Home କେନ୍ଦୁଝର ବଡ଼ବିଲରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ

ବଡ଼ବିଲରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ

305

ବଡବିଲ ୦୭-୦୭ (ଓଡିଆ ପୁଅ / ସୀତାରାମ ଦିକ୍ଷୀତ) ବଡ଼ବିଲରେ ଦୃଶ୍ୟମାନ ହେଲା ସ୍ୱର୍ଗର ପାରିଜାତ ଫୁଲ,ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ବାରଣ୍ଡାରେ ଫୁଟିଛି ପାରିଜାତ ଫୁଲ ମହାମାରୀ କରୋନା ପାଇଁ ବଡ଼ବିଲ ସଟଡାଉନ ଥିବା ବେଳେ ଶୁଭ ସଂକେତ ଦେଇଛି ପାରି ଜାତ ଫୁଲ,
ମର୍ତ୍ତ୍ୟରେ ଫୁଟିଛି ସ୍ୱର୍ଗର ପାରିଜାତ ଫୁଲ, ଆଶ୍ଚର‌୍ୟ୍ୟ ଲାଗୁଥିଲେ ବି ଏହା ସତ । ଯାହା ଧରାପୃଷ୍ଠ ପାଇଁ ଏକ ଶୁଭଶଙ୍କେତ ବୋଲି ଗ୍ରହଣ କରାଯାଉଛି । ତେବେ ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦେବ-ଦାନବଙ୍କ ଦ୍ଵାରା ସମୁଦ୍ର ମନ୍ଥନରୁ ଏହି ପାରିଜାତ ଫୁଲର ଉତ୍ପତ୍ତି । ଏହି ସୁନ୍ଦର ଫୁଲର ସୌନ୍ଦର‌୍ୟ୍ୟ ଏବଂ ସୁଗନ୍ଧରେ ଆକୃଷ୍ଟ ହୋଇ ଦେବରାଜ ଇନ୍ଦ୍ର ସ୍ଵର୍ଗପୁରକୁ ନେଇ ନନ୍ଦନକାନନରେ ସ୍ଥାପନ କରିଥିଲେ । ପରେ ସ୍ୱର୍ଗରୁ ମର୍ତ୍ତ୍ୟକୁ ଏହି ପାରିଜାତ ଫୁଲ ଆଣି ରାଣୀ ରୁକ୍ମିଣୀଙ୍କୁ ଭଗବାନ ଶ୍ରୀକୃଷ୍ଣ ଉପହାର ଦେଇଥିଲେ । ସେହି ସମୟରୁ ମର୍ତ୍ତ୍ୟରେ ପବିତ୍ର ଏବଂ ଶୁଭ ବୋଲି ବିଶ୍ବାସ କରାଯାଉଥିବା ପାରିଜାତ ଫୁଲ କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୫ ବରିଷ୍ଠ ସାମ୍ବାଦିକ ବଳରାମ ମହାନ୍ତି ବାରଣ୍ଡାରେ ପାଖରେ ଏହି ପାରିଜାତ ଫୁଲ ଫୁଟିଥିବା ଦୃଶ୍ୟମାନ ହୋଇଛି । ଯାହାର ଦର୍ଶନ ପାଇଁ ତାଙ୍କ ପରିବାର ସହ କରିଥିଲେ।ଏହି ଫୁଲ କୁ ପୂଜା କରି ଠାକୁର ଙ୍କୁ ଅର୍ପଣ କରିଥିଲେ। ଖବର ଅନୁଯାୟୀ ଆଜକୁ ଦେଢ଼ ବର୍ଷ ତଳେ ଏହି ପାରିଜାତ ଫୁଲ ଗଛକୁ ଆଣି ନିଜ ଘରର ଫୁଲ କୁଣ୍ଡରେ ରଖୀ ପୂଜା ଅର୍ଚ୍ଚନା କରନ୍ତି । ଏହି ଗଛକୁ ଓ ପତ୍ନୀ ଲଗାଇଥିଲେ । ସେହିଦିନ ଠାରୁ ଆଜି ପର‌୍ୟ୍ୟନ୍ତ ଶ୍ରଦ୍ଧା ଏବଂ ଭକ୍ତିର ସହ ପାରିଜାତ ଫୁଲ ଗଛକୁ ଯତ୍ନ ନେଉଥିଲେ । ତେବେ ଦେଢ଼ ବର୍ଷର ଅପେକ୍ଷା ପରେ ଫୁଲ ଫୁଟିଥିବାରୁ ପରିବାରର ଲୋକମାନେ ବେଶ୍ ଆନନ୍ଦିତ ହୋଇଛନ୍ତି । ଅନ୍ୟପଟେ ଗଛ ଲଗାଇଲେ ମଧ୍ୟ ଫୁଲଫୁଟିବା ଅନିଶ୍ଚିତତା ମଧ୍ୟରେ ରହୁଥିବା ବେଳେ ବର୍ତ୍ତମାନ ଲାଗିରହିଥିବା ସଂକଟ ସମୟରେ ପାରିଜାତ ଫୁଲ ଫୁଟିବା ବେଶ୍ ଏକ ଶୁଭ ଶଙ୍କେତ ବୋଲି ବିଶ୍ୱାସ କରାଯାଉଥିବା ସହ ବୁଦ୍ଧିଜୀବି ମହଲରେ ଆଲୋଚନା ହେଉଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.