Home ଓଡ଼ିଶା ନୟାଗଡ଼ରୁ ଆଜି ୩୦, ସେଥିରୁ ଲୋକାଲ ୨୯ ଓ ସଙ୍ଗରୋଧରୁ ଜଣେ

ନୟାଗଡ଼ରୁ ଆଜି ୩୦, ସେଥିରୁ ଲୋକାଲ ୨୯ ଓ ସଙ୍ଗରୋଧରୁ ଜଣେ

117

ନୟାଗଡ଼, ୨୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ବଢି ବଢି ଚାଲିଛି। ଆଜି ପୁଣି ୩୦ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୪୯୩କୁ ବୃଦ୍ଧି ପାଇଛି। ଏହି ୩୦ଜଣଙ୍କ ମଧ୍ୟରୁ ୨୯ଜଶ ସ୍ଥାନୀୟ ସଂକ୍ରମିତ ହୋଇଥିବାବେଳେ ଜଣେ ସଙ୍ଗରୋଧରୁ ବୋଲି ଜଣାପଡ଼ିଛି। ଦଶପଲା ବ୍ଳକରୁ ଏକକାଳୀନ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାଗଡ଼ ପୌରାଚଂଳରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଖଣ୍ଡପଡ଼ା ବ୍ଳକରୁ ୩ଜଣ ଓ ଓଡ଼ଗାଁ ବ୍ଳକରୁ ୨ଜଣ ଚିହ୍ନଟ ହୋଇଛନ୍ତି। ଅନ୍ୟପକ୍ଷରେ ଦଶପଲ୍ଲା ଥାନାରୁ ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଦଶପଲା ଥାନାକୁ ୪ଦିନ ସଟ୍‌ଡାଉନ କରାଯାଇଛି। ଦଶପଲା ଥାନାରେ ଯେଉଁମାନେ ଅଭିଯୋଗ କରୁଥିଲେ ସେମାନେ ପଡ଼ୋଶୀ ଥାନା ନୂଆଗାଁ ଥାନାର ସହାୟତା ନେବାକୁ କୁହାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.