Home Top News ଫେସବୁକ୍ ଓ ହ୍ୱାଟ୍ସଆପ୍ ଭିତରେ ହଜି ଯିବାକୁ ବସିଛି ପୋଷ୍ଟର ଓ ବ୍ୟାନର, ପ୍ରାର୍ଥୀଙ୍କ ନିର୍ବାଚନ...

ଫେସବୁକ୍ ଓ ହ୍ୱାଟ୍ସଆପ୍ ଭିତରେ ହଜି ଯିବାକୁ ବସିଛି ପୋଷ୍ଟର ଓ ବ୍ୟାନର, ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାର ଓ ପ୍ରସାରର ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ

51

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୂର୍ବ ନିର୍ବଚନ ଗୁଡ଼ିକରେ ପୋଷ୍ଟର, ବ୍ୟାନର, ତୋରଣ, କାନ୍ଥଲେଖା ଓ ଡ଼ାକବାଜି ଯଂନ୍ତ୍ର ବିଭିନ୍ନ ଦଳର ପ୍ରାର୍ଥୀମାନଙ୍କର ନିର୍ବାଚନ ପ୍ରଚାରର ମାଧ୍ୟମ ଥିବା ବେଳେ ଏଥର କରୋନା କଟକଣା ଯୋଗୁଁ ପ୍ରଚାର ଓ ପ୍ରସାରର ମାଧ୍ୟମ ପାଲଟିଛି ସୋସିଆଲ ମିଡ଼ିଆ। ଆଗାମୀ ପଂଚାୟତ ନିର୍ବାଚନକୁ ଆଉ କେତୋଟି ଦିନ ବାକୀ ରହିଥିଲେ ସୁଦ୍ଧା ଆଗରପଡ଼ା ଓ ତା ଆଖପାଖ ଅଂଚଳରେ ଆଉ ଆକର୍ଷଣୀୟ ଆଖି ଦୃଶିଆ ପୋଷ୍ଟର, ବ୍ୟାନର ଆଦି ଦେଖିବାକୁ ମିଳୁ ନାହିଁ। ଦଳର ଆଭିମୁଖ୍ୟ, ଅନ୍ୟ ଦଳକୁ ସମାଲୋଚନା କିମ୍ବା ନିଜ ପାଇଁ ଭୋଟ ଭିକ୍ଷା କରିବାର ମାଧ୍ୟମ ପ୍ରାର୍ଥୀ ତଥା ନେତାମାନଙ୍କର ପ୍ରଥମ ପସନ୍ଦ ପାଲଟି ଯାଇଛି “ସୋସିଆଲ ମିଡ଼ିଆ”। ଆଜି କାଲି ସମାଜର ସବୁ ବର୍ଗର ବ୍ୟକ୍ତି ମୋବାଇଲ ବ୍ୟବହାର କରୁଛନ୍ତି। ଫେସବୁକ୍ ଓ ହ୍ୱାଟ୍ସଆପକୁ ବ୍ୟବହାର କରି ସମସ୍ତେ ପ୍ରାର୍ଥୀ ତଥା ରାଜନୈତିକ ଦଳ ସଂପର୍କରେ ଜାଣି ପାରୁଛନ୍ତି। ଏହି ମାଧ୍ୟମ ନେତା, ପ୍ରାର୍ଥୀ ଓ ସାଧାରଣ ଭୋଟରମାନଙ୍କୁ ପ୍ରଚାରରେ ସୁବିଧା ହେଉଛି। ବିଭିନ୍ନ ପ୍ରକାରର ହ୍ୱାଟ୍ସଆପ୍ ଗୃପମାନ ଖୋଲି ବିଭିନ୍ନ ଦଳ ସେମାନଙ୍କ ନିଜନିଜ ପ୍ରାର୍ଥୀଙ୍କ ସପକ୍ଷରେ ମତାମତ ମାନ ଲୋଡ଼ିବା ସହ ଜନମତ ସଂଗ୍ରହ କରି ପାରୁଛନ୍ତି। ମାତ୍ର ଆଉ କିଛି ମନ୍ଦ ଉଦ୍ଦେଶ୍ୟ ରଖି ଫେକ୍ ଆଇଡ଼ି ମାଧ୍ୟମରେ ମିଛ ତଥ୍ୟ ଫେସବୁକ୍ ଓ ହ୍ୱାଟ୍ସଆପ ମାଧ୍ୟମରେ ଭାଇରାଲ କରୁଥିବାରୁ ବିଷମ ପରିସ୍ଥିତି ସୃଷ୍ଟି ହେଉଛି। ଯାହାର ଅନେକ ନଜୀର ରହିଛି। କାନ୍ଥଲେଖା ପୋଷ୍ଟର ଓ ବ୍ୟାନର ଆଦି ମାଧ୍ୟମରେ ପ୍ରଚାର ବ୍ୟୟ ବହୁଳ ହେଉଥିବା ବେଳେ ଚଳିତ ବର୍ଷ କରୋନା ଯୋଗୁଁ ପ୍ରଚାର ଓ ପ୍ରସାରରେ ବହୁ କଟକଣା ଲଗା ଯାଇଥିବାରୁ ସୋସିଆଲ ମିଡ଼ିଆ ଏହାର ମାଧ୍ୟମରେ ପାଲଟିଛି ଓ ଆଗାମୀ ଦିନରେ ଏହାର ପ୍ରଚଳନ ଜୋର ଧରିବ ତେଣୁ ଏହି ମାଧ୍ୟମକୁ ଅନେକ ଆପଣାଇ ନେଉଥିବାର ଜଣାପଡ଼ିଛି ଓ ଏଥର ପଂଚାୟତ ନିର୍ବାଚନରେ ଏହାର ପ୍ରଭାବ ମଧ୍ୟ ଖୁବ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପୋଷଣ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.