Home କେନ୍ଦ୍ରାପଡ଼ା ବନ୍ୟା ଯୋଗୁ ନାଗପୁର ପାଟର ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ବନ୍ୟା ଯୋଗୁ ନାଗପୁର ପାଟର ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

243

କେନ୍ଦ୍ରାପଡା ୧୯/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ନାଗପୁର ପାଟ ଗୋବରୀ ନଦୀ ଦ୍ୱାରା ପରିବେଷ୍ଟିତ। ଗତ ଅଗଷ୍ଟମାସରେ ସୃଷ୍ଟି ହୋଇଥିବା କ୍ରମାଗତ ୩ଟି ଲଘୁଚାପ ଯୋଗୁ ଗୋବରୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ନାଗପୁର ପାଟର ପ୍ରାୟ ୨୫୦ ହେକ୍ଟର ଚାଷଜମି ପ୍ରାୟ ଏକମାସ ଧରି ଜଳମଗ୍ନ ହେବାରୁ ଧାନଫସଲ ସଂପୂର୍ଣ୍ଣ ରୂପେ ନଷ୍ଟ ହୋଇଯାଇଛି। ଧାନ ସେ ଅଂଚଳର ଏକମାତ୍ର ମୁଖ୍ୟ ଫସଲ ହୋଇଥିବାରୁ ଏହି ଚାଷୀମାନଙ୍କର ବର୍ଷକର ଆହାର ଛଡାଇ ନେଇଛି। ବନ୍ୟା ଜନିତ କ୍ଷୟକ୍ଷତିର ଅନୁଧ୍ୟାନ ପାଇଁ ଏପର୍ଯ୍ୟନ୍ତ କେହି ସରକାରୀ ଅଧିକାରୀ ଆସିନଥିବା ସେମାନେ ଅଭିଯୋଗ କରିଛନ୍ତି। ନାଗପୁର ପାଟର ଜଳ ନିଷ୍କାସନ ଗୋବରୀ ନଦୀକୁ ହୋଇଥାଏ। କିନ୍ତୁ ଅତ୍ୟଧିକ ବର୍ଷା ହେଲେ ଗୋବରୀ ନଦୀରୁ ବନ୍ୟାଜଳ ନାଗପୁର ପାଟକୁ ପ୍ରବେଶ କରି ଫସଲ ନଷ୍ଟ କରେ। ତେଣୁ ନାଗପୁର ପାଟକୁ ଗୋବରୀ ବନ୍ୟାରୁ ସୁରକ୍ଷା ଦେବା ପାଇଁ ପୂର୍ବ ଦିଗକୁ ଏକ ପାଟନାଳି ଖୋଳାଗଲେ ପାଟର ପାଣି ସହଜରେ ନିଷ୍କାସିତ ହୋଇ ଫସଲ ସୁରକ୍ଷିତ ହୋଇପାରିବ ବୋଲି ଚାଷୀମାେଏକ ପ୍ରସ୍ତାବ ଦେଇଛନ୍ତି। ବନ୍ୟା ଜନିତ ଫସଲ ନଷ୍ଟ ହେତୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଥିବା ବେଳେ ସେମାନଙ୍କର ବର୍ଷକର ଦାନା ଉଜୁଡି ଯାଇ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଥିବା ଅଭିଯୋଗ କରିଛନ୍ତି। ତେଣୁ ସେମାନଙ୍କୁ ଫସଲବୀମା ଓ ସହାୟତା ସାଧାରଣ ବର୍ଗର ସମସ୍ତ ଚାଷୀମାନଙ୍କୁ ଯୋଗାଇଦେବାକୁ ନାଗପୁର ଓ ଦେପୁର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ଗତ ୨୦୧୮ମସିହା ସେପ୍ଟେମ୍ବରମାସର ବହୁଜଳ ବୃଷ୍ଟି ସହାୟତା ରାଶି ସରକାରୀ କଳର ଉଦାସୀନତା ଯୋଗୁ ଦୀର୍ଘ ଦୁଇବର୍ଷ ବିତି ଯାଇଥିଲେବି କ୍ଷତିପୁରଣ ରାଶି ସେମାନଙ୍କୁ ପ୍ରଦାନ କରାଯାଇନଥିବା ଅଭିଯୋଗ କରିଛନ୍ତି। ନାଗପୁର ଓ ଦେପୁର ଗ୍ରାମବାସୀଙ୍କ ପକ୍ଷରୁ ଫକିର ଚରଣ ଖଟୁଆଙ୍କ ନେତୃତ୍ୱରେ ସୁନାକର ରାଉତ, ରାମଚନ୍ଦ୍ର ରାଉତ, ଅଶୋକ କୁମାର ମହାପାତ୍ର, ନାରାୟଣ ଚନ୍ଦ୍ର ପତି, ଅଶୋକ କୁମାର ପ୍ରଧାନ, ମଧୁସୁଦନ ରାଉତ, ପୂର୍ଣ୍ଣଚନ୍ଦ୍ର ପତି, ମକର ଚରଣ ନାୟକ, ହୃଷିକେଶ ନାୟକ, ହେମନ୍ତ ବେହେରା, କଣ୍ଡୁରୀ ବେହେରା, ଜଗଦିଶ ପତି, ଭରତ ପ୍ରଧାନ, ଯଦୁମଣୀ ମଳିକ, ଗଣେଶ ମଳିକ, କାଳନ୍ଦି ମଳିକ, ବାବାଜୀ ଚରଣ ଦାସ ଓ ବିଧୁ ଭୂଷଣ ମହାପାତ୍ର ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.