Home ଜିଲ୍ଲା ପରିକ୍ରମା ବଣିଆ ମନ୍ଦିରରେ ନିତ୍ୟାନନ୍ଦ ମହାପଭୁଙ୍କ ଜନ୍ମୋତ୍ସବ

ବଣିଆ ମନ୍ଦିରରେ ନିତ୍ୟାନନ୍ଦ ମହାପଭୁଙ୍କ ଜନ୍ମୋତ୍ସବ

49

ବାଲେଶ୍ୱର, ୨୬ା୨(ଓଡ଼ିଆ ପୁଅ/ଅଭୟ ଦାସ): ଗୌଡ଼ୀୟ ବୈଷ୍ଣବ ସମ୍ପ୍ରଦାୟର ଅଗ୍ରପୁଜ୍ୟ ଶ୍ରୀ ଚୈତନ୍ୟ ମହାପ୍ରଭୁଙ୍କ ସଖା ତଥା ଅନୁଗାମୀ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ ବାଲେଶ୍ୱର ସହରର ବଣିଆମନ୍ଦିର ପରିସରରେ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏନେଇ ଗୁରୁବାର ରାତିରୁ ସ୍ୱତନ୍ତ୍ର ବିଧିପୂର୍ବକ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ମନ୍ଦିରର ତାମ୍ରଫଳକ ଅନୁସାରେ ସ୍ୱୟଂ ନିତ୍ୟାନନ୍ଦ ମହାପ୍ରଭୁ ସାଥୀ, ସହଚର ଓ ଅନୁଗାମୀଙ୍କ ସହ ପଶ୍ଚିମବଙ୍ଗ ନଦିଆ ରୁ ଶ୍ରୀ ଜଗନ୍ନାଥ ପୁରୀ ଯିବା ଅବସରରେ ବଣିଆ ମନ୍ଦିର ନିକଟରେ ଅବସ୍ଥାନ କରିଥିଲେ। ସେହି ସ୍ମୃତିରେ ୧୭୩୮ ମସିହାରେ ବଣିଆ ମନ୍ଦିର ପ୍ରତିିଷ୍ଠା ହୋଇଥିବା ବେଳେ ଦୁଇଥର ମନ୍ଦିରର ପୁନରୁଦ୍ଧାର ମଧ୍ୟ ହୋଇଛି। ତେବେ ନିତ୍ୟାନନ୍ଦ ମହାପ୍ରଭୁଙ୍କ ଜନ୍ମୋତ୍ସବ ପାଳନ ଆରମ୍ଭ ହେବାର ନିର୍ଦ୍ଦିଷ୍ଟ ସୂଚନା ନଥିଲେ ବି ବଣିଆ ମନ୍ଦିରରେ ଶହେବର୍ଷରୁ ଊର୍ଦ୍ଧ୍ୱକାଳ ଧରି ଏହି ଉତ୍ସବ ପାଳିତ ହୋଇ ଆସୁଛି ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ସ୍ୱର୍ଗତ ନିରଞ୍ଜନ ଦତ୍ତଙ୍କ ଦ୍ୱାରା ମନ୍ଦିର ପୁନରୁଦ୍ଧାର ହେବା ପରେ ତାଙ୍କ ବଂଶଧର ଏହି ଉତ୍ସବ ପାଳନ କରିଆସୁଛନ୍ତି। ଜନ୍ମୋତ୍ସବ ପାଳନ ପାଇଁ ମହାପ୍ରଭୁଙ୍କ ନିକଟରେ ଭୋଗରାଗ ଲାଗି କରାଯିବା ସହ ତାଙ୍କ ସଖା ସହଚରଙ୍କ ଉଦ୍ଦେଶ୍ୟରେ ମଧ୍ୟ ସ୍ୱତନ୍ତ୍ର ଭୋଗ ଅର୍ପଣ କରାଯାଇଥାଏ। ଏହି ଭୋଗ ମଧ୍ୟରେ ମାଲସା ଭୋଗ ଅର୍ପଣର ପରମ୍ପରା ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥାଏ। ପୂର୍ଜାର୍ଚ୍ଚନା ସହ ହୋମଯଜ୍ଞ କର୍ମକାଣ୍ଡ ମାଧ୍ୟମରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ଉତ୍ସବ ପାଳନ କରାଯାଇଥିଲା। ଏହି ଅବସରରେ ସ୍ଥାନୀୟ କଳାକାରମାନଙ୍କ ଦ୍ୱାରା ଭଜନ ପରିବେଷଣ କରାଯାଇଥିଲା। ଚିତ୍ତରଞ୍ଜନ ଦତ୍ତ, ଦୀପ୍ତି ରଞ୍ଜନ ଦତ୍ତ, ରଞ୍ଜନ ଦତ୍ତ, କଳିଭୂଷଣ ଦତ୍ତ, ସ୍ମୃୃତିରଞ୍ଜନ ଦତ୍ତ, ପ୍ରଦୀପ ବଢ଼େଇ ପ୍ରମୁଖଙ୍କ ସମେତ ସ୍ଥାନୀୟ ଗ୍ରାମବାସୀ ଜନ୍ମୋତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.