Home Top News ଫେବୃଆରୀ ୧୯ରୁ ୨୨ ରାଷ୍ଟ୍ରପତିଙ୍କ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତ

ଫେବୃଆରୀ ୧୯ରୁ ୨୨ ରାଷ୍ଟ୍ରପତିଙ୍କ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଗସ୍ତ

38

ଭୁବନେଶ୍ୱର ୧୯ -୨ (ଓଡ଼ିଆ ପୁଅ) ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଫେବୃଆରୀ ୧୯ରୁ ୨୨, ୨୦୨୨ରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ।

ଫେବୃଆରୀ ୨୦, ୨୦୨୨ରେ ରାଷ୍ଟ୍ରପତି ପୁରୀ ଠାରେ ଗୋଡ଼ୀୟ ମଠ ଏବଂ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କର ତିନି ବର୍ଷିଆ ୧୫୦ତମ ଜନ୍ମବାର୍ଷିକୀ ସମାରୋହକୁ ଉଦଘାଟନ କରିବେ।

ଫେବୃଆରୀ ୨୧, ୨୦୨୨ରେ ରାଷ୍ଟ୍ରପତି ବିଶାଖାପାଟଣା ଠାରେ ଫ୍ଲିଟ୍‌ ରିଭ୍ୟୁ ଏବଂ ଫ୍ଲାଏପାଷ୍ଟ ଅବଲୋକନ କରିବେ। ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ଭାବେ ଭାରତର ରାଷ୍ଟ୍ରପତି ନିଜର କାର୍ଯ୍ୟକାଳ ସମୟରେ ଗୋଟିଏ ଥର ‘ରାଷ୍ଟ୍ରପତିଙ୍କର ଫ୍ଲିଟ ରିଭ୍ୟୁ’ର ଏକ ଅଂଶବିଶେଷ ସ୍ବରୂପ ଭାରତୀୟ ନୌସେନାର ଫ୍ଲିଟ୍‌ ରିଭ୍ୟୁ କରିଥାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.