଯାଜପୁର ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀ ମାନେ ଏହି ନିଯୁକ୍ତି ମେଳାରେ ଭାଗ ନେଇ ନିଶ୍ଚିତ ଉପକୃତ ହେବେ। ଯାଜପୁର ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ନିୟୋଜନ କାର୍ଯ୍ୟାଳୟର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ନିଯୁକ୍ତି ମେଳାର ଆୟୋଜନ। ଏଣୁ ଅଧିକରୁ ଅଧିକ ଯୋଗ୍ୟ ପ୍ରାର୍ଥୀ ସେମାନଙ୍କର ଦକ୍ଷତା ମାଧ୍ୟମରେ ଏହାର ସୁଯୋଗ ନେବାକୁ ଜିଲ୍ଲା ନିୟୋଜନ ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ଆଶାୟୀ ମାନଙ୍କୁ ଆହ୍ୱାନ ଦେଇଥିଲେ। ଆଜିର ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବରୁଆଁ ଆଇ.ଟି.ଆଇ. କଲେଜର ଅଧ୍ୟକ୍ଷା ସବିତା ରାଣୀ ସାହୁ, ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ ପ୍ରଶାନ୍ତ କୁମାର ପାଢୀ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ ଅଂଶ ଗ୍ରହଣ କରିଥିଲେ।

ଆଜିର ଏହି ନିଯୁକ୍ତି ମେଳାରେ ୬୫୦ ଜଣ ପ୍ରାର୍ଥୀ ଭାଗ ନେଇଥିବା ବେଳେ ୮ ଜଣ ନିଯୁକ୍ତି ଦାତା ଓ ୬ ଜଣ ତାଲିମ ସହଯୋଗୀ ଅଂଶ ଗ୍ରହଣ କରିଥିଲେ। ଆସନ୍ତା କାଲି ତା ୨୮ା୧୨ା୨୦୨୧ ରିଖରେ ବ୍ୟାସନଗର, ଯାଜପୁର ରୋଡ ଭି.ଏନ୍‌. କଲେଜ ପଡିଆରେ ଏହି ମେଳା ଅନୁଷ୍ଠିତ ହେବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.