Home ଓଡ଼ିଶା ବଣ୍ଡାଘାଟିରେ ସପ୍ତାହିକ ହାଟ ପ୍ରତିଷ୍ଟା କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ଆଦିମ ବଣ୍ଡା ଜନଜାତି

ବଣ୍ଡାଘାଟିରେ ସପ୍ତାହିକ ହାଟ ପ୍ରତିଷ୍ଟା କରିବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଲେ ଆଦିମ ବଣ୍ଡା ଜନଜାତି

176

ମାଲକାନଗିରି , ୩ । ୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକସ୍ଥ ବଣ୍ଡାଘାଟିରେ ମୁଦୁଲିପଡା ଓ ଅଣ୍ଡ୍ରାହଲ ଦୁଇଟି ପଚାଂୟତର ୩୨ଟି ରାଜସ୍ୱ ଗ୍ରାମ ଓ ପ୍ରାୟ୫୦ରୁ ଉର୍ଦ୍ଦ ପଡା ଗ୍ରାମ ରହିଛି । କେଉଁ ଆବାହନ କାଳରୁ ଏହି ଦୁଇଟି ପଚାଂୟତରେ ଆଦିମ ବଣ୍ଡା ଜନଜାତୀ ବସବାସ କରନ୍ତି । ସେମାନେ ଖଇରପୁଟ ତଳେ ମୁଣ୍ଡିଗୁଡା ସପ୍ତାହିକ ହାଟରେ ପନିପରିବା ସହ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରୟ ଓ କ୍ରୟ କରିଥାନ୍ତି । କରୋନା କଟକଣା ପାଇଁ ଏହି ହାଟଟିକୁ ବନ୍ଦ କରିଦିଆଯାଇ ଥିବାରୁ ସେମାନେ ବାଧ୍ୟହୋଇ ଅଣ୍ଡ୍ରାହଲ ପଚାଂୟତ ନିକଟ ସୀମାନ୍ତ ଆନ୍ଦ୍ରପ୍ରଦେଶ ଆନକାଡିଲି ସାପ୍ତାହିକ ହାଟକୁ ଯାଇଥାନ୍ତି । ଗତ ବର୍ଷ କରୋନା ବଣ୍ଡା ଘାଟିକୁ ଛୁଇଁ ନଥିବା ବେଳେ ଚଳିତବର୍ଷ ଆନ୍ଦ୍ରପ୍ରେଦଶ ଆନକାଡିଲ ବହାଟକୁ ଯାଇ କରୋନା ସଂକ୍ରମଣ ହୋଇଥିଲେ । ସମୁଦ୍ରପତନ ଠାରୁ ଦୀର୍ଘ୩ହଜାର ଫୁଟ ଉଚରେ ଥିବା ଦୁର୍ଗମ ଘାଟିର ଦୁଇଟି ପଚାଂୟତ ବାସୀ ଙ୍କ ପାଇଁ ପନିପରିବା ଓ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରୟ ଓ କ୍ରୟ ନିମନ୍ତେ ସାପ୍ତାହିକ ହାଟଟିଏ ନଥିବାରୁ ବଣ୍ଡାଘିଟା ଅଣ୍ଡ୍ରାହଲ ପଚାଂୟତ ଠାରେ ଏକ ସାପ୍ତାହିକ ହାଟଟିଏ ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରତିଷ୍ଟା କରିବା ପାଇଁ ଦାବିକରାଯାଇଛି । ଆଜି ବଣ୍ଡା ଘାଟିରୁ ଆଦିମ ବଣ୍ଡା ଜନଜାତୀର ଶିକ୍ଷିତ ଯୁବକ ମାନେ ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟକୁ ଆସି ଅତିରିକ୍ତି ଜିଲ୍ଲାପାଳ ବୀରସେନ ପ୍ରଧାନ, ଉପଜିଲ୍ଲାପାଲ ରାମେସ୍ୱର ପ୍ରଧାନଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ବଣ୍ଡାଘାଟିରୁ ମୁଣ୍ଡିଗୁଡା ସପ୍ତାହିକ ହାଟକୁ ଆସିବାକୁ ହେଲେ ଦୀର୍ଘ୩୦ କିଲୋମିଟର ଦୁର୍ଗମ ପାହଡ ଘାଟି ରାସ୍ତା ପାଦରେ ଚାଲି ଚିଲି ଆସିବାକୁ ପଡିଥାଏ । ଠିକ ସେହିପରି ଗୋବିନ୍ଦପାଲି ହାଟକୁ ଯିବାକୁହେଲେ ଦୀର୍ଘ ୪୦ କିଲୋମିଟିର ରାସ୍ତା ଯିବାକୁ ହୋଇଥାଏ । ହାଟ ସାରି ବଣ୍ଡା ଘାଟିକୁ ଫେରିବା ବେଳେକୁ ରାତ୍ର ହୋଇ ଯାଇଥାଏ,ପାହାଡ ଘାଟି ରାସ୍ତାରେ ଭାଲୁ ଓ ବିଭିନ୍ନ ପ୍ରକା ବନ୍ୟଜନ୍ତୁଙ୍କ ହାବୁଡରେ ପି ଅନେକ ହାଟୁଆ ଆହତ ହେବାସହିତ ମୃତ୍ୟୁବରଣ କରିଥିବାର ଜଣାପଡିଛି । ଏହି ସବୁକାରଣ ଯୋଗୁ ତୁରନ୍ତ ଅଣ୍ଡ୍ରାହଲ ପାଚାଂୟତ ଠାରେ ଏକ ସାପ୍ତାହିକ ହାଟ ପ୍ରତିଷ୍ଟା କରିବା ପାଇଁ ଅଣ୍ଡ୍ରାହଲ ପଚାଂୟତର ସରପଂଚ ସୋମନାଥ ସିସା ଓ ୫୦ରୁ ଉର୍ଦ୍ଦରୁ ବଣ୍ଡାସଂପ୍ରଦାୟର ଯୁବକ ଦାବିକରି ଜିଲ୍ଲାପାଳଙ୍କୁ ଦରଖାସ୍ତ ଦେଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.