Home ଜିଲ୍ଲା ପରିକ୍ରମା ଫେବୃୟାରୀ ୧୬ ଭାରତ ବନ୍ଦ ପାଇଁ କୃଷକ ସଭାର ପ୍ରସ୍ତୁତି ବୈଠକ

ଫେବୃୟାରୀ ୧୬ ଭାରତ ବନ୍ଦ ପାଇଁ କୃଷକ ସଭାର ପ୍ରସ୍ତୁତି ବୈଠକ

15

ଭଦ୍ରକ, ୧୦ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୋଦି ସରକାର ଜାତୀୟ ସଂପତ୍ତି ବିକ୍ରି ବନ୍ଦ କରିବା, ସମ୍ବିଧାନର ସୁରକ୍ଷା, ସଂଘୀୟ ବ୍ୟବସ୍ଥାର ସୁରକ୍ଷା, ସମସ୍ତ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟଯୁକ୍ତ ଆଇନ୍ ପ୍ରଣୟନ କରିବା, ସମସ୍ତ କୃଷକମାନଙ୍କ କୃଷି ଋଣ ଛାଡ କରିବା, ଶ୍ରମିକ ବିରୋଧୀ ଶ୍ରମକୋର୍ଡ ବାତିଲ କରିବା ଆଦି ଦାବି ନେଇ ଆସନ୍ତା ଫେବୃୟାରୀ ୧୬ ସର୍ବଭାରତୀୟ ସାଧାରଣ ଧର୍ମଘଟକୁ ଚାନ୍ଦବାଲି ବ୍ଲକ୍‌ରେ ସଫଳ କରିବା ପାଇଁ ଅଖିଳ ଭାରତ କୃଷକ ସଭାର ପ୍ରସ୍ତୁତି ବୈଠକ ମତୋ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବରିଷ୍ଠ ଚାଷୀ ନେତା ବ୍ରହ୍ମାନନ୍ଦ ପରିଡା ଅଧ୍ୟକ୍ଷତା କରିଥିବାବେଳେ ଅଖିଳ ଭାରତ କୃଷକ ସଭା ରାଜ୍ୟ ଯୁଗ୍ମ ସଂପାଦକ ବିକାଶ ନାଥ, ଜିଲା ସଭାପତି ଚନ୍ଦ୍ରଶେଖର ନାୟକ, ଜିଲା କମିଟି ସଭ୍ୟ ମଳୟ ଭୋଇ, ଚାନ୍ଦବାଲି ବ୍ଲକ୍ ସଂପାଦକ ଗୌରାଙ୍ଗ ଯେନା, ବ୍ଲକ୍ କମିଟି ସଭ୍ୟ ଜୟୀରାମ ଦାସ, କୀର୍ତ୍ତନ ବିଶ୍ୱାଳ, ଗଂଗାଧର ମହାଳିକ, ଫକୀର ସ୍ୱାଇଁ, ଦିବାକର ସେନାପତି, ସୁବାଷ ସ୍ୱାଇଁ, ଶଙ୍କର୍ଷଣ ବିଶ୍ୱାଳ, ସୃଷ୍ଟି ବିଶ୍ୱାଳ, ବିପ୍ରଚରଣ ସେଠୀ, ବାଇଧର ସେଠୀ, ଶୁକଦେବ ଜେନା ପ୍ରମୁଖ ଯୋଗଦେଇ ଚାନ୍ଦବାଲି ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବନ୍ଦ ଆନ୍ଦୋଳନ ସଂଗଠିତ କରାଯିବ ବୋଲି ନିଷ୍ପତ୍ତି ନେଇଥିଲେ । ଏହି ବନ୍ଦ ଆନ୍ଦୋଳନକୁ ଚାନ୍ଦବାଲି ଅଂଚଳବାସୀ ସଫଳ କରିବାକୁ କୃଷକ ସଭାର ନେତୃତ୍ୱ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.