Home Top News ବଦଳି ଯିବ ସୌମ୍ୟଙ୍କ ସ୍ୱର !

ବଦଳି ଯିବ ସୌମ୍ୟଙ୍କ ସ୍ୱର !

378
Image Credit - https://twitter.com/SoumyaSambad

ଶାସକ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ତଥା ଖଣ୍ଡପଡା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ତାଙ୍କ ଖବରକାଗଜ ସମ୍ବାଦର ସଂପାଦକୀୟ ପୃଷ୍ଟାରେ ଓଡିଶା ସରକାରଙ୍କୁ ଶାଣିତ ଆକ୍ରମଣ କରିଛନ୍ତି। କରୋନା ମହାମାରୀରେ ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିବାକୁ ଉଦ୍ୟମ କରିଛନ୍ତି। କରୋନା ପରିଚାଳନାରେ ସରକାରଙ୍କ ବିଫଳତା ଉପରେ ସେ ବର୍ଷିଛନ୍ତି। ଓଡିଶାର ଏକ ନମ୍ବର ମିଡିଆ ଗୃପର ମାଲିକ ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ନିଶ୍ଚିତ ଭାବରେ ତାଙ୍କ ସଂପାଦକୀୟଟି ରାଜ୍ୟରେ ହଇଚଇ ସୃଷ୍ଟି କରିଛି। ବିରୋଧି ବିଜେପି ଓ କଂଗ୍ରେସକୁ ଖୋରାକ ଯୋଗାଇଛି ସରକାରଙ୍କ ବିରୁଦ୍ଧରେ ଗପିବା ପାଇଁ। ମାତ୍ର ଏ ଝଡ ଚିରସ୍ଥାୟୀ ନୁହଁ। ଖୁବ କମ ଦିନରେ ଆପୋଷ ବୁଝାମଣାରେ ଏହି ସମସ୍ୟାର ସମାଧାନ ହୋଇଯିବ ଏଥିରେ ସନ୍ଦେହ ନାହିଁ।

ଏ କଥା ସତ୍ୟଯେ ମହାମାରୀ କରୋନା ପରିଚାଳନାରେ ଓଡିଶା ସରକାର ସଂନୂର୍ଣ୍ଣ ରୂପେ ବ୍ୟାକ ଫୁଟରେ ଅଛନ୍ତି। ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟାରେ ବ୍ୟାପକ ହେରଫେର ହେଉଥିବାର ଅଭିଯୋଗ ବହୁ ପୂର୍ବରୁ ବିରୋଧିମାନେ କହି ଆସୁଛନ୍ତି। ୧୦/୧୨ ଜଣ ପ୍ରଶାସନିକ ଅଧିକାରୀ ରାଜ୍ୟ ଶାସନ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ ନିଜ ହାତକୁ ନେଇ ଯାଇଛନ୍ତି ବୋଲି ମଧ୍ୟ ବିରୋଧି ହୋ ହାଲ୍ଲା କରୁଛନ୍ତି। ସାରା ରାଜ୍ୟବାସୀ ମଧ୍ୟ ଏଥିରେ ସଂପୂର୍ଣ୍ଣ ଅବଗତ। ମନ୍ତ୍ରୀ ଓ ବିଧାୟକମାନେ ହାତ ଗୋଡ ବାନ୍ଧି ଘରେ ବସିଛନ୍ତି ଏହା ନିରାଟ ସତ୍ୟ। ଓଡିଶାରେ ଗଣତାନ୍ତ୍ରୀକ ନୁହେଁ ବରଂ ପ୍ରଶାସନିକ ଶାସନ ଚାଲିଛି ବୋଲି ବିରୋଧି ଦଳ ତଥା ବିଭିନ୍ନ ସଂଗଠନ ବାରମ୍ବାର ଅନେକ ସମୟରେ ହୋ ହାଲ୍ଲା କରୁଛନ୍ତି। ତେଣୁ ସୌମ୍ୟ ପଟ୍ଟନାୟକ ତାଙ୍କ ସଂପାଦକୀୟରେ କଣ ନୂଆ କଥା ଲେଖିଲେ ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି। ବାତ୍ୟା ହେଉ କିମ୍ବା ବନ୍ୟା କିମ୍ବା କରୋନା ମହାମାରୀ ସବୁଥିରେ ପରିଚାଳନା କ୍ଷେତ୍ରରେ ଓଡିଶା ଏକ ନମ୍ବର ଏବଂ ଓଡିଶାର ମୁଖ୍ୟମନ୍ତ୍ରୀ ଏକ ନମ୍ବର ବୋଲି ଏକ ନିର୍ଦ୍ଦିଷ୍ଟ ରଣନିତୀ ପ୍ରସ୍ତୁତ କରାଯାଇ ଓଡିଶାର ସାଢେ ଚାରିକୋଟି ଜନତାଙ୍କୁ ଭକୁଆ ବନାଯାଏ। ଏହା ନିରାଟ ସତ୍ୟ। ଅନେକ କ୍ଷେତ୍ରରେ ରାଜ୍ୟ ସରକାର ଜାତୀୟ ଗଣମାଧ୍ୟମରେ ଲୋକହସା ମଧ୍ୟ ହୋଇଛନ୍ତି। ତେଣୁ ସୌମ୍ୟ ବାବୁ କିଛି ନୂତନ ତଥ୍ୟ ଲେଖି ନାହାଁନ୍ତି। ଜଣେ ଉଚ୍ଚ ଶିକ୍ଷିତ, ଜଣେ ଜାତୀୟ ସ୍ତରର ପ୍ରତିଷ୍ଠିତ ସାମ୍ବାଦିକ, ଜଣେ ବରିଷ୍ଟ ରାଜନେତା, ଓଡିଶାର ଘରେ ଘରେ ଏକ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ହେଉଛନ୍ତି ସୌମ୍ୟରଂଜନ ପଟ୍ଟନାୟକ। ସେ କଣ ଜାଣି ନଥିଲେ ଓଡିଶା ଏକ ନମ୍ବର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ନମ୍ବର କରାଯିବା ପାଇଁ କି ଖେଳ ରଚାଯାଏ। ସୌମ୍ୟଙ୍କ ଲେଖାର ବହୁ ପୂର୍ବରୁ ଏହି ମିଡିଆରେ ପ୍ରଥମେ ଖବର ପ୍ରକାଶ ପାଇଥିଲା “ଏକ ନମ୍ବର ଲକ୍ଷ୍ୟରେ ଧ୍ୱଂସ ମୁହାଁ ଓଡିଶା”।

ସୌମ୍ୟ ବାବୁ ପ୍ରଥମେ ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ କରିଥିଲେ ଭାରତୀୟ ଜନତା ପାର୍ଟୀରୁ। ତା ପରେ କଂଗ୍ରେସ, ତା ପରେ ଆମ ଓଡିଶା ଏବଂ ଏବେ ବିଜୁ ଜନତା ଦଳ। ଭାରତ ବର୍ଷରେ ଯେତେ ବି ପୁରୁଖା ନେତା ବାରମ୍ବାର ଦଳ ବଦଳ କରନ୍ତି ଯଦି ସେମାନଙ୍କ ରାନୈତିକ କ୍ୟାରିୟରୁ ତର୍ଜ୍ଜମା କରଯାଏ ତା ହେଲେ ସ୍ପଷ୍ଟ ଚିତ୍ର ମିଳିବ ଯେ, ଏମାନେ କେବେ ଦେଶ ବା ରାଜ୍ୟ ବା ଜନସାଧାରଣଙ୍କ ପାଇଁ ଦଳ ବଦଳ କରନ୍ତି ନାହିଁ। ନିଜସ୍ୱ ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥର ଏହା ଏକ ପରିପନ୍ଥୀ। ତେଣୁ ସୌମ୍ୟଙ୍କ ଆମ ଘରର ହାଲଚାଲ ମଧ୍ୟ ନରମି ଯିବ ଏଥିରେ ଦ୍ୱିମତ ନାହିଁ। ଯେଉଁ ଉଦ୍ଦ୍ୟେଶ ନେଇ ସେ ନିଜ ସରକାଙ୍କ ବିରୁଦ୍ଧରେ ସ୍ୱର ଉଠାଇଛନ୍ତି ତାହାର ସମାଧାନ ଖୁବ ଶୀଘ୍ର ହୋଇଯିବ। ଖାଲି ଭକୁଆ ବନିବେ ବିରୋଧି ଦଳ ଓ ନିରୀହ ଜନସାଧାରଣ।

ପ୍ରିୟରଂଜନ ସାହୁ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.