Home ଜିଲ୍ଲା ପରିକ୍ରମା ବଦଳ ଡିଲର ଠାରୁ ସାମଗ୍ରୀ ଦାବିରେ ତେସିଙ୍ଗାରେ ଏମ.ଆଇ.ଙ୍କୁ ଅଟକ

ବଦଳ ଡିଲର ଠାରୁ ସାମଗ୍ରୀ ଦାବିରେ ତେସିଙ୍ଗାରେ ଏମ.ଆଇ.ଙ୍କୁ ଅଟକ

27

ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ତେସିଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁଲଣା ଗ୍ରାମର ବହୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ବ୍ଲକ ମାର୍କେଟିଂ ଇନିସପେକ୍ଟର ରେବତୀସ ସିଂ ନାୟକଙ୍କୁ ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖିଥିବା ଜଣାଯାଇଛି । ସଂପୃକ୍ତ ଅଞ୍ଚଳର ଡିଲର ବିଷ୍ଣୁ ମଲ୍ଲିକଙ୍କ ପରିବର୍ତ୍ତେ ବଡବନସ୍ତାର ଡିଲର ବସନ୍ତ କୁମାର ସାହୁଙ୍କୁ ରାସନ ସାମଗ୍ରୀ ବିତରଣ ଦାଇତ୍ୱ ଦେବାକୁ ଦାବି କରି ଅଟକ ରଖାଯାଇଥିବା ଜଣାଯାଇଛି । ଗତ ୨୭ ତାରିଖରେ ଖାଦ୍ୟ ସୁରକ୍ଷା ହିତାଧିକାରୀ ଗୀତାରାଣି ମଲ୍ଲିକ, ଭରତ ମଲ୍ଲିକ, ଭାଗୀରଥି ପଣ୍ଡା, ବ୍ରଜ ମଲ୍ଲିକ ପ୍ରମୁଖ ବିଡିଓଙ୍କୁ ଦରଖାସ୍ତ କରିଥିଲେ । ଡିଲର ବିଷ୍ଣୁ ମଲ୍ଲିକଙ୍କ ସାଗ୍ରୀ ଯୋଗାଣରେ ଅବହେଳା, ହଡପ ଓ ଦୁର୍ବବ୍ୟବହାର ସମ୍ପର୍କରେ ଅଭିଯୋଗରେ ଉଲ୍ଲେଖ କରାଯାଇ ବସନ୍ତ ସାହୁଙ୍କୁ ଦାଇତ୍ୱ ଦେବାକୁ ଅନୁରୋଧ କରାଯାଇଥିଲା । ପୂର୍ବରୁ ବିଷ୍ଣୁ ମଲ୍ଲିକଙ୍କୁ ନିଲମ୍ବନ କରାଯିବା ସମୟରେ ବସନ୍ତ ସାହୁ ଖାଦ୍ୟ ସୁରକ୍ଷା ସାମଗ୍ରୀ ଏହି ହିତାଧିକାରୀଙ୍କୁ ଯୋଗାଇ ଆସୁଥିଲେ । ମାତ୍ର ବିଷ୍ଣୁ ମଲ୍ଲିକ ପୁନଃଅବସ୍ଥାପିତ ହେବା ପରେ ବସନ୍ତ ସାହୁଙ୍କୁ ବାଦ ଦିଆଯାଇଛି । ଏହି ନୂତନ ବ୍ୟବସ୍ଥା ହିତାଧିକାରୀଙ୍କ ପକ୍ଷେ ଗ୍ରହଣୀୟ ହେଉ ନାହିଁ । ମାତ୍ର ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିଲା । ଅନ୍ୟପକ୍ଷରେ ହିତାଧିକାରୀମାନେ ବିଷ୍ଣୁ ମଲ୍ଲିକଙ୍କ ଠାରୁ ସାମଗ୍ରୀ ଗ୍ରହଣ କରୁନଥିଲେ । ବ୍ଲକ ପକ୍ଷରୁ ବିତରଣ ହୋଇପାରୁନଥିବା ବଳକା ସାମଗ୍ରୀକୁ ଡିଲର ପଏଣ୍ଟ ବଦଳରେ ପଞ୍ଚାୟତ କାର୍ଯ୍ୟାଳୟରେ ବିତରଣ କରିବାକୁ ଆଦେଶ ଦିଆଯାଇଥିଲା । ମାତ୍ର ଏହି କାରଣରୁ ଡିଲର ବିଷ୍ଣୁ ମଲ୍ଲିକ ସୁରକ୍ଷା ଅଭାବ ଦର୍ଶାଇ ପଞ୍ଚାୟତ କାର୍ଯ୍ୟାଳୟରେ ବିତରଣ ପାଇଁ ସମ୍ମତ ହୋଇନଥିଲେ । ଫଳରେ ମଙ୍ଗଳବାର ଏଠାରେ ଥିବା ମାର୍କେଟିଂ ଇନିସପେକ୍ଟର ରେବତୀସ ସିଂ ନାୟକଙ୍କୁ ହିତାଧିକାରୀଙ୍କ ପକ୍ଷରୁ ପଞ୍ଚାୟତ କାର୍ଯ୍ୟାଳୟରେ ଅଟକ ରଖାଯାଇଛି । ଅପରାହ୍ନରେ ପୁଲିସ ଉପସ୍ଥିତିରେ ଏମ.ଆଇ ଶ୍ରୀ ନାୟକ ସାମଗ୍ରୀ ଗ୍ରହଣ କରିନଥିବା ବ୍ୟକ୍ତିମାନଙ୍କୁ ତେସିଙ୍ଗା ସ୍କୁଲରୁ ନେବା ପାଇଁ ସୁଯୋଗ ପ୍ରଦାନ କରାଯିବ ବୋଳି ଲିଖିତ ପ୍ରତିଶ୍ରୁତି ଦେଇ ବା ପରେ ଘଟଣା ସମାଧାନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.