Home ଜିଲ୍ଲା ପରିକ୍ରମା ବଜ୍ରପାତରେ ଧାମରାରେ ଦୋକାନ ପୋଡି

ବଜ୍ରପାତରେ ଧାମରାରେ ଦୋକାନ ପୋଡି

86

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ବାଂଶଡା ମନ୍ତେଇ ନଦୀ ଘାଟରେ ଥିବା ଏକ ଦୋକାନ ବଜ୍ରପାତରେ ସଂପୂର୍ଣ୍ଣ ପୋଡି ହୋଇ ଯାଇଥିବା ବେଳେ ଏହି ଘରେ ଆଶ୍ରୟ ନେଇଥିବା ଦୋକାନୀ ଅଳ୍ପକେ ରକ୍ଷା ପାଇଛନ୍ତି । ପ୍ରାପ୍ତ ଖବର ଅନୁଯାୟୀ ବାଂଶଡା ମନ୍ତେଇ ଘାଟ ଠାରେ ଏକ ମିଠା ଦୋକାନ କରି ନିଜର ଗୁଜରାଣ ମେଂଟାଉଥିବା କମଳାକାନ୍ତ ବେହେରା ଗତକାଲି ବିଳମ୍ବିତ ରାତିରେ ଦୋକାନ ବନ୍ଦ କରି ଶୋଇଥିବା ସମୟରେ ବଜ୍ରପାତ ଘଟିଥିଲା । ମଧ୍ୟରାତିରେ ଘଟିଥିବା ବଜ୍ରପାତରେ ଦୋକାନଟି ସଂପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିବା ବେଳେ ସଂପୃକ୍ତ ଦୋକାନୀ ଦୋକାନ ବାହାରକୁ ପଳାଇ ଆସି ରକ୍ଷା ପାଇଯାଇଥିଲେ । ପରେ ଧାମରାରୁ ଦମକଳବାହିନୀ ଯାଇ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେବେଳକୁ ଦୋକନରେ ଥିବା ଲକ୍ଷାଧିକ ଟଙ୍କାର ଆସବାବପତ୍ର ସହ ଦୋକନଟି ସଂପୂର୍ଣ୍ଣ ପୋଡି ଭସ୍ମୀଭୂତ ହୋଇଯାଇଥିଲା । ତୁରନ୍ତ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ଚାନ୍ଦବାଲି ବ୍ଲକ ପକ୍ଷରୁ କ୍ଷତି ପୂରଣ ଦେବାକୁ ସ୍ଥାନୀୟ ଜନସାଧାରଣ ଏବଂ ବାଂଶଡା ସରପଂଚ ପ୍ରଶାନ୍ତ ଦାସ ଦାବୀ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.