ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଉଭୟ ସରକାର ସଡକ ପଥର ବିକାଶ ପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଅର୍ଥ ମଞ୍ଜୁର କରୁଛନ୍ତି । ହେଲେ ଦୀର୍ଘ ଦଶର୍ଦ୍ଧିପରେ ବନ୍ତରୁ ଆଗରପଡ଼ା ଯାଇଥିବା ର ମୁଖ୍ୟ ରାସ୍ତାର ନିର୍ମାଣ କାର୍ଯ୍ୟ ନିମ୍ନମାନର ହୋଇଥିବାରୁ ଏହାର ସ୍ଥାୟିତ୍ୱକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିମ୍ନମାନର କର୍ଯ୍ୟକୁ ନେଇ ଅଂଚଳବାସୀଙ୍କ ପକ୍ଷରୁ ଅସନ୍ତୋଷ ଦେଖାଯାଉଛି । ଏକ ବର୍ଷ ପୂର୍ବେ ବିକେବିଏମ୍(ବନ୍ତ-ବାରିକପୁର-ମହାନ୍ତିପଡା) ପୂର୍ତ୍ତ ବିଭାଗ ରାସ୍ତାର ଉନ୍ନତିକରଣ ପାଇଁ ନାବାର୍ଡ ସଂସ୍ଥା ଦ୍ୱାରା ଅର୍ଥ ମଞ୍ଜୁର ହୋଇଥିଲା । ନାବାର୍ଡ ସହାୟକ ପ୍ରକଳ୍ପ ମାଧ୍ୟମରେ ବନ୍ତ ଥାନା ଛକ ଠାରୁ ଆଡିଆ ପର୍ଯ୍ୟନ୍ତ ୮ କିମି ୨ ଶହ ମିଟର ରାସ୍ତାର ଉନ୍ନତିକରଣ ପାଇଁ ୯ କୋଟି ୫୩ ଲକ୍ଷ ଟଙ୍କା ଅର୍ଥ ବ୍ୟୟ ବରାଦ ହୋଇଥିଲା । ଏହି ଅର୍ଥରେ ରାସ୍ତାର ପ୍ରଶସ୍ତିକରଣ ସହ ଉଚ୍ଚତା ପାଇଁ ଯୋଜନା କରାଯାଇଥିଲା । ଏଥିସହ ପ୍ରକଳ୍ପ କାର୍ଯ୍ୟ ବନ୍ତ ଥାନା ଛକ ଠାରୁ ଆରମ୍ଭ ହୋଇ ଆଡିଆ ପର୍ଯ୍ୟନ୍ତ ହେବାର ଥିଲା । ଏହି ରାସ୍ତାର ନିର୍ମାଣ ଦାୟୀତ୍ୱ ବିରଜା କନ୍ଷ୍ଟ୍ରକ୍ସନ କମ୍ପାନୀକୁ ଦିଆଯାଇଥିଲା । ମାତ୍ର ଏହି କମ୍ପାନୀ ଉକ୍ତ କାର୍ଯ୍ୟକୁ ଉକ୍ତ ଅଞ୍ଚଳର ଅନ୍ୟ ଜଣେ ଠିକାଦାରଙ୍କୁ ନିର୍ମାଣ କରୁଥିବାର ଦେଖାଯାଇଛି । ଗତ ୧ ବର୍ଷ ଧରି ଏହି ରାସ୍ତାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ତାହା ବନ୍ତ ଥାନା ଛକ ଠାରୁ କାର୍ଯ୍ୟ ଆରମ୍ଭ ନହୋଇ ଆଡିଆ ପାଶ୍ୱର୍ରୁ ଆରମ୍ଭ କରାଯାଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ଉକ୍ତ ରାସ୍ତାକୁ ଖୋଳଯିବା ସହ ରାସ୍ତାର ଉଭୟ ପାଶ୍ୱର୍କୁ ଖୋଳି ପ୍ରଶସ୍ତିକରଣ କରାଯାଇଥିଲା ।
ସେହିପରି ରାସ୍ତାରେ ଥିବା ବିଭିନ୍ନ ପୁରୁଣା କଲଭର୍ଟ ମଧ୍ୟରୁ କେତେକକୁ ସଂପୁର୍ଣ୍ଣ କରାନଯାଇ ରାସ୍ତାର ନିର୍ମାଣ କରାଯାଇଥିବାର ଦେଖାଯାଇଥିଲା । ରାସ୍ତାରେ ଥିବା ପୁରଣାପିଚୁକୁ ଭଲଭାବେ ନଉଠାଇ ଯେନେତେପେ ପ୍ରକରଣେ ଉକ୍ତ କାର୍ଯ୍ୟ ଚାଲିଛି । ଗତ ୪ ଦିନ ତଳେ ଉକ୍ତ ରାସ୍ତାର ରଘୁନାଥପୁର ଛକ ଠାରେ ପିଚୁ କାର୍ଯ୍ୟ ଆରମ୍ଭ ହୋଇଥିଲା । କାମ ହେବାର ୩ ଦିନ ପରେ ରାସ୍ତାରେ ହୋଇଥିବା ପିଚୁ ଗୁଡିକ ଆପେ ଆପେ ଫଡା ଫଡା ହୋଇ ବାହାରି ଯାଇଥିବାର ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଉକ୍ତ ରାସ୍ତା ର ସ୍ଇାୟିତ୍ୱକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଠି ହେଉଛି ।ଉକ୍ତ ରାସ୍ତା ଏହି ଅଂଚଳପାଇଁ ମୁକ୍ୟରାସ୍ତାଥିବାରୁ ଓ ଏହା ଏହା ତିନିଗୋଟି ଜିଲାକୁ ସଂଯୋଗ କରିଥିବାରୁ ଏହାକୁ ସୁଚାରୁରୁପେ କରିବାକୁ ଅଂଚଳବାସୀ ଦାବିକରୁଛନ୍ତି । ଉକ୍ତ ରାସ୍ତା ମଧୁଚନ୍ଦ୍ରକାରେ ଚାଲୁଥିବାରୁ ରାସ୍ତା କାର୍ଯ୍ୟ ଚାଲିଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ କିମ୍ବା ଠିକାଦାର କାର୍ଯ୍ୟସ୍ଥଳରେ ଉପସ୍ଥିତ ରହୁନଥିବା ମଧ୍ୟ ଲୋକେ ଅଭିଯୋଗ କରିଛନ୍ତି । ରାସ୍ତା କାର୍ଯ୍ୟ ନିମ୍ନମାନରକାର୍ଯ୍ୟ କୁ ନେଇ ସ୍ଥାନୀୟ ଲୋକେ ଭଦ୍ରକ ପୂର୍ତ୍ତ ବିଭାଗର ଉଚ୍ଚ ଅଧିକାରୀଙ୍କ ଠାରେ ଅଭିଯୋଗ କରିବା ସହ ରାସ୍ତା କାର୍ଯ୍ୟକୁ ବିରୋଧ କରିଥିଲେ । ଅଭିଯୋଗ ପାଇବା ପରେ ଭଦ୍ରକ ପୂର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଅମୀୟ ନାୟକ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଥିବା ଜଣାଯାଇଛି ।