Home ଜିଲ୍ଲା ପରିକ୍ରମା ବକେୟା ଟି.ଏମ.ସି. ପାଉଣା ଦାବିରେ ୨ୟ ଦିନରେ ସରପଞ୍ଚଙ୍କ ଧାରଣା

ବକେୟା ଟି.ଏମ.ସି. ପାଉଣା ଦାବିରେ ୨ୟ ଦିନରେ ସରପଞ୍ଚଙ୍କ ଧାରଣା

58

ଭଦ୍ରକ, ୧୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସରପଞ୍ଚମାନେ ବ୍ଲକ ସମ୍ମୁଖରେ ଟି.ଏମ.ସି. ପାଊଣା ପୈଠ ଦାବିରେ ଚଳାଇଥିବା ଧାରଣା ଆଜି ଦ୍ୱିତୀୟ ଦିନରେ ଚାଲୁରହିଛି। ସରପଞ୍ଚ ଜଗବନ୍ଧୁ ଦାସ, ବିଜୟ କୁମାର ସ୍ୱାଇଁ, ମନୋଜ କୁମାର ନାୟକ, ସୁବାସ କାଣ୍ଡି, ପ୍ରଶାନ୍ତ କୁମାର ସାହୁ ପ୍ରମୁଖ ଧାରଣାରେ ବସିଥିଲେ। ପ୍ରଥମ ଲହର କରୋନା ସଂକ୍ରମଣ କାଳରେ ସରକାରଙ୍କ ନିର୍ଦ୍ଦେଶରେ ପଞ୍ଚାୟତ ଦ୍ୱାରା ପରିଚାଳିତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ବା ଟି.ଏମ.ସି. ପାଇଁ ଖର୍ଚ୍ଚ କରାଯାଇଥିବା ଅର୍ଥ ମଧ୍ୟରୁ ବକେୟା ଥିବା ୮, ୫୨୪, ୪୫୩ ଟଙ୍କା ପୈଠ ପାଇଁ ଏହି ଧରଣା ଦ୍ୱିତୀୟବାର ଅନୁଷ୍ଠିତ ହୋଇଛି। ବ୍ଲକ ଅଞ୍ଚଳରେ ଥିବା ୨୩ ଯାକ ପଞ୍ଚାୟତର ୪୯ ଟି ଟି.ଏମ.ସି. ଅନ୍ତେବାସୀମାନଙ୍କ ଖାଦ୍ୟ, ସାନିଟେସନ, ତକିଆଖୋଳ, ବେଡସିଟ ଆଦି କ୍ରୟ ସହ ଶୌଚକିଟ୍ କ୍ରୟ ଓ ପରିଚାଳନା ଖର୍ଚ୍ଚ ୧, ୨୬, ୦୮, ୯୪୦ଟଙ୍କା ମଧ୍ୟରୁ ମାତ୍ର ୪୦, ୮୪, ୪୮୭ ଟଙ୍କା ପୂର୍ବରୁ ପୈଠ କରାଯାଇଛି। ଏଥିନେଇ ପ୍ରଶାସନ ପକ୍ଷରୁ ଧାରଣାରତ ସରପଞ୍ଚମାନଙ୍କ ସହ କୌଣସି ଆଲୋଚନା କରାଯାଇ ନାହିଁ। ଆଗାମୀ ଦିନରେ ଏହି ଧାରଣାକୁ ଆହୁରି ବ୍ୟାପକ କରାଯିବ ଓ ଆବଶ୍ୟକ ହେଲେ ଏଥିପାଇଁ ଆମରଣ ଅନଶନ କରାଯିବ ବୋଲି ସରପଞ୍ଚମାନଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.