Home Top News ଆଜି ପୁରୀ ଆସୁଛନ୍ତି ରାଷ୍ଟ୍ରପତି : ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ...

ଆଜି ପୁରୀ ଆସୁଛନ୍ତି ରାଷ୍ଟ୍ରପତି : ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

53

ପୁରୀ ୧୯-୨ (ଓଡ଼ିଆ ପୁଅ) ଭାରତର ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କ ଗସ୍ତ ହେତୁ ପୁରୀ ଶ୍ରୀମନ୍ଦିର ସାଧାରଣ ଜନତାଙ୍କ ପାଇଁ ଦୁଇ ଘଣ୍ଟା ବନ୍ଦ ରହିବ। ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିର ସାଧାରଣ ଜନତାଙ୍କ ପାଇଁ ବନ୍ଦ ରହିବ। ସୂଚନାଯୋଗ୍ୟଯେ, ରାଷ୍ଟ୍ରପତି ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିବାର ବ୍ୟବସ୍ଥା ରହିଛି।

ସୂଚନାଯୋଗ୍ୟଯେ, ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଫେବୃଆରୀ ୧୯ ରୁ ୨୨, ୨୦୨୨ରେ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ଗସ୍ତ କରିବେ। ଫେବୃଆରୀ ୨୦, ୨୦୨୨ରେ ରାଷ୍ଟ୍ରପତି ପୁରୀ ଠାରେ ଗୋଡ଼ୀୟ ମଠ ଏବଂ ମିଶନର ପ୍ରତିଷ୍ଠାତା ଶ୍ରୀମଦ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କର ତିନି ବର୍ଷିଆ ୧୫୦ତମ ଜନ୍ମବାର୍ଷିକୀ ସମାରୋହକୁ ଉଦଘାଟନ କରିବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.