Home ଓଡ଼ିଶା ଫେସବୁକରେ ଆର୍ମିଅଫିସର ପରିଚୟ ଦେଇ ବାଇକ ବିକ୍ରିର ମେସଜ ଛାଡି ଆଦିବାସୀ ଯୁବକ ଙ୍କ ଠାରୁ...

ଫେସବୁକରେ ଆର୍ମିଅଫିସର ପରିଚୟ ଦେଇ ବାଇକ ବିକ୍ରିର ମେସଜ ଛାଡି ଆଦିବାସୀ ଯୁବକ ଙ୍କ ଠାରୁ ଠକିନେଲେ ୫୩ହଜାର ଟଙ୍କା

7

ମାଲକାନଗିରି,୨୬ା୯ (ଓଡିଆ ପୁଅ ) ଫେସବୁକରେ ଆର୍ମିଅଫିସର ପରିଚୟଦେଇ ପୁରୁଣା ବାଇକ ବିକ୍ରି କରିବା ନାମରେ ଜଣେ ଆଦିବାସୀ ଯୁବକଙ୍କ ଠାରୁ ଠକିନେଇଛନ୍ତି ୫୩ହଜାର ଟଙ୍କା । ନିଜକୁ ଆର୍ମିଅଫିସର ପରିଚୟ ଦେଇ ନିଜର ଏକ ଦାମି ବାଇକ କୁ କମ ମୂଲ୍ୟରେ ବିକ୍ରି କରିବା ପାଇଁ ଫେସବୁକରେ ବାଇକର ଫଟୋ ସହ ମେସେଜ ଛାଡିଥିଲେ କଲିକତାର ଜଣେ ଯୁବକ । ଏହି ମେସଜକୁ ଦେଖି କମ ମୂଲ୍ୟରେ ଏକ ବାଇକ ମିଳୁଥିବାର ଲୋଭରେ ମାଲକାନଗିରି ଜିଲ୍ଲା ମାଥିଲି ଥାନାସ୍ଥ ଡେଙ୍ଗାଗୁଡା ଗ୍ରାମର ଜଗନ୍ନାଥ ଭୂମିୟା ତାଙ୍କ ସହିତ ଯୋଗ ଯୋଗ କରିଥିଲେ । ଅନ ଲାଇନ ରେ ଗାଡିର କାଗଜ ପତ୍ର ଅରିନ୍ଦମ ରାୟ ଓ ସେ ଜଣେ ଆର୍ମିବିଭାଗର କର୍ମଚାରୀ ବୋଲି ପରିଚୟ ମିଳିବାରୁ ଜଗନ୍ନାଥ ବାଇକ କ୍ରୟକରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ସେ ଯୁବକ ରମେଶ ନାମରେ ଥିବା ଏକ ଏକାଉଟଂ ନମ୍ବର କୁ ଟଙ୍କା ପଠାଇବା ପାଇଁ କହିବାରୁ ଜଗନ୍ନାଥ କ୍ରମାଗତ ଭାବେ ସେ ଏକାଉଟଂ କୁ ୫୨ହଜାର ୮୫୪ ଟଙ୍କା ପଠାଇଥିଲେ । ଟଙ୍କା ପଠାଇବା ପରେ ମଧ୍ୟ ସେ ବାଇକ ନ ଦେବାରୁ ତୁରନ୍ତ ବାଇକ ପଠାଅ ବୋଲି ଜଗନ୍ନାଥ କହିବାରୁ ସେ ଉତର ଦେଇଥିଲେ ମୁ ଜଣେ ଆର୍ମି ବିଭାଗର କର୍ମଚାରୀ ଇଚ୍ଚାକଲେ ତୁମ ଜୀବନ ବରବାଦ କରିଦେବି.ତୁମକୁ ବିଭିନ୍ନ କେସ ନାମରେ ଫସାଇଦେବି ତୁମେ କେଉଁଠି ଚାକିରି ପାଇପାରିବ ନାହିଁ,ଯଦି ଭବିଷ୍ୟତ ଭଲ ଚାହୁଁଚ ତାହେଲେ ଆଉ୨୧ହଜାର ଟଙ୍କା ସେହି ଏକାଉଟଂରେ ଜମାକର,ନଚେତ ଭଲ ହେବାନାହିଁ, ମୁ ଜଣେ ଗରିବ ଯୁବକ ଆଉ ଟଙ୍କା ଦେଇ ପାରିବା ନାହିଁ,ମୁ ପୋଲିସକୁ ଜଣାଇବି ଜଗନ୍ନାଥ କହିବାରୁ ତୁମ ପୁଲିସ ମୋ ଅଣ୍ଡରରେ ମୋର କିଛି ହେବ ନାହିଁ,କେସ ବି କରିବୁ ଯଦି କର ବୋଲି ସେ ଯୁବକ ଧମକ ଦେଇଥିଲା । ଆଜି ଏ ସଂପର୍କରେ ଜଗନ୍ନାଥ ଭୁମିୟା ମାଲକାନଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.