Home ଜିଲ୍ଲା ପରିକ୍ରମା ବଉଳା କଲେଜରେ ସ୍ୱଚ୍ଛତା ଅଭିଯାନ, ସୁସ୍ଥ ମଣିଷ, ସୁସ୍ଥ ପରିବେଶକୁ ଗୁରୁତ୍ୱ – ଶିବ ଖାମୁରାଇ

ବଉଳା କଲେଜରେ ସ୍ୱଚ୍ଛତା ଅଭିଯାନ, ସୁସ୍ଥ ମଣିଷ, ସୁସ୍ଥ ପରିବେଶକୁ ଗୁରୁତ୍ୱ – ଶିବ ଖାମୁରାଇ

22

ଭଦ୍ରକ, ୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ନୂଆ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ହାଟଡିହି ବ୍ଲକ୍ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସୋସୋ ଆନୁକୂଲ୍ୟରେ ଏକ ପ୍ଲାଷ୍ଟିକ୍‌ମୁକ୍ତ ସ୍ୱଚ୍ଛତା ଅଭିଯାନ ପାଳନ କରାଯାଇଛି । ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ହାତରେ ପ୍ଲାକାର୍ଡ ଧରି ପରିବେଶ ସମ୍ପର୍କିତ ବିଭିନ୍ନ ସ୍ୱଚ୍ଛ ପରିମଳ ଆମର ସମ୍ବଳ, ପରିବେଷ ସୁରକ୍ଷା ଜୀବନ ରକ୍ଷା, ସଭିଏ ପଢନ୍ତୁ ସଭିଏ ଶିଖନ୍ତୁ ଆଦି ସ୍ଲୋଗାନ ଦେଇ ବଜାର ପରିକ୍ରମା କରିବା ସହ ନିକଟସ୍ଥ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ଯଜ୍ଞ ପଡ଼ିଆ ପରିସରକୁ ସଫେଇ କରିଥିଲେ । ଏନେଇ ଆୟୋଜିତ ସଚେତନତା ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶିବ ଚରଣ ଖାମୁରାଇ କହିଲେ, ସୁସ୍ଥ ମଣିଷ ଟିଏ ପାଇଁ ସୁସ୍ଥ ପରିବେଶ ଟିଏ ଲୋଡ଼ା । ଯେଉଁ ପରିବେଶରେ ମାଟି, ପାଣି, ପବନରେ ଆମେ ବସବାସ କରୁଛେ ତାହା ପ୍ରତି ମୁହୂର୍ତ୍ତରେ ଦୂଷିତ ହେବାରେ ଲାଗିଛି ଏବଂ ସମଗ୍ର ବିଶ୍ୱ ଏକ ଭୟାନକ ଭବିଷ୍ୟତ ଆଡ଼କୁ ଗତି କରୁଛି । ଆଧୁନିକ ସଭ୍ୟତା ନାମରେ ସୁନ୍ଦର ପ୍ରକୃତିକୁ ବିକୃତ କରାଯାଉଛି । ତେଣୁ ସ୍ୱଚ୍ଛତା ସୁନ୍ଦର ପରିବେଶ ଆଜିର ଆହ୍ୱାନ । ସାମାଜିକ ସେବା କାର୍ଯ୍ୟକ୍ରମରେ ସଂଯୋଜକ ଅଧ୍ୟାପକ ଜିତେନ୍ଦ୍ର କୁମାର ମହାନ୍ତି ଓ ନୋଡାଲ ଅଫିସର ଅଧ୍ୟାପକ ଫକୀର ଚରଣ ଶଂଙ୍ଖୁଆ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଉଦୟ କୁମାର ନନ୍ଦ, ସଚ୍ଚୀନ୍ଦ୍ର ରାଉତରାୟ, ଅନିରୁଦ୍ଧ ରାଉତ, ହୃଦାନନ୍ଦ ପାଣିଗ୍ରାହୀ, ବିଜୟ କୁମାର ମଲ୍ଲିକ, ଅଧ୍ୟାପକ ଲୋପାମୁଦ୍ରା ଶା, କ୍ରିଡ଼ା ଶିକ୍ଷକ ହେମନ୍ତ କୁମାର ନାଥ, କର୍ମଚାରୀ ଦୁର୍ଯ୍ୟୋଧନ ବାରିକ, ଗୌରାଙ୍ଗ ବେହେରା, ଅନାମ ପଣ୍ଡିତ, ଦୟାନିଧି ଦାସ ପ୍ରମୁଖ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.