Home ଅପରାଧ ବନବିଭାଗର ମିଳିତ ଉଦ୍ୟମରେ ହାତୀଦାନ୍ତ ଚାଲାଣ ବେଳେ ୩ ଅଭିଯୁକ୍ତ ଗିରଫ, ୧୪ଟି ହାତୀଦାନ୍ତ ସହ...

ବନବିଭାଗର ମିଳିତ ଉଦ୍ୟମରେ ହାତୀଦାନ୍ତ ଚାଲାଣ ବେଳେ ୩ ଅଭିଯୁକ୍ତ ଗିରଫ, ୧୪ଟି ହାତୀଦାନ୍ତ ସହ କାର ଜବତ

58

ହରିଚନ୍ଦନପୁର, ତା ୧ ସେପ୍ଟେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ବନବିଭାଗର ମିଳିତ ଉଦ୍ୟମରେ ହାତୀଦାନ୍ତ ଚୋରା ଚାଲାଣ ବେଳେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ । ଏଥିମହ ୧୯ କେଜି ଓଜନର ୧୪ଟି ହାତୀଦାନ୍ତ ଓ ଗୋଟିଏ କାର(ଓଡି ୨୨ ଏନ୍ ୮୫୨୪) ସହ ମୋବାଇଲ୍ ଜବତ ହୋଇଛି । ବିଶେଷ ସୁତ୍ରରୁ ଖବର ପାଇ ଆନନ୍ଦପୁର ଡିଏଫଓ ଅଜିତ୍ କୁମାର ସତପଥିଙ୍କ ନିର୍ଦ୍ଦେଶ କ୍ରମେ ଏସସିଏଫ ପ୍ରଫୁଲ୍ଲ ମଲ୍ଲିକଙ୍କ ସହ ଅନ୍ୟ ବନବିଭାଗୀୟ କର୍ମଚାରୀଙ୍କ ମିଳିତ ଏକ ଟିମ୍ ହାତୀଦାନ୍ତ କାରବାର କରୁଥିବା ବ୍ୟବସାୟୀମାନଙ୍କ କାରକୁ ପିଛା କରିଥିଲେ । ହରିଚନ୍ଦନପୁର ବନବିଭାଗ ଅଧିନସ୍ଥ ପିଟାଟାଙ୍ଗର ଗ୍ରାମ ନିକଟରୁ ଦାନ୍ତଗୁଡିକୁ ଜବତ କରିଥିଲେ । ସେଠାରୁ ଅଭିଯୁକ୍ତମାନେ ଖସି ପଳାଇଥବାକୁ ଚେଷ୍ଟା କରିଥିଲେ, ବନବିଭାଗର ଟିମ୍ ଅଭିଯୁକ୍ତଙ୍କ କାରକୁ ଗୋଡାଇ ଗୋଡାଇ ନନ୍ଦରା ଗ୍ରାମ ଖେଦାପଡା ନିକଟରୁ ଗାଡି ସହ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.