Home ଜିଲ୍ଲା ପରିକ୍ରମା ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାୟଗଡା ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପାଢୀଙ୍କ ବିୟୋଗରେ...

ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାୟଗଡା ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପାଢୀଙ୍କ ବିୟୋଗରେ ରାଜ୍ୟ ବିଜେପିର ଶୋକ

108

ଭୁବନେଶ୍ୱର, ୨୨/୦୯ (ଓଡ଼ିଆ ପୁଅ) : ବରିଷ୍ଠ ବିଜେପି ନେତା ଓ ବିଶିଷ୍ଟ କୃଷକ ନେତା ତଥା ପୂର୍ବତନ ରାୟଗଡା ଜିଲ୍ଲା ସଭାପତି ରବିନ୍ଦ୍ର କୁମାର ପାଢୀଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ଅସୁସ୍ଥତା କାରଣରୁ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିବା ୭୭ ବର୍ଷ ବୟସ୍କ ସ୍ୱର୍ଗତଃ ପାଢୀ ଗତ କାଲି ରାତିରେ ତାଙ୍କର ରାୟଗଡା ଜିଲ୍ଲା ଗୁଣୁପୁରସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଜଣେ ଦକ୍ଷ ଏବଂ ସୁସଂଗଠକ, ମେଳାପୀ, ପରୋପକାରୀ ସ୍ୱର୍ଗତଃ ପାଢୀଙ୍କ ବିୟୋଗରେ ଆମେ ସମସ୍ତେ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ସ୍ୱର୍ଗତଃ ପାଢୀଙ୍କ ବିୟୋଗରେ ପାର୍ଟୀ ଜଣେ ନିଷ୍ଠାବାନ କାର୍ଯ୍ୟକର୍ତାଙ୍କୁ ହରାଇଲା ବୋଲି ଶୋକବାର୍ତ୍ତାରେ ଉଭୟ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ଦୁଃଖପ୍ରକାଶ କରି କହିଛନ୍ତି। ଏଭଳି ଦୁଃଖଦ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱର୍ଗତଃ ପାଢୀଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରାର୍ଥନା କରିଛନ୍ତି।

ସ୍ୱର୍ଗତଃ ପାଢୀଙ୍କ ବିୟୋଗରେ ରାଜ୍ୟ ବିଜେପିର ବରିଷ୍ଠ ଓ ପ୍ରମୁଖ ନେତୃବୃନ୍ଦ ଗଭୀର ଶୋକବ୍ୟକ୍ତ କରିଛନ୍ତି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.