Home ଜିଲ୍ଲା ପରିକ୍ରମା ଫାଇଭ୍ ଟି ଅନୁଦାନକୁ ଉପହାସ, ଶିକ୍ଷକ ଅଭାବକୁ ନେଇ ରମ୍ଭିଳା ହାଇସ୍କୁଲରେ ପଡିଲା ତାଲା

ଫାଇଭ୍ ଟି ଅନୁଦାନକୁ ଉପହାସ, ଶିକ୍ଷକ ଅଭାବକୁ ନେଇ ରମ୍ଭିଳା ହାଇସ୍କୁଲରେ ପଡିଲା ତାଲା

75

ଭଦ୍ରକ, ୧୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଦ୍ରକ ବ୍ଲକ୍ ଅଧୀନସ୍ଥ ରମ୍ଭିଳା ହାଇସ୍କୁଲରେ ଫାଇଭ୍ ଟି ଅନୁଦାନ ଉପହାସରେ ପରିଣତ ହୋଇଛି । ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ କେବଳ ବିଦ୍ୟାଳୟ ଓ ତାର ପରିସର ଚକାଚକ କରିଦେଲେ ଛାତ୍ରଛାତ୍ରୀଙ୍କର ଭବିଷ୍ୟତ ଉଜ୍ଜ୍ୱଳ ହୁଏନାହିଁ, ଯେଉଁଠି ଶିକ୍ଷାଦାନର ଅଭାବ ଥାଏ । ଏହି ବିଦ୍ୟାଳୟରେ ଶିକ୍ଷକଙ୍କ ଅଭାବକୁ ନେଇ ଯେଉଁ ଅସନ୍ତୋଷ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ଓ ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରେ ଦାନା ବାନ୍ଧିଥିଲା, ତାହା ଆଜି ଉଗ୍ରରୂପ ନେଇଇଛି । ଫଳରେ ଉକ୍ତ ବିଦ୍ୟାଳୟରେ ଚାବି ପକାଇ ଦେଇଛନ୍ତି ଆନ୍ଦୋଳନକାରୀମାନେ । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଏହି ବିଦ୍ୟାଳୟରେ ଅଷ୍ଟମ ଓ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ୧୮୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବାବେଳେ ପ୍ରଧାନ ଶିକ୍ଷକଙ୍କ ସମେତ ଖେଳ, ସଂସ୍କୃତ ଓ କେବଳ ହିନ୍ଦୁ ଶିକ୍ଷକଙ୍କୁ ନେଇ ଚାଲିଛି ବିଦ୍ୟାଦାନ । ସାହିତ୍ୟ, ଇଂରାଜୀ ଗଣିତ, ବିଜ୍ଞାନ, ଭୂଗୋଳ ଓ ଇତିହାସ ଭଳି ବିଷୟରେ ଦୀର୍ଘ ଦେଢବର୍ଷ ହେବ କୌଣସି ଶିକ୍ଷକ ନାହାଁନ୍ତି । ଶିକ୍ଷା ବିଭାଗ ସମେତ ଜନ ପ୍ରତିନିଧି, ୫ଟି ସଚିବଙ୍କୁ ଏ ବିଷୟରେ ଅବଗତ କରାଯାଇଥିଲେ ମଧ୍ୟ କୌଣସି ପ୍ରତିକାର କରାଗଲାନାହିଁ । ଯାହାକୁ ନେଇ ପୁଂଜିଭୂତ ଅସନ୍ତୋଷର ଅଗ୍ନି ପ୍ରତିଫଳିତ ହୋଇଛି ଏହି ବିଦ୍ୟାଳୟରେ ଯାହାକୁ ନେଇ ବିଦ୍ୟାଳୟରେ ତାଲା ପକାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପ୍ରତିବାଦ ଜଣାଇଛନ୍ତି ସ୍ଥାନୀୟ ଅଂଚଳବାସୀ । ଆଜି ବିଦ୍ୟାଳୟ ଖୋଲିବା ସମୟରେ ଗ୍ରାମର ଶତାଧିକ ଅଭିଭାବକ ବିଦ୍ୟାଳୟ ନିକଟରେ ପହଞ୍ôଚ ଗେଟ୍‌ରେ ତାଲା ପକାଇ ଦେଇଥିଲେ । ଫଳରେ ବିଦ୍ୟାଳୟ ବନ୍ଦ ରହିବା ସହ ଗେଟ୍ ସମ୍ମୁଖରେ ଛାତ୍ରଛାତ୍ରୀମାନେ ବସି ଶିକ୍ଷକ ନିଯୁକ୍ତି ନେଇ ନାରାବାଜି କରିଛନ୍ତି । ଏହି ବିଦ୍ୟାଳୟଟି ୫-ଟି ରେ ଅନ୍ତର୍ଭୁକ୍ତ ହୋଇଥିଲେ ମଧ୍ୟ ଶିକ୍ଷକ ଅଭାବରୁ ପିଲାମାନଙ୍କୁ ପାଠ ପଢିବାରେ ବହୁ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି । ଏଥିନେଇ ସ୍ଥାନୀୟ ଗ୍ରାମବାସୀ ଓ ଜନ ପ୍ରତିନିଧିମାନେ ବାରମ୍ବାର ଜିଲା ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ଶିକ୍ଷାଧିକାରୀଙ୍କୁ ଅବଗତ କରାଉଥିଲେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଶେଷରେ ବାଧ୍ୟହୋଇ ଏଭଳି ପଦକ୍ଷେପ ନେଇଥିବା ବିଷୟ କହିଛନ୍ତି ଜଣେ ଅଭିଭାବକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.