Home ଜିଲ୍ଲା ପରିକ୍ରମା ପବିତ୍ରତା ସ୍ମୃତିର ପର୍ବ ରାକ୍ଷୀ ପୂର୍ଣ୍ଣିମା – ମଞ୍ଜୁ ଭଉଣୀ

ପବିତ୍ରତା ସ୍ମୃତିର ପର୍ବ ରାକ୍ଷୀ ପୂର୍ଣ୍ଣିମା – ମଞ୍ଜୁ ଭଉଣୀ

14

ଭଦ୍ରକ, ୩୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଭଦ୍ରକରେ ରକ୍ଷାବନ୍ଧନ ପର୍ବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମାକୁମାରୀ ସେବା କେନ୍ଦ୍ର, ଭଦ୍ରକର ମୁଖ୍ୟ ସଂଚାଳିକା ମଂଜୁ ଭଉଣୀ ଉପସ୍ଥିତ ହୋଇ ସମସ୍ତଙ୍କୁ ରକ୍ଷାବନ୍ଧନ ପର୍ବର ଶୁଭ ଅଭିନନ୍ଦନ ଜଣାଇଛନ୍ତି । ସେ ତାଙ୍କ ବକ୍ତବ୍ୟରେ ଜଣାଇଛନ୍ତି ଯେ ରାକ୍ଷୀ ପବିତ୍ରତା ଓ ସ୍ମୃତିର ପର୍ବ । ଆମର ପୂର୍ବ ପୁରୁଷମାନେ ରାକ୍ଷୀ ପର୍ବକୁ ପରସ୍ପର ଭିତରେ ଶାନ୍ତି, ଶୁଭେଚ୍ଛା ଓ ଭାଇଚାରା ପାଇଁ ପାଳନ କରିଆସୁଥିଲେ । କିନ୍ତୁ ଆଜିକାଲି ଏହା କେବଳ ପର୍ବ ପାଳନରେ ସୀମିତ ହୋଇରହିଯାଇଛି । ରକ୍ଷାବନ୍ଧନରେ ଆତ୍ମ ସ୍ମୃତିର ତିଳକ ଲଗାଇ, ମଧୁର ବଚନର ମିଠା ଖୁଆଇ ପରସ୍ପର ମଦ୍‌ୟରେ ଭାଇ-ଭଉଣୀର ଭାବନା ସୃଷ୍ଟି କରିବା, ଆମ ଭିତରେ ଥିବା କାମ, କ୍ରୋଧ, ଲୋଭ, ଇର୍ଷା ଆଦି ଅଗୁଣକୁ ଛାଡି ସହନଶୀଳତା, ନମ୍ରତା, ପବିତ୍ରତା ଆଦି ଗୁଣକୁ ଧାରଣ କରିବା ହିଁ ଏହି ରକ୍ଷାବନ୍ଧନ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଭଉଣୀମାନଙ୍କୁ ନିଜ ଭଉଣୀ ଭଳି ଭଲ ଦୃଷ୍ଟିରେ ଦେଖିବା ହେଉଛି ରାକ୍ଷୀକୁ ସମ୍ମାନ ଦେବା । ସମସ୍ତେ ଏକ ପରମାତ୍ମଙ୍କର ସନ୍ତାନ ହୋଇଥିବାରୁ ଏହି ପର୍ବକୁ ପରସ୍ପର ମଧ୍ୟରେ ପାଳନ କରିବା ହିଁ ପବିତ୍ର ସ୍ନେହ ଶ୍ରଦ୍ଧାର ନିଦର୍ଶନ ବୋଲି ସେ କହିଥିଲେ । ବ୍ରହ୍ମାକୁମାରୀ ସେବା କେନ୍ଦ୍ର, ଭଦ୍ରକର ମୁଖ୍ୟ ସଂଚାଳିକା ମଂଜୁ ଭଉଣୀ ସମସ୍ତଙ୍କୁ ରାକ୍ଷୀ ବାନ୍ଧିଥିଲେ ଏବଂ ଆତ୍ମ ସ୍ମୃତିରେ ତିଳକ ଲଗାଇ ମୁଖମିଠା କରାଇଥିଲେ । ଅନୁଷ୍ଠାନ ପକ୍ଷରୁ ମଂଜୁ ଭଉଣୀ ସମେତ ବ୍ରହ୍ମାକୁମାରୀ ସସ୍ମିତା, ପ୍ରିୟଙ୍କା, ସନ୍ଧ୍ୟା, ଜାନକୀ, ଲତା, ମେନକା ଓ ବ୍ରହ୍ମାକୁମାର ଭାଇମାନଙ୍କ ମଧ୍ୟରେ ସୌଭାଗ୍ୟ, ରବିନ୍ଦ୍ର, ଶୁଭାଂଶୁ, ପ୍ରଦୀପ, ଅମର, ଉତ୍ତମ ପ୍ରମୁଖ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଜିଲା ଆରକ୍ଷୀ ଅଧୀକ୍ଷକ ବରୁଣ ଗୁଣ୍ଟୁପାଲି, ବିଭିନ୍ନ ବ୍ୟାଙ୍କ, ନର୍ସିଂ ହୋମ୍‌, ଜେଲ୍‌, ଡାକ୍ତରଖାନା, ପୋଷ୍ଟ ଅଫିସ୍‌, ଥାନାରେ ରକ୍ଷାବନ୍ଧନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.