Home ଜିଲ୍ଲା ପରିକ୍ରମା ଗଡ଼ିଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସଚେତନତା ରଥ

ଗଡ଼ିଲା ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ ସଚେତନତା ରଥ

15

ଭଦ୍ରକ, ୭ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚୂଡ଼ାନ୍ତ ଓ ସୁସ୍ଥ ଭୋଟର ତାଲିକା ପ୍ରକାଶନ ପାଇଁ ଅକ୍ଟୋବର ୨୭ ରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟ ଆରମ୍ଭ କରାଯାଇଛି । ଡ଼ିସେମ୍ବର ୯ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକ୍ରିୟା ସମ୍ବନ୍ଧରେ ଜନ ସଚେତନତା ବିଶେଷ କରି ୧୭ ରୁ ୧୮ ବର୍ଷ ବୟସର ଯୁବ ବର୍ଗଙ୍କୁ ନୂତନ ଭୋଟର ଭାବେ ନାମ ପଞ୍ଜିକରଣ ପାଇଁ ସଚେତନ କରାଯିବା ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ପ୍ରସ୍ତୁତ ଏକ ସଚେତନତା ରଥର ପରିକ୍ରମା ପାଇଁ ଶୁଭାରମ୍ଭ କରାଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଏହି ରଥକୁ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ ପତାକା ପ୍ରଦର୍ଶନ କରି ଉଦ୍‌ଘାଟନ କରିଥିଲେ । ଭଦ୍ରକ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଣ୍ଟିଆ,ସ୍ୱତନ୍ତ୍ର ଭୂଅର୍ଜନ ଅଧିକାରୀ କାର୍ତ୍ତିକ ନାଥ ମଣ୍ଡଳ, ଡ଼େପୁଟି କଲେକ୍ଟର ନିର୍ବାଚନ, ସାଗରିକା ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଉକ୍ତ ବିଭାଗୀୟ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ନୂଆ ଭୋଟର ନାମ ପଞ୍ଜିକରଣ ପାଇଁ ଅଫ୍‌ଲାଇନ୍ ଓ ଅନ୍ ଲାଇନ୍ ବ୍ୟବସ୍ଥା, ନଭେମ୍ବର ୫,୧୧,୧୯,୨୫ରେ ହେଉଥିବା ସ୍ୱତନ୍ତ୍ର ଅଭିଯାନ ଦିବସ ଏବଂ ଉକ୍ତ ଦିବସରେ ସମସ୍ତ ବୁଥ ଖୋଲା ରହିବା ଆଦି ସମସ୍ତ ସୁବିଧା ସୁଯୋଗ ସମ୍ବନ୍ଧରେ ରଥ ଜରିଆରେ ବାର୍ତ୍ତା ପ୍ରଦାନ କରାଯାଉଛି । ନୂଆ ଭୋଟର ନାମ ପଞ୍ଜିକରଣ ଓ ସଂକ୍ଷିପ୍ତ ସଂଶୋଧନ ପ୍ରକ୍ରିୟା ସମ୍ବନ୍ଧରେ ପ୍ରଚାର ପତ୍ର ବଣ୍ଟନ, ଡ଼ାକବାଜି ଯନ୍ତ୍ର ଦ୍ୱାରା ସଂଗୀତ ପରିବେଷଣ ଓ ରାଜ୍ୟ ନିର୍ବାଚନ ଆୟୋଗ ଦ୍ୱାରା ଜାରି ବିଭିନ୍ନ ବାର୍ତ୍ତା ମଧ୍ୟ ଜନ ସାଧାରଣଙ୍କ ଉଦ୍ଦେଶ୍ୟରେ ଏହି ରଥ ଜରିଆରେ ପ୍ରଚାର କରାଯାଉଛି । ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ଏହି ରଥ ପରିକ୍ରମା କରିବା ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.