Home ଜିଲ୍ଲା ପରିକ୍ରମା ବଦଳିବ ଭଣ୍ଡାରିପୋଖରୀ ବଜାରର ରୂପରେଖ, ନିର୍ମାଣ ହେବ ଆରଏମ୍‌ସି ମାର୍କେଟ୍ କମ୍ପେ୍ଲକ୍ସ

ବଦଳିବ ଭଣ୍ଡାରିପୋଖରୀ ବଜାରର ରୂପରେଖ, ନିର୍ମାଣ ହେବ ଆରଏମ୍‌ସି ମାର୍କେଟ୍ କମ୍ପେ୍ଲକ୍ସ

23

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏବେ ଏହି ଜିଲାର ଭଣ୍ଡାରିପୋଖରୀ ବଜାରର ରୂପରେଖ ବଦଳିବା ସହ ନୂତନ ଭାବେ ଆରଏମ୍‌ସି ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ ହୋଇ ପ୍ରତ୍ୟେକ ଦୋକାନୀଙ୍କୁ ପକ୍କାଘର ମିଳିବ । ଏଥିନେଇ ଭଣ୍ଡାରିପୋଖରୀ ପୁରୁଣା ବଜାରର ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ନିର୍ମାଣ ହେଲେ ବଜାରରେ ଅବସ୍ଥିତ ଥିବା ବ୍ୟବସାୟୀମାନଙ୍କୁ ଉନ୍ନତ ମାନର ଦୋକାନ ଗୃହ ଯୋଗାଇ ଦିଆଯିବ । ଏ ନେଇ ଆରଏମ୍‌ସି ପକ୍ଷରୁ ନିର୍ମାଣ କରାଯିବ ଉନ୍ନତମାନର ଜି+୧ ମାର୍କେଟ୍ କମ୍ପେ୍ଲକ୍ସ । ପ୍ରଥମ ପର୍ଯ୍ୟାୟରେ ୪ କୋଟି ଅର୍ଥ ବ୍ୟୟ ଅଟକଳରେ ନିର୍ମାଣ ହେବ ୯୨ ଟି ଦୋକାନ ଗୃହ । ତେବେ ଏହି ନୂତନ ମାର୍କେଟ୍ କମ୍ପେ୍ଲକ୍ସରେ ବ୍ୟବସାୟ କରୁଥିବା ଦୋକାନୀଙ୍କୁ ପ୍ରଥମେ ପ୍ରାଥମିକତା ଦିଆଯିବ । ଏଥିନେଇ ଆଜି ସ୍ଥାନୀୟ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ଉପସ୍ଥିତିରେ ଉପଜିଲାପାଳ ଓ ତହସିଲଦାର ନିର୍ମାଣ ସ୍ଥାନ ପରିଦର୍ଶନ କରିଛନ୍ତି । ଏବଂ ଇଂ ସାମଲଙ୍କ ସହ ବିସ୍ତୃତ ଆଲୋଚନା କରି ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ ହେବ ବୋଲି ତହସିଲଦାର କହିଛନ୍ତି । ତେବେ ଏହି ଉନ୍ନତମାନର ମାର୍କେଟ୍ କମ୍ପେ୍ଲକ୍ସ ନିର୍ମାଣ ହେଲେ ବହୁ ପୁରାତନ ଓ ସଂକୀର୍ଣ୍ଣ ଭଣ୍ଡାରିପୋଖରୀ ବଜାରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇବା ସହ ବ୍ୟବସାୟୀମାନଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ମିଳିବ ବୋଲି ଗଣମାଧ୍ୟମକୁ କହିଛନ୍ତି ଇଂ ଶ୍ରୀ ସାମଲ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.