Home ଓଡ଼ିଶା ଘରଭଙ୍ଗା, ଫସଲନଷ୍ଟ ଓ ପଶୁ ସମ୍ପଦ ନଷ୍ଟର ଆକଳନ କରି କ୍ଷତିପୂରଣ ତୁରନ୍ତ ପହଁଚାନ୍ତୁ ରାଜ୍ୟ...

ଘରଭଙ୍ଗା, ଫସଲନଷ୍ଟ ଓ ପଶୁ ସମ୍ପଦ ନଷ୍ଟର ଆକଳନ କରି କ୍ଷତିପୂରଣ ତୁରନ୍ତ ପହଁଚାନ୍ତୁ ରାଜ୍ୟ ସରକାର-ଧର୍ମେନ୍ଦ୍ର ପ୍ରଧାନ

338

ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ ପରେ ମୁଖ୍ୟଶାସନ ସଚିବଙ୍କ ସହ କଥାବାର୍ତ୍ତା
ଭୁବନେଶ୍ବର, ୭ ମଇ (ଓଡ଼ିଆ ପୁଅ) – ଘରଭଙ୍ଗା, ଫସଲନଷ୍ଟ ଓ ପଶୁ ସମ୍ପଦ ନଷ୍ଟର ଆକଳନ କରି କ୍ଷତିପୂରଣ ତୁରନ୍ତ ପହଁ ଚାଇବା ବାତ୍ୟା ଅଞ୍ଚଳ ଲୋକଙ୍କର ପ୍ରମୁଖ ଦାବି ପ୍ରସଙ୍ଗରେ ରାଜ୍ୟ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ସହ ଫୋନ୍‌ଯୋଗେ କଥା ହୋଇ ଅବଗତ କରାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଫୋନି ବାତ୍ୟାରେ ବିଧ୍ୱସ୍ତ ପୁରୀ ଜିଲ୍ଲା ଗସ୍ତ ସମୟରେ ଲୋକ ମାନଙ୍କ ସହ କଥାବାର୍ତ୍ତା ହେବା ସମୟରେ ଘରଭଙ୍ଗା, ଫସଲନଷ୍ଟ ଓ ପଶୁ ସମ୍ପଦ ନଷ୍ଟର ଆକଳନ ପୂର୍ବ ପ୍ରାକୃତିକ ବିପର୍ଯ୍ୟୟ ଗୁଡିକରେ ବିଳମ୍ବିତ ହେବା କାରଣରୁ ସରକାରୀ ସହାୟତା ମିଳିବାରେ ସମସ୍ୟା ତିଆରି ହୋଇଥିବା ବାତ୍ୟାରେ ପ୍ରଭାବିତ ଲୋକମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଇଥିଲେ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁରୀ ଜିଲ୍ଲାର ପୁରୀ ସହରର ବିଭିନ୍ନ ତଳିଆ ଅଞ୍ଚଳ, ନିମାପଡ଼ା, ଗୋପ, କୋଣାର୍କ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ଅନେକ ଅଂଚଳ ବୁଲି ଲୋକଙ୍କ ସୁବିଧା ଅସୁବିଧା ବୁଝି ବା ପରେ ତୁରନ୍ତ ସମସ୍ୟାର ସମାଧାନ ପାଇଁ ରାଜ୍ୟ ମୁଖ୍ୟଶାସନ ସଚିବଙ୍କ ସହ କଥା ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.