Home ଜିଲ୍ଲା ପରିକ୍ରମା ପ୍ରାଣୀ ଚିକିତ୍ସକ ଅଭାବ, ରଣପୁର ଅଂଚଳରେ ପ୍ରାଣୀ ଚିକିତ୍ସା ଅବହେଳା

ପ୍ରାଣୀ ଚିକିତ୍ସକ ଅଭାବ, ରଣପୁର ଅଂଚଳରେ ପ୍ରାଣୀ ଚିକିତ୍ସା ଅବହେଳା

71

ନୟାଗଡ଼ ୩୦/୦୮ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟରେ ବେକାର ଯୁବକ, ଯୁବତୀ ଓ ସ୍ୱଂୟ ସହାୟିକା ଗୋଷ୍ଠୀକୁ ସ୍ୱାବଲମ୍ବୀ କରିବା ପାଇଁ ସରକାର ଗୋପାଳନ, ମଇଁଷି ପାଳନ, ଛେଳି ଫାର୍ମ, ମେଣ୍ଢା ଫାର୍ମ ଓ କୁକୁଡ଼ା ଚାଷ ପାଇଁ ପ୍ରାଧାନ୍ୟ ଦେଇ ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କରୁ ଋଣ ପ୍ରଦାନ ବ୍ୟବସ୍ଥା କରିଛନ୍ତି। ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅଂଚଳରେ ୪୬୭ କୁକୁଡା ଫାର୍ମ, ୫୩ ଗୋଟି ଛେଳି ଫାର୍ମ ଓ ଗୋପାଳନ ପାଇଁ ଋଣ ପ୍ରଦାନ କରାଯାଇଅଛି। ଅନେକ ଉଦ୍ୟଗୀ ଏହାର ସୁବିଧା ନେଉଛନ୍ତି। ହେଲେ ପ୍ରାଣୀ ଚିକିତ୍ସକ ଙ୍କ ଅଭାବ ଯୋଗୁଁ ବିଭିନ୍ନ ରୋଗରେ ମୃତାହତ ଯୋଗୁଁ କ୍ଷତି ସହୁଛନ୍ତି। ରଣପୁର ରେ ଗୋଟିଏ ପ୍ରାଣୀ ଚିକିତ୍ସାଳୟ, ଦର୍ପନାରାୟଣପୁର ଓ ରାଜସୁନାଖଳା ୨ଟି ଉପ ପ୍ରାଣୀ ଚିକିତ୍ସାଳୟ ରହିଅଛି। ରଣପୁର ରେ ୩ ଗୋଟି ପ୍ରାଣୀ ଚିକିତ୍ସକ ଓ ଉପ ପ୍ରାଣୀଚିକିତ୍ସାଳୟରେ ୨ ଗୋଟି ମୋଟ ୫ ଗୋଟି ପ୍ରାଣୀ ଚିକିତ୍ସକ ପଦବୀ ରହିଥିବା ବେଳେ ଅଛନ୍ତି ମାତ୍ର ଜଣେ ପ୍ରାଣୀ ଚିକିତ୍ସକ। ୮ ଗୋଟି ଏଲ ଏ ସି କେନ୍ଦ୍ର ଶାରଙ୍ଗଧରପୁର, ମଝିଆଁଖଣ୍ଡ, ତାରିଆ, ଝାଡପଡା, କନ୍ଧନୟାଗଡ, ପଟିଆ, ସୁରୁକାବାଡି ଓ ଡମସାହିରେ ରହିଅଛି।

୮ ଗୋଟି ନିରୀକ୍ଷକ ଜାଗାରେ ଅଛନ୍ତି ୬ ଜଣ। ପୁଣି ୨ ଗୋଟି ଏଲ ଏ ସି କେନ୍ଦ୍ର ଖୋଲା ଯାଇଥିଲେ ମଧ୍ୟ କର୍ମଚାରୀ ଅଭାବରୁ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ନିକଟ ଅତୀତ ବିଭାଗୀୟ ପ୍ରାଣୀ ଗଣନା ଅନୁସାରେ ରଣପୁର ଅଂଚଳରେ ୩୬୭୭୪ ଗାଈବଳଦ, ୧୦୩୮ ମଇଁଷି ପଣ୍ଡା, ୧୬୭୫୩ ଛେଳି, ୪୫୪୧ ମେଣ୍ଢା ସହ କୁକୁର ଠାରୁ ଆରମ୍ଭ କରି ଅନେକ ଗୃହ ପାଳିତ ପକ୍ଷୀ ରହିଛନ୍ତି। ପ୍ରାଣୀ ଚିକିତ୍ସକ ଅଭାବ ଯୋଗୁଁ ସଠିକ ଭାବରେ ପ୍ରାଣୀ ଚିକିତ୍ସା ହୋଇ ପାରୁନଥିବା ଅଭିଯୋଗ ହେଉଛି। ଏ ନେଇ ନୟାଗଡ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସକ ସତ୍ୟ ନାରାୟଣ ପଣ୍ଡା ଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଅନେକ ପ୍ରାଣି ଚିକିତ୍ସକ ଅବସର ନେବା ପରେ ରାଜ୍ୟସାରା ଅନେକ ପ୍ରାଣୀ ଚିକିତ୍ସକ ପଦବୀ ଖାଲି ପଡିଛି। ସରକାର ଏବେ ୧୪୬ ଜଣ ପ୍ରାଣୀ ଚିକିତ୍ସକ ଙ୍କୁ ନୂତନ ନିଯୁକ୍ତି ଦେବାପାଇଁ ସ୍ଥିର କରିଛନ୍ତି। ୨ ମାସ ଭିତରେ ନିଯୁକ୍ତି ଦିଆଯାଇ ଖାଲିଥିବା ପଦବୀ ପୁରଣ କରାଯିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.