Home ଓଡ଼ିଶା ଧର୍ମପରାୟଣ ଆଦର୍ଶ ଶିକ୍ଷୟତ୍ରୀ ଙ୍କ ପରଲୋକ

ଧର୍ମପରାୟଣ ଆଦର୍ଶ ଶିକ୍ଷୟତ୍ରୀ ଙ୍କ ପରଲୋକ

66

ମାଲକାନଗିରି,୩ । ୮ (ଓଡିଆ ପୁଅ ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମକିଆ ହାଇସ୍କୁଲର ଆଦର୍ଶ ଶିକ୍ଷୟତ୍ରୀ ଜୋସ୍ନାରାଣୀ ଖଣ୍ଡାଇ(୪୮) ଙ୍କ ପରଲୋକ ଘଟିଛି । ସେ ଗତ କିଛିଦିନହେଲା କୋଭିଡ ରେ ଆକ୍ରାନ୍ତ ହୋଇ ଜୟପୁର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ । ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଛି । ସେ କୋଭିଡ ରେ ଆକ୍ରନ୍ତ ହୋଇ ଥିବାରୁ ତାଙ୍କ ମୃତ ଶରୀରକୁ ପରିବାରଙ୍କୁ ହସ୍ତାନ୍ତର କରା ନ ଯାଇ ଜୟପୁର ଠାରେ ଜିଲ୍ଲାପ୍ରଶାସନ ପକ୍ଷରୁ କୋଭିଡ ନିୟମ ପାଳନ ସହ ପିପିକିଟ ପରିଧାନ କରାଯାଇ ଶବସଂସ୍କାର କରାଯାଇଛି । ତାଙ୍କ ଶେଷକୃତ ସମୟରେ ତାଙ୍କ ସ୍ୱାମୀ ହରିହରଦାଶ,ଏକ ମାତ୍ର ପୁତ୍ର ଶୌରଭଦାଶ,ଦୁଇ ଝିଅ ,ଜ୍ୱାଇ ମାନେ ସାମାଜିକ ଦୁରତା ଅବଲମ୍ବ ସହ କୋଭିଡ ନିୟମ ପାଳନ କରି ଉପସ୍ଥିତ ଥିଲେ । ତାଙ୍କ ପରଲୋକ ଖବର ପାଇ ନବରଙ୍ଗପୁର ଓ ପାପଡାହାଣ୍ଡି,ମକିଆ, ଡେଙ୍ଗାଗୁଡା ଅଚଂଳର ଶିକ୍ଷକ ମହଲ ସହ ମାଲକାନଗିରି ଠାରେ ଶୋକର ଛାୟା ଖେଳି ଯାଇଛି । ଶିକ୍ଷୟତ୍ରୀ ଖଣ୍ଡାଇ ହେଉଛନ୍ତି ନବରଙ୍ଗପୁର ମାଝୀଗୁଡା ନିବାସୀ ମକିଆ ପଚାଂୟତର ସିଆରସିସି ହରିହର ଦାଶ ଙ୍କ ପତ୍ନୀ ଓ ମାଲକାନଗିରି ଜିଲ୍ଲାର ବରିଷ୍ଠ ସାମ୍ବାଦିକ ରତ୍ନାକର ଦାଶ ଙ୍କ ବଡଭାଉଜ । ସ୍ୱର୍ଗତ ଖଣ୍ଡାଇ ଜଣେ ଆଦର୍ଶ ଶିକ୍ଷୟତ୍ରୀ ସହିତ ସେ ଜଣେ ପରଉପକାରି ସମାଜ ସେବୀ ଥିଲେ । ଧର୍ମପରାୟଣ ପରଉପକାରି ଆଦର୍ଶ ଶିକ୍ଷୟତ୍ରୀ ଜୋସ୍ନାରାଣୀ ଖଣ୍ଡାଇ ଙ୍କ ଅକାଳ ବିୟୋଗରେ ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ଶୋକର ଛାୟାଖେଳି ଯିବା ସହ ତାଙ୍କ ଅମର ଆତ୍ମାର ସଦସଦଗତ ିନିମନ୍ତେ ନିରବପ୍ରାର୍ଥନା କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.