Home ଜିଲ୍ଲା ପରିକ୍ରମା ବଦ୍ରୀଙ୍କ ତେୃତ୍ୱରେ ରିଲିଫ ବଞ୍ôଚତଙ୍କ ଅନଶନ, ମଙ୍ଗଳବାର ରିଲିଫ ପ୍ରଦାନ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

ବଦ୍ରୀଙ୍କ ତେୃତ୍ୱରେ ରିଲିଫ ବଞ୍ôଚତଙ୍କ ଅନଶନ, ମଙ୍ଗଳବାର ରିଲିଫ ପ୍ରଦାନ ପ୍ରତିଶ୍ରୁତି ପରେ ପ୍ରତ୍ୟାହୃତ

53

ଭଦ୍ରକ, ୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକ ରହଣିଆ ପଞ୍ଚାୟତର ବନ୍ୟା କ୍ଷତିଗ୍ରସ୍ତ ନୂଆପୋଖରୀ ଓ ସନ୍ତରାପଡା ଗ୍ରାମବାସୀଙ୍କୁ ମାସାଧିକ କାଳ ରିଲିଫ ପ୍ରଦାନ ପାଇଁ ଟାଳଟୁଳ ନୀତି ଗ୍ରହଣ କରିବା ପ୍ରତିବାଦରେ ଗ୍ରାମବାସୀମାନେ ସୋମବାର ବିଜେପି ନେତା ବଦ୍ରୀନାରାୟଣ ଧଳଙ୍କ ନେତୃତ୍ୱରେ ବ୍ଲକ ସମ୍ମୁଖରେ ଅନଶନରେ ବସିଥିଲେ । ତୁରନ୍ତ ବିଡିଓଙ୍କ ବାର୍ତ୍ତାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ଆଗାମୀ ମଙ୍ଗଳବାର ସୁଦ୍ଧା ରିଲିଫ ପ୍ରଦାନ ନିଶ୍ଚିତ ଭାବେ କରାଯିବ ବୋଲି ଅନଶନକାରୀଙ୍କ ସମ୍ମୁଖରେ ଘୋଷଣା କରିଥିଲା । ଏଥିରେ ବିଶ୍ୱାସ କରି ଅନଶନକାରୀମାନେ ଅନଶନ ପ୍ରତ୍ୟାହାର କରିଥିଲେ । ପୂର୍ବରୁ ବ୍ଲକ ସମ୍ମୁଖରେ ଧାରଣା ଓ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଂପୃକ୍ତ ଗ୍ରାମବାସୀଙ୍କ ଧାରଣାକୁ ପ୍ରଶାସନ କୌଶଳ କ୍ରମେ ଭଣ୍ଡୁର କରିଦେଇଥିବା ବେଳେ ଏଥର ଅକଳରେ ପଡିଯାଇଥିଲା । ଘଟଣା ଭିନ୍ନ ମୋଡ ନେଉଛି ବୋଲି ପ୍ରଶାସନ ହେଜିଥିଲା ଓ ସକାରାତ୍ମକ ନିଷ୍ପତ୍ତି ଗ୍ରହଣ କରିଥିଲା । ଅନ୍ୟମାନଙ୍କ ମଧ୍ୟରେ ମଣ୍ଡଳ ସଭାପତି ମୁକୁନ୍ଦ ଚରଣ ମଲ୍ଲିକ, ଗିରିଶ ସାମଲ, ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ଜିଲ୍ଲା ସମ୍ପାଦିକା ଜୟସ୍ମୀତା ଗୋଚ୍ଛାୟତ, ଯୁବମୋଚ୍ଚା ସଭାପତି ସୁରେଶ ସାମଲ, ତପସ୍ୱିନୀ ମହାପାତ୍ର, ପ୍ରଦ୍ୟୁମ୍ନ ସେନାପତି, ଯୁନେତା ସ୍ୱରାଜ ମହାପାତ୍ର, ସୁଶାନ୍ତ ମହାପାତ୍ର, ଅଜୟ ପାତ୍ର, ସୁରେଶ ଦାସ, ଅନ୍ତର୍ଯ୍ୟାମୀ ସାହୁ, ଶିବାନନ୍ଦ ସାହୁ, ପ୍ରଫୁଲ୍ଲ ବେହେରା, ବିଶ୍ୱନାଥ ତ୍ରିପାଠୀ, ସତ୍ୟପ୍ରକାଶ ନାୟକ, ୱାର୍ଡ ସଭ୍ୟା ଶକୁନ୍ତଳା ସିଂ, ନରେନ୍ଦ୍ର ମହଲ, ପରୀକ୍ଷିତ ଜେନା, ପ୍ରଶାନ୍ତ ବିଶ୍ୱାଳ, ଗୋବିନ୍ଦ ଜେନା, ଦେବେନ୍ଦ୍ର ଜେନା, ଶରତ ବଳ, ନୀଳମଣୀ ଜେନା, ନିରଞ୍ଜନ ମାଝୀ, ରାଧୁ ସିଂ, ରଞ୍ଜନ ସାହୁ ପ୍ରମୁଖ ଗ୍ରାମବାସୀମାନେ ଅନଶନରେ ସାମିଲ ହୋଇଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ସଂପୃକ୍ତ ଦୁଇଟି ଗ୍ରାମ ବନ୍ୟାକ୍ଷତିଗ୍ରସ୍ତ ହୋଇଥିବାରୁ କ୍ଷତିଗ୍ରସ୍ତଙ୍କୁ ରିଲିଫ ଯୋଗାଇଦେବାକୁ ମଧ୍ୟ ପତ୍ର ସଂଖ୍ୟା ୩୨୨୫ ମାଧ୍ୟମରେ ଜିଲ୍ଲାପାଳଙ୍କୁ ବ୍ଲକ ପକ୍ଷରୁ ସୁପାରିଶ କରାଯାଇଥିଲା । ହେଲେ ଏହାକୁ କାର୍ଯ୍ୟକାରୀ କରାଯାଇନଥିଲା । ଏଥିପାଇଁ ବାରମ୍ବାର ଧାରଣା ମଧ୍ୟ ଦିଆଯାଇଥିଲା । ଦାବି ହାସଲରେ ବିଫଳ ହେବାରୁ ଅନଶନ ଚେତାବନୀ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.