Home ଜିଲ୍ଲା ପରିକ୍ରମା ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ଆଶୁ ଆରୋଗ୍ୟ କାମନା

ବରିଷ୍ଠ ସାମ୍ବାଦିକ ଅମର ନାୟକଙ୍କ ଆଶୁ ଆରୋଗ୍ୟ କାମନା

26

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ବରିଷ୍ଠ ସାମ୍ବାଦିକ ଅମର ନାୟକ ଏବେ ହୃଦରୋଗରେ ପୀଡିତ ଥାଇ ଭୁବନେଶ୍ୱରସ୍ଥିତ କେୟାର ହସ୍‌ପିଟାଲରେ ଚିକିତ୍ସିତ ହେଉଛନ୍ତି। ଏହି ଖବର ପାଇବା ପରେ ଭଦ୍ରକର ବହୁ ସାମ୍ବାଦିକ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ସାମ୍ବାଦିକ ଶ୍ରୀ ନାୟକ ଗତ ୩ ଦିନ ତଳେ ଅସ୍ଥଳ ସ୍ଥିତ ନିଜ ବାସଭବନରେ ଥାଇ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରିବାର ଲୋକେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିବା ପରେ ଡାକ୍ତରମାନେ ତାଙ୍କର ଗୁରୁତର ଅବସ୍ଥା ପାଇଁ କଟକ ରେଫର କରିଥିଲେ। ଫଳରେ ତାଙ୍କୁ ଭୁବନେଶ୍ୱରସ୍ଥିତ କେୟାର ହସ୍‌ପିଟାଲକୁ ନେବାପରେ ସେଠାରେ ତାଙ୍କର ସଫଳ ଅସ୍ତ୍ରୋପଚାର କରାଯାଇ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏବେ ଶ୍ରୀ ନାୟକ ସୁସ୍ଥ ଥିବା ନେଇ ପରିବାର ପକ୍ଷରୁ ତାଙ୍କର ଭାଇ କିଶୋର ନାୟକ ସୂଚନା ଦେଇଥିବାବେଳେ ଭଦ୍ରକର ସାମ୍ବାଦିକ ସର୍ବଶ୍ରୀ ନିହାର ଦାସ, ନନ୍ଦଦୁଲାଲ ଦାସ, ଭଜଗୋବିନ୍ଦ ଜେନା, ପ୍ରମୋଦ ରାୟ, ପ୍ରତାପ ଦାସ, ସ୍ମୃତିରଂଜନ ସାହୁ, ଡ. ହରିହର ନାୟକ, ନରେନ୍ଦ୍ର ସାମଲ, ଚାରୁଦତ୍ତ ନାୟକ, ତପନ ସ୍ୱାଇଁ, ତପନ ମିଶ୍ର, ପ୍ରିୟଦର୍ଶନ ବୋଇତି, ଉମାକଲ୍ୟାଣ ମହାପାତ୍ର, ଶଶିଭୂଷଣ ସ୍ୱାମୀ, ସତ୍ୟଭୂଷଣ ସ୍ୱାମୀ, ରବିନାରାୟଣ ଖିଲାର, ପାର୍ଥସାରଥୀ ନାୟକ, ଗୌରହରି ନାୟକ, ଜ୍ଞାନ ପ୍ରକାଶ ପାଣି, ଅତିଶ ବେହେରା, ସୌମ୍ୟରଂଜନ ପାଢୀ, ଜଗବନ୍ଧୁ ବେହେରା, ଅବିନାଶ ପଣ୍ଡା, ଶାନ୍ତନୁ ପଣ୍ଡା, ଅପୂର୍ବ ବେହେରା, ସିଗ୍ଧା ରାୟ, ଶୁଭେନ୍ଦୁ ଧଳ, ପ୍ରତାପ ପାଢୀ, ପ୍ରଦୀପ ରାଉତ, ସୁକାନ୍ତ ମହାନ୍ତି, ଭଗବାନ ରାଉଳ, ଦୁର୍ଗାଚରଣ ସାମଲ, ଅମ୍ଲାନ ପଣ୍ଡା, ତପନ ସାହୁ, ବିଦ୍ୟାଧର ସାହୁ, ନବ ସ୍ୱାଇଁ, ଶିବାନନ୍ଦ ଦାସ, ଅଜୟ ପଣ୍ଡା ପ୍ରମୁଖ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.