Home ଓଡ଼ିଶା ବଜ୍ରାଘାତରେ ୮ ବଳଦ ସହ ଗୋଟିଏ ଗାଈ ମୃତ

ବଜ୍ରାଘାତରେ ୮ ବଳଦ ସହ ଗୋଟିଏ ଗାଈ ମୃତ

321

ହରିଚନ୍ଦନପୁର,ତା ୧ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କାଳ ବୈଶାଖୀ ବଜ୍ରାଘାତରେ ଆଜି ୮ଟି ବଳଦ ସହ ୧ଟି ଗାଈର ମୃତ୍ୟୁ ଘଟିଥିବା ଜଣାପଡିଛି । ଖବର ଅନୁଯାୟୀ ଆଜି ଅପରାହ୍ନ ୩ଘଟିକା ସମୟରେ ବର୍ଷା ସହ ବଜ୍ରାଘାତ ହୋଇଥିଲା । ଉକ୍ତ ବଜ୍ରାଘାତରେ କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ ବିନନ୍ଦା ଗ୍ରାମ ପଞ୍ଚାୟତର ମସିଣାଯୋଡ଼ି ଗ୍ରାମ ଜୁଆଙ୍ଗ ସାହିରେ ଏହି ଦୁଃଖଦ ଘଟଣା ଘଟିଛି । ଉକ୍ତ ଗ୍ରାମର ବୀରବର ଜୁଆଙ୍ଗଙ୍କ ୧ଟି ଗାଈ, ଭୋଳାନାଥ ଜୁଆଙ୍ଗଙ୍କ ୩ଟି ବଳଦ, ମକୁରୁ ଜୁଆଙ୍ଗଙ୍କ ୧ଟି ବଳଦ, ରଞ୍ଜନ ଜୁଆଙ୍ଗ ୨ଟି ବଳଦ, ଭକ୍ତବନ୍ଧୁ ଜୁଆଙ୍ଗଙ୍କ ୨ଟି ବଳଦର ମୃତ୍ୟୁ ଘଟିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.