Home ଜିଲ୍ଲା ପରିକ୍ରମା ଧାମରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଇନଭର୍ଟର ଏବଂ ବ୍ୟାଟେରୀ ଚୋରି, ଜଣେ ଗିରଫ

ଧାମରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଇନଭର୍ଟର ଏବଂ ବ୍ୟାଟେରୀ ଚୋରି, ଜଣେ ଗିରଫ

49

ଭଦ୍ରକ, ୧୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଠାରେ ଥିବା ନୂତନ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରୁ ଏକ ଇନଭର୍ଟର ଏବଂ ବ୍ୟାଟେରୀ ଚୋରୀ ହୋଇଥିବା ବେଳେ ଏହି ଘଟଣାରେ ଜଣକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ମିଳିଥିବା ପ୍ରାପ୍ତ ଘଟଣା ଅନୁଯାୟୀ ଧାମରା ଗ୍ରାମର ଶ୍ରୀକାନ୍ତ ମାଝୀ(୨୫) ଗତକାଲି ସନ୍ଧ୍ୟା ସମୟରେ ସ୍ୱାସ୍ଥ୍ୟକେନ୍ଦ୍ରରେ କେହି ନଥିବା ବେଳେ ଗ୍ରାଲର ଚାବି ଭାଙ୍ଗି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ଏକ ଇନଭର୍ଟର ଏବଂ ବ୍ୟାଟେରୀ ଚୋରୀ କରି ନେଇଥିଲେ । ଏହି ସମୟରେ ସ୍ଥାନୀୟ ଜନସାଧାରଣ ଏହାକୁ ଦେଖି ଧାମରା ପୁଲିସକୁ ଖବର ଦେବା ସହ ସଂପୃକ୍ତ ଯୁବକକୁ ଅଟକ ରଖିଥିଲେ । ଧାମରା ପୁଲିସ ଆସି ସଂପୃକ୍ତ ଯୁବକଙ୍କ ପାଖରୁ ବ୍ୟାଟେରୀ କୁ ଜବତ କରିଥିବାବେଳେ ଖବର ଲେଖା ହେବା ପର୍ଯ୍ୟନ୍ତ ଇନଭର୍ଟର ପାଇ ନଥିବା ଜଣାଯାଇଛି । ସଂପୃକ୍ତ କେସରେ ଧାମରା ଥାନାର ଅଧିକାରୀ ଶ୍ରୀକାନ୍ତ ମାଝୀକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରୀ ରଖିଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଚଳିତ ବର୍ଷ ମଧ୍ୟରେ ଧାମରା ସ୍ୱାସ୍ଥ୍ୟକେନ୍ଦ୍ରରୁ ଏହା ଦ୍ୱିତୀୟ ଚୋରୀ ଅଭିଯୋଗ । ପ୍ରଥମ ଥର ଚୋରୀ ହୋଇଥିବା ବ୍ୟାଟେରୀ ଏବଂ ଇନଭର୍ଟରର ଆଜି ପର୍ଯ୍ୟନ୍ତ କୌଣସି ଖବର ମିଳି ନଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.