Home Coronavirus Outbreak ଏହି ସବୁ ଜିଲ୍ଲାରେ ବଳବତ୍ତର ରହିବ ସପ୍ତାହାନ୍ତ ସଟଡାଉନ୍‌

ଏହି ସବୁ ଜିଲ୍ଲାରେ ବଳବତ୍ତର ରହିବ ସପ୍ତାହାନ୍ତ ସଟଡାଉନ୍‌

189

ଭୁବନେଶ୍ୱର ୨-୭ (ଓଡ଼ିଆ ପୁଅ) କରୋନା କଟକଣାକପ ନେଇ ରାଜ୍ୟ ସରକାର ରାଜ୍ୟର ସମସ୍ତ ଦିଲ୍ଲାକୁ ଦୁଇଟି କ୍ୟାଟେଗୋରୀରେ ବିଭକ୍ତ କରିଛନ୍ତି। କ୍ୟାଟେଗୋରୀ ଏ ରେ ୨୦ ଜିଲ୍ଲା ଏବଂ କାଟେଗୋରୀ ବି ରେ ୧୦ ଜିଲ୍ଲା ରହିଛି। ୫ ପ୍ରତିଶତରୁ ଅଧିକ ଥିବା ଥିବା ଅଞ୍ଚଳକୁ କାଟାଗୋରୀ ବି ରେ ସାମିଲ କରାଯାଇଛି।

ତେବେ କରୋନା ଭୂତାଣୁ ସଂକ୍ରମଣର ଦ୍ବିତୀୟ ଲହରକୁ ରୋକିବା ପାଇଁ ରାଜ୍ୟ ସରକାର କ୍ୟାଟେଗୋରି “ବି” ଅନ୍ତର୍ଗତ ଖୋର୍ଦ୍ଧା, ପୁରୀ, ନୟାଗଡ, କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୁରଭଞ୍ଜ ଜିଲ୍ଲାରେ ସପ୍ତାହାନ୍ତ ସଟ୍‌ଡାଉନ୍ ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ପୁନଃ ନିୟମକୁ କଡ଼ାକଡ଼ି ଭାବରେ ପାଳନ କରିବା ପାଇଁ ସ୍ମରଣ କରାଇଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.