Home ଜିଲ୍ଲା ପରିକ୍ରମା ବନ୍ତଛକ ବସ୍‌ଷ୍ଟାଣ୍ଡ ନିକଟ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର, ସ୍ଥାୟୀ ପଟ୍ଟା ଓ ଗୃହ ନିର୍ମାଣ...

ବନ୍ତଛକ ବସ୍‌ଷ୍ଟାଣ୍ଡ ନିକଟ ବସ୍ତିବାସିନ୍ଦାଙ୍କ ପକ୍ଷରୁ ଜିଲାପାଳଙ୍କୁ ଦାବିପତ୍ର, ସ୍ଥାୟୀ ପଟ୍ଟା ଓ ଗୃହ ନିର୍ମାଣ ପାଇଁ ଦାବି

13

ଭଦ୍ରକ, ୨୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବସ୍ତିବାସିନ୍ଦା ନିୟମ ୨୦୧୭ ଅନୁସାରେ ଭଦ୍ରକ ପୌରାଞ୍ଚଳର ଜଗନ୍ନାଥପୁର ମୌଜାର ଖାତା ନଂ ୩୬୨, ପ୍ଲଟ୍ ନଂ ୮୨୫, ୮୨୬ ଓ ୮୨୨ ରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ପଟ୍ଟା ଓ ଗୃହ ନିର୍ମାଣ କରିବା ଦାବି ନେଇ ଆଜି ଜିଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର କାର୍ତ୍ତିକନାଥ ମଣ୍ଡଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି ବନ୍ତଛକ ବସ୍‌ଷ୍ଟାଣ୍ଡ ନିକଟ ବସ୍ତିବାସିନ୍ଦା ବୃନ୍ଦ । ବିଶିଷ୍ଟ ଶ୍ରମିକ ନେତା ତଥା ଅଧିବକ୍ତା ଦିବ୍ୟସିଂହ ନାୟକ ଓ ଅଧିବକ୍ତା ରାଧା ଦାସଙ୍କ ନେତୃତ୍ୱରେ ବସ୍ତିବାସିନ୍ଦା ଦେଇଥିବା ଦାବିପତ୍ର ମୂଳେ ପୌରପାଳିକା ଅଧୀନସ୍ଥ ୧୦ନଂ ୱାର୍ଡରେ ଯାଉଥିବା ଜଗନ୍ନାଥପୁର ମୌଜା ବନ୍ତଛକ ବସଷ୍ଟାଣ୍ଡ ନିକଟ ବସ୍ତି ବାସିନ୍ଦାମାନେ ସରକାରଙ୍କ ଦ୍ୱାରା ପରିଚାଳିତ ମତ୍ସ୍ୟ ବିଭାଗ ପୋଖରୀ ଆଡି ଓ ଜଳସେଚନ ବିଭାଗ କେନାଲ ଆଡି ଉପରେ ପ୍ରାୟ ୬୦/୭୦ ବର୍ଷ ଧରି ବସବାସ କରିଆସୁଛନ୍ତି । ସେମାନେ ନିଜର ପରିବାର ସହ ସେଠାରେ ରହିବା ମଧ୍ୟରେ କୋଠାବାଡି ନିର୍ମାଣ କାର୍ଯ୍ୟ, ହେମ୍ ବେସ୍ ୱାର୍କ୍ସ ଓ ଗାଡିମୋଟର ଚଳାଇ ସେମାନଙ୍କର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି । ସେମାନେ ଜନଜାତିର ବ୍ୟକ୍ତି ହୋଇଥିବାବେଳେ ପୂର୍ବର ୫ ନଂ ଜାତୀୟ ରାଜପଥ, ଯାହା ଆଜି ୧୬ନଂ ର ମାନ୍ୟତା ପାଇଛି, ଉକ୍ତ ନିର୍ମାଣ କାର୍ଯ୍ୟରେ ସେମାନଙ୍କ ପିତା-ମାତା ଓ ଜେଜେବାପା-ଜେଜେମା ମାନେ ଦିନ ମଜୁରିଆ ଭାବେ କାର୍ଯ୍ୟ କରିଆସୁଥିବାବେଳେ ତତ୍‌କାଳୀନ ଠିକାଦାର ତାରା ସିଂ ସେମାନଙ୍କୁ ଉକ୍ତ ସ୍ଥାନରେ ବସତି ସ୍ଥାପନ କରାଇ ରଖାଇଥିଲେ ।

ସେମାନେ ଇତିମଧ୍ୟରେ ଭଦ୍ରକ ପୌରପାଳିକାର ଭୋଟର ଥାଇ ଆଧାର କାର୍ଡ ହାସଲ କରିଛନ୍ତି । ଏପରିକି ସେମାନେ ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଇଆସୁଥିବାବେଳେ କଣ୍ଟ୍ରୋଲ ସାମଗ୍ରୀ ପାଇ ରେସନ୍ କାର୍ଡ ବ୍ୟବହାର କରୁଛନ୍ତି । ସେମାନଙ୍କ ବସ୍ତିର ପ୍ରବେଶ ପଥର ମୁଖ୍ୟମନ୍ତ୍ରୀଙ୍କର ଫଟୋ ସହ “ଜାଗା ମିଶନ” ସାଇନ୍ ବୋର୍ଡ ଲାଗିଛି । ସେମାନଙ୍କ ବସ୍ତିରେ ପୌର କର୍ତ୍ତୃପକ୍ଷ ନଳକୂପ ବସାଇବା ସହ ବିଦ୍ୟୁତ୍ ଲାଇନ୍ ମଧ୍ୟ ସଂଯୋଗ ହୋଇଛି । ବସ୍ତିର ପିଲାମାନେ ବିଦ୍ୟାଳୟରେ ପାଠ ପଢୁଥିବାରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ପାଇଆସୁଅଛନ୍ତି । ଅନୁରୂପ ସେମାନଙ୍କ ବସ୍ତିକୁ ସରକାରୀ ଅର୍ଥରେ ପକ୍କାରାସ୍ତା ନିର୍ମାଣ କରାଯାଇଛି । କିନ୍ତୁ ସେମାନେ ସରକାରଙ୍କୁ ବହୁବାର ଜମିର ପଟ୍ଟା ପ୍ରାପ୍ତ ନେଇ ଲିଖିତ ଭାବେ ଜଣାଇ ଆସୁଥିଲେ ମଧ୍ୟ ତାହା ମିଳିବା ତ ଦୂରର କଥା, ଅପରନ୍ତୁ ସେମାନେ ସରକାରୀ ଜମିରେ ବାସ କରୁଥିବାରୁ କେତେଜଣଙ୍କ ନାମରେ ଜବରଦଖଲ ମୋକଦ୍ଦମା ହୋଇ ଜରିମାନା ଅର୍ଥ ଦେବାକୁ ପଡୁଛି । ଏଣୁ ସେମାନଙ୍କୁ ପଟ୍ଟା ଦେବା ସହ ଉକ୍ତ ସ୍ଥାନରେ ଗୃହ ନିର୍ମାଣ କରିବା ପାଇଁ ସୁଯୋଗ ଦେବାକୁ ବସ୍ତିବାସିନ୍ଦାମାନେ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.