Home ଜିଲ୍ଲା ପରିକ୍ରମା ବନ୍ୟାଂଚଳରେ ବଦ୍ରୀ, ଅବହେଳା ପାଇଁ ପ୍ରଶାସନକୁ ଦାୟୀ କଲେ

ବନ୍ୟାଂଚଳରେ ବଦ୍ରୀ, ଅବହେଳା ପାଇଁ ପ୍ରଶାସନକୁ ଦାୟୀ କଲେ

26

ଭଦ୍ରକ, ୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୈତରଣୀ ନଦୀରେ ଆସିଥିବା ବନ୍ୟାରେ ପ୍ରଭାବିତ ଅଂଚଳ ଗସ୍ତ କରିଛନ୍ତି ବିଜେପି ନେତା ବଦ୍ରୀନାରାୟଣ ଧଳ । ବୁଧବାର ଅପରାହ୍ନରେ ଶ୍ରୀ ଧଳ ଆଖୁଆପଦା ଆନିକଟ, ବାଲିପୋଖରୀ ଏସକେପ, କଣ୍ଟିଘାଇ ପରିଦର୍ଶନ କରି ପ୍ରଶାସନର ଢିଲାପଣକୁ ପ୍ରଶ୍ନ କରିଛନ୍ତି । ଧାର୍ଯ୍ୟ ସମୟ ଅତିକ୍ରମ ପରେ ବାଲିପୋଖରୀ ଏସକେପ ନିର୍ମାଣ ସମାନ୍ତ କରାଯାଇ ନଥିବାରୁ ପ୍ରଶାସନକୁ ସମାଲୋଚନା କରିଛନ୍ତି । ବନ୍ୟା ବିପଦ ଜାରି ସୁଦ୍ଧା ଏଭଳି ସମ୍ବେଦନଶୀଳ ଘଟଣାକୁ କାହିକିଁ ହାଲୁକା ଭାବରେ ନିଆଯାଉଛି ତାହାର ଉତ୍ତର ଲୋଡିଛନ୍ତି ବଦ୍ରୀ । ଏଥିସହ ବନ୍ୟା ସହଚର କଣ୍ଟିଘାଇ ସମସ୍ୟା ସମାଧାନ ପ୍ରତି ସରକାର ଆଖି ବୁଜିଦେଇଥିବାରୁ କ୍ଷୋଭ ପ୍ରକାଶ କରିବା ସହ ବନ୍ଧବାଡ ନିର୍ମାଣ ଓ ମରାମତି କରିବାକୁ ସେ ଦାବି କରିଛନ୍ତି । ଏହା ସହ ବଦ୍ରୀବାବୁ ମାଳଦା, ରହଣିଆ ଆଦି ବନ୍ୟା ପ୍ଳାବିତ ଅଂଚଳ ଗସ୍ତ କରି ଜନସାଧାରଣଙ୍କ ଦୁର୍ଦ୍ଦଶା ଅନୁଧ୍ୟାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.