Home ଓଡ଼ିଶା ବରଗଡ଼ ଜିଲ୍ଲାର ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳ ବଦଳ ଆଇନ ଅନୁସାରେ ସଭ୍ୟ...

ବରଗଡ଼ ଜିଲ୍ଲାର ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ଦଳ ବଦଳ ଆଇନ ଅନୁସାରେ ସଭ୍ୟ ପଦ ରଦ୍ଦ ପାଇଁ ନିର୍ବାଚନ କମିସନଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି

512

ଭୁବନେଶ୍ୱର, ୧୭/୧୨ (ଓଡ଼ିଆ ପୁଅ) : ଶାସକ ବିଜେଡି ଗଣତନ୍ତ୍ରକୁ ହତ୍ୟା କରିଛି। ଯେଉଁ ଦଳ ବଦଳ ଆଇନ ବିଜେଡି ସରକାର ଆଣିଥିଲା ସେହି ଆଇନକୁ ଖୋଦ୍ ଉଲ୍ଲଘଂନ କରିଛି ବିଜେଡି। ବିଜେପିର କିଛି ଜିଲ୍ଲା ପରିଷଦ ସଦସ୍ୟଙ୍କୁ ହୀନ ଚକ୍ରାନ୍ତ କରି ପ୍ରଥମେ ବିଜେଡିରେ ମିଶାଇବା ପରେ ଆଉ କିଛି ସଦସ୍ୟଙ୍କୁ ନେଇ ଗୋଷ୍ଠୀ କରି ନିଜେ ତିଆରି କରିଥିବା ଆଇନକୁ ଖୁଲମଖୁଲା ଚ୍ୟାଲେଂଜ କରାଯାଇଛି। ଏହା ବିରୁଦ୍ଧରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିସନଙ୍କୁ ଭେଟି ଦଳ ବିରୋଧୀ ଆଇନ ଅନୁଯାୟୀ ସମସ୍ତ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ଦାବି କରାଯାଇଛି।

ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଶ୍ରୀ ଗୋଲକ ମହାପାତ୍ର କହିଛନ୍ତି ଯେ, ୯ ଜଣ ବିଜେପି ଜିଲ୍ଲା ପରିଷଦ ସଦସ୍ୟ ବିଜେପି ଦଳୀୟ ଚିହ୍ନରେ ଭୋଟ ପାଇ ନିର୍ବାଚନ ଜିତିଥିଲେ। ଦଳ ବଦଳ ଆଇନ ଅନୁଯାୟୀ ୯ ଜଣ ଜିଲ୍ଲା ପରିଷଦ ସଦସ୍ୟ ବେଆଇନ ଭାବେ ଅଗଣତାନ୍ତ୍ରିକ ଉପାୟରେ ଦଳ ଛାଡିଛନ୍ତି। ଏମାନଙ୍କ ଉପରେ ଦଳବଦଳ ଆଇନ ଲାଗୁ କରାଯିବା ଦରକାର।

ଶାସକ ବିଜେଡି ଭୟୀଭତ କରାଇ ଜମମତକୁ ପ୍ରଭାବିତ କରିବା ସହ ଜନପ୍ରତିନିଧୀଙ୍କୁ ନିଜ ଦଳରେ ସାମିଲ କରାଇବା ପାଇଁ ଧମକ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଶାସକ ଦଳ ସରକାରୀ କଳ ଲଗାଇ ଜନ ପ୍ରତିନିଧୀମାନଙ୍କ ଉପରେ ଚାପପକାଇ ବରଗଡବାସୀଙ୍କୁ ଧୋକ୍କା ଦେଇଛନ୍ତି। ଏହା ଗଣତନ୍ତ୍ର ପାଇଁ ଆଦୌ ଶୁଭଙ୍କର ନୁହେଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ଏହି ପ୍ରତିନିଧୀ ଦଳରେ ରାଜ୍ୟ ଉପସଭାପତି ଅଶ୍ୱିନୀ ଷଡଙ୍ଗୀ, ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ, ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ, ଇରାସିସ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.