Home ଓଡ଼ିଶା ବଢିଲା ଡାଲି ଦର

ବଢିଲା ଡାଲି ଦର

243

ଭୁବନେଶ୍ଵର,୦୫/୧୧,(ଓଡ଼ିଆ ପୁଅ ପି ନାୟକ): ପ୍ରଥମେ ପିଆଜ, ପରିବା ପରେ  ଏବେ ଗ୍ରାହକଙ୍କୁ କନ୍ଦାଇବ ଡାଲି । ଗତ ଦୁଇ ଦିନ ଭିତରେ ଡାଲି ଦର ଅଚାନକ  ଭାବେ ବୃଦ୍ଧି ପାଇଛି । ହରଡ଼ ଓ ମୁଗ ଡାଲି ଦର ଏବେ ୧୦୦ ଟଙ୍କା ଡେଇଁଛି । ପାଇକାରୀ ଦର ୯୦ ଟଙ୍କା ପାର୍ ହୋଇ ଯାଇଥିବାରୁ ଖୁଚୁରା ବଜାର ଦର ୧୦୦ ଟଙ୍କାକୁ ଟପିଛି । ତେବେ ବିରି ଡାଲି ୧୨୦ ଟଙ୍କାକୁ ଟିପଯାଇଛି। ତୁରନ୍ତ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଖାଉଟିଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି ।ସୂଚନାନୁସାରେ ମାନକୁ ନେଇ ହରଡ଼ ଡାଲି ୮୦ ଟଙ୍କାରୁ ୯୦ ଟଙ୍କା ଓ କିଛି ଉନ୍ନତମାନର ଡାଲି ୯୨ ଟଙ୍କା ରହିଛି।  ମୁଗ ଡାଲି ୭୫ ଟଙ୍କାରୁ ୯୦ ଟଙ୍କା ମଧ୍ୟରେ ବିକ୍ରି ହେଉଥିବା ବେଳେ ବିରି ଡାଲି ୮୦ ଟଙ୍କାରୁ ୧୦୦ ଟଙ୍କା ରହିଛି । କିଛି ଉନ୍ନତମାନର ବିରି ଡାଲି ପାଇକାରୀ ବଜାରରେ କିଲୋ ପିଛା ୧୨୦ ଟଙ୍କା ରହିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.