Home ଜିଲ୍ଲା ପରିକ୍ରମା ବଇଂଚା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ରେ ନୂତନ ଡାକ୍ତର ନିଯୁକ୍ତି

ବଇଂଚା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର(ନୂତନ)ରେ ନୂତନ ଡାକ୍ତର ନିଯୁକ୍ତି

81

ଭଦ୍ରକ, ୧୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ନିକଟସ୍ଥ ବଇଂଚା ସ୍ୱାସ୍ଥ୍ୟକେନ୍ଦ୍ର (ନୂତନ)ରେ ଜଣେ ଏମ ବିବିଏସ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରାପ୍ତ ଖବରରୁ ଜଣାଯାଇଛି କରଞ୍ଜମାଳ ପଂଚାୟତର ପୂର୍ବତନ ସରପଂଚ ତଥା ସମାଜସେବୀ ରମେଶ ନାୟକଙ୍କ ଏବଂ ଚାନ୍ଦବାଲି ବିଧାୟକଙ୍କ ପ୍ରଚେଷ୍ଠା ରେ ନୂତନ ଡାକ୍ତରଙ୍କୁ ନିଯୁକ୍ତି ମିଳଛି । ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡ. ସୁଭଜିତ ରାଉଳ ବାସୁଦେବପୁର ରେ ୫ ଦିନ ଡ୍ୟୁଟି କରିବା ବେଳେ ସପ୍ତାହରେ ୨ଦିନ ବଇଂଚା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଡ୍ୟୁଟି କରିବେ ବୋଲି ଭଦ୍ରକ ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପତ୍ରସଂଖ୍ୟା ୩୧୯/୧୧ଜାନୁଆରୀ ୨୦୨୨ରେ ସୂଚନା ମିଳିଛି । ଏଠାରେ ସୁଚନାଯୋଗ୍ୟ ଦୀର୍ଘ ୮ବର୍ଷ ହେବ ଏହି ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ କେବଳ ଜଣେ ଆୟୁଶ ଡାକ୍ତର କାର୍ଯ୍ୟ ଚଳାଇ ଆସୁଥିଲେ । ନୂତନ ଏମବିବିଏସ ଡାକ୍ତରଙ୍କ ନିଯୁକ୍ତିକୁ ନେଇ ଅଂଚଳବାସୀ ମଧ୍ୟରେ ଖୁସିର ଲହରି ଖେଳିଯାଇଥିବା ବେଳେ ସେମାନେ ଚାନ୍ଦବାଲି ବିଧାୟକ ଏବଂ କରଞ୍ଜମାଳ ପଂଚାୟତର ସମାଜସେବୀ ରମେଶ ନାୟକଙ୍କୁ ନିଜର କୃତଞ୍ଜତା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.