ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗରଦପୁର ଭଦ୍ରକର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ‘ବଂଶୀ ବଲ୍ଲଭ ସାହିତ୍ୟ ସଂସ୍କୃତି ପରିଷଦ’ ତା’ର ଦୁଇଦିନିଆ ୫୩ତମ ବାର୍ଷିକ ଉତ୍ସବ ପାଳନ କରିଛି । ଏହି ଉତ୍ସବର ପ୍ରଥମ ସନ୍ଧ୍ୟାରେ ଅନୁଷ୍ଠାନର ସଭାପତି କବି ବିଜୟ ବହଳୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଭଦ୍ରକ ବିଧାୟକ ସଂଜିବ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟ ଅତିଥିଙ୍କ ମଧ୍ୟରେ କାଉନ୍ସିଲର ସେକ୍ ଗରିବୁଲ୍ଲା, ସେକ୍ ଜୁଲ୍ଫୁକାର ଅଲୀ, ତାହେର ମହମ୍ମଦ, ସେକ୍ ନାସିର, ସେକ୍ ସହିଦ୍, ସେକ୍ କାଲା, ଅଶୋକ ମହାପାତ୍ର ଓ ନାଟ୍ୟନିର୍ଦ୍ଦେଶକ ଗୌରାଙ୍ଗ ଚନ୍ଦ୍ର ବାରିକ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ଏବଂ ଲୋକନାଟ୍ୟ ‘ମୋଗଲ ତାମ୍ସା’ କିପରି ଭଦ୍ରକର ଗୌରବ ସାଜିଛି ସେ ବିଷୟରେ ଆଲୋକପାତ କରିଥିଲେ । ସଭାରେ ଶିକ୍ଷୟିତ୍ରୀ ମନୋରମା ଆଚାର୍ଯ୍ୟ ସ୍ୱାଗତ ଭାଷଣ ପ୍ରଦାନ କରିଥିଲା ବେଳେ ଅନୁଷ୍ଠାନର ସମ୍ପାଦକ ପ୍ରଦୋତ୍ତନ ସୁଆର ସମ୍ପାଦକୀୟ ବିବରଣୀ ପ୍ରକାଶ କରିଥିଲେ ।
ଆଚାର୍ଯ୍ୟ ନିତ୍ୟାନନ୍ଦ ମିଶ୍ର ବେଦପାଠ କରିଥିବା ବେଳେ ସହସମ୍ପାଦକ ଅଶୋକ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସଭ୍ୟ ଜଗନ୍ନାଥ ମହାରାଜ, ସରୋଜ ସିଂ, ନିହାର ସିଂ, ପୀତବାସ ବହଳୀ, ଶିବୁନ୍ ଅଗସ୍ତି ସଭା ସଞ୍ଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭ୍ୟ ପିନାକ ପଣ୍ଡା, ରଞ୍ଜନ ମହାନ୍ତି, ଚିନ୍ମୟ ସାହୁ, କମଳାକାନ୍ତ ଯେନା, ପ୍ରହଲ୍ଲାଦ ଦାସ, ବୃନ୍ଦାବନ ସାହୁ, ସ୍ନେହ ରଂଜନ ମାଝୀ, ରାଜେଶ ମହାନ୍ତି, ରାଜେଶ ମହାପାତ୍ର, ସିବନ ସେନାପତି, ବଳରାମ ଯେନା, କସ୍ତୁରୀ ପଣ୍ଡା, ରଚିତା ଦାସ, ମିନତି ବାରିକ, ସତ୍ୟବ୍ରତ ଚକ୍ରବର୍ତ୍ତୀ, ଗୁରୁ ସୁରେନ୍ଦ୍ର ଗାହାଣ ପ୍ରମୁଖ ସଭାକୁ ସୁଚାରୁ ରୂପେ ପରିଚାଳନା କରିବା ସହ ପ୍ରଥମ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଂସ୍କୃତି କାର୍ଯ୍ୟକ୍ରମ ‘ମୋଗଲ ତାମ୍ସା’ରେ ଅଭିନୟ କରିଥିଲେ । ଦ୍ୱିତୀୟ ସନ୍ଧ୍ୟାରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ନାଟକ ‘ମଣିଷ ଗଛର ଛାଇ’ ମଞ୍ଚସ୍ଥ ହୋଇଥିଲା । ଯେଉଁଥିରେ ହଜାର ହଜାର ଦର୍ଶକ ଅଭିନୟକୁ ପ୍ରଶଂସା କରିଥିଲେ ।