Home ଓଡ଼ିଶା ବଜ୍ରାଘାତରେ ବୃଦ୍ଧ ମୃତ

ବଜ୍ରାଘାତରେ ବୃଦ୍ଧ ମୃତ

534

ହରିଚନ୍ଦନପୁର,ତା ୧ ମେ (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଗୈ।ଣିଘଷା ଗ୍ରାମର ସକଳ ଦେହୁରୀ(୬୫) ଗୋରୁ ଚରାଇବାକୁ ନେଉଥିବା ସମୟରେ ବଜ୍ରାଘାତରେ ତାଙ୍କର ମୃତ ଘଟିଛି। ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ଅପରାହ୍ନ ସମୟରେ ସକଳ ନିଜର ଗୋରୁ ଗୁଡିକୁ ଚରାଇବା ପାଇଁ ନେଇଥିଲେ । ଚରାଇବା ସମୟରେ ବର୍ଷା ସାଙ୍ଗକୁ ଘନଘନ ବିଜୁଳି ମାରିଥିଲା । ବର୍ଷା ବିଜୁଳି ମାରିବା ଦେଖି ସେ ଘରକୁ ଫେରୁଥିବା ବେଳେ ବଜ୍ରାଘାତର ଶିକାର ହୋଇ ତଳେ ପଡିଯାଇଥିଲେ । ସଙ୍ଗେ ସଙ୍ଗେ ତାଙ୍କୁ ଏକ ଗାଡି ଯୋଗେ ଆଣି ହରିଚନ୍ଦନପୁର ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଚିକିତ୍ସା ଆରମ୍ଭ ପୂର୍ବରୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ସହ ଘଟଣାର ତଦନ୍ତ ଚଳାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.