Home କୋରାପୁଟ ଫଳକକୁ ନେଇ ଜିଲ୍ଲାପରିଷଦ ବୈଠକରେ ହଟ୍ଟଗୋଳ

ଫଳକକୁ ନେଇ ଜିଲ୍ଲାପରିଷଦ ବୈଠକରେ ହଟ୍ଟଗୋଳ

120

କୋରାପୁଟ ୧୮-୧୦(ଓଡିଆ ପୁଅ/ରଂଜନ କୁମାର ଦାସ) ପଟ୍ଟାଙ୍ଗୀର ନିଲାମପାଡୁରେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏନଏଚ-୨୬ଠାରୁ ନିଲାମପାଡୁ ପର୍ଯ୍ୟନ୍ତ  ରାସ୍ତା ଓ ବ୍ରିଜ  ବିଧାୟକ ପୀତମ ପାଢୀ ଗତକାଲି ଭିତିପ୍ରସ୍ତର ସ୍ଥାପନ କରିଥିଲେ  ଯେଉଁଥିରେ କୋରାପୁଟ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ରଘୁରାମ ପଡାଲ ଓ ପୂର୍ବତନ ପଟ୍ଟାଙ୍ଗୀ  ବିଧାୟକ ପ୍ରଫୁଲ୍ଲ ପାଙ୍ଗୀ ସମ୍ମାନ୍ନିତ ଅତିଥିଭାବେ ଯୋଗଦେଇଥିଲେ ।ଭିତିପ୍ରସ୍ତର ଫଳକରେ  କୋରାପୁଟ ସାଂସଦ ସପ୍ତଗିରି ଉଲକା ଓ ବ୍ଲକ ଅଧ୍ୟକ୍ଷ  ଜଗତଜ୍ୟୋତି ପାଙ୍ଗୀଙ୍କ ନାମ ନ ଥିବାରୁ  କଂଗ୍ରେସ ଓ ବିଜେପି କର୍ମିମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା ।ଏପରିକି ସାଂସଦ କୋରାପୁଟ ଜିଲ୍ଲାପାଳଙ୍କୁ ଏ ସଂପର୍କରେ ଅବଗତ କରିବା ସହ ଅସନ୍ତୋଷ ବ୍ୟକ୍ତ କରିଥିଲେ ।ଭିତି ପ୍ରସ୍ତର ଫଳକରେ ନାମ ନ ରହିବାକୁ ନେଇ ଆଜି ଜିଲ୍ଲାପରିଷଦ ବୈଠକରେ ତୁମୁଳ ହଟ୍ଟଗୋଳ ହୋଇଥିଲା ।କୋରାପୁଟ ସାଂସଦଙ୍କ ଅନୁପସ୍ଥିତିରେ ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ ଗତକାଲି ଭିତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ କାହିଁକି ସାଂସଦଙ୍କୁ  ନିମନ୍ତ୍ରଣ କରାଗଲା ନାହିଁ ବୋଲି ବୈଠକରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ କିଶୋର ଚନ୍ଦ୍ର ନାୟକଙ୍କୁ ପ୍ରଶ୍ନ କରିଥିଲେ ।ଭିତିପ୍ରସ୍ତର କାର୍ଯ୍ୟକ୍ରମ ସଂପର୍କରେ ସେ କିଛି ଜାଣିନାହାନ୍ତି ବୋଲି କହିବାର ଶ୍ରୀ କାଡାମ କ୍ଷୁବ୍ଧ ହୋଇ କୋରାପୁଟରେ ଜିଲ୍ଲାପ୍ରଶାସନ ଅଛି କି ନାହିିଁ ବୋଲି ପାଲଟା ପ୍ରଶ୍ନ କରିଥିଲେ ।ରାସ୍ତା ଓ ବ୍ରିଜ କାମ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ  କରାଯାଇଥିଲା ବୋଲି ଉପସ୍ଥିତ ବିଧାୟକ ଶ୍ରୀ ପାଢୀ  ପ୍ରକାଶ କରିଥିଲେ ।ସେତେବେଳେ ଯିଏ ଉପସ୍ଥିତ ଥାଏ ସେମାନଙ୍କ ନାମ ଫଳକରେ ରହିଥାଇ ବୋଲି ସେ ପ୍ରକାଶ କରିଥିଲେ । ମୁଁ ଯାହା କରିଛି ଠିକ ବୋଲି ସେ ସୂଚନା ଦେଇଥିଲେ ।ଏହାପରେ  ଜୟପୁର ବିଧାୟକଙ୍କ ପ୍ରତିନିଧି ଭଗବାନ ବାହିନିପତି  ଓ ବ୍ଲକ ଅଧ୍ୟକ୍ଷ ଶ୍ରୀ ପାଙ୍ଗୀ ଭିତିପ୍ରସ୍ତର ସ୍ଥାପନରେ କାହିଁକି ସାଂସଦଙ୍କ ନାମ ଲେଖାହେଲା ନାହିଁ ବୋଲି କହିବାରୁ ବିଜେଡିର ନାରସୁଲ କାମାଡି ଓ ନାରାୟଣ ବିଷୋୟୀ  ପଟ୍ଟାଙ୍ଗୀ ବିଧାୟକଙ୍କ ସପକ୍ଷରେ କହିବାରୁ ବୈଠକରେ ପ୍ରବଳ ପାଟିତୁଣ୍ଡ ନଜର କରାଯାଇଥିଲା ।କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଓ କୋରାପୁଟ ବିଧାୟକଙ୍କ ପ୍ରତିନିଧି ଇଶ୍ୱର ପାଣିଗ୍ରାହୀ ହସ୍ତକ୍ଷେପ କରିବା ପରେ ପରିସ୍ଥିତ ଶାନ୍ତ ହୋଇଥିଲା ।ପୂର୍ବତନ ବିଧାୟକ ପ୍ରଫୁଲ୍ଲ ପାଙ୍ଗୀଙ୍କ ନାମ କିପରି ରହିଲା ବୋଲି ଅଧ୍ୟକ୍ଷ ଶ୍ରୀ ପାଙ୍ଗୀ ପ୍ରଶ୍ନ କରିବା ସହ ରାଜ୍ୟ ସରକାର ୫ଟି ଉପରେ ଗୁରୁତ୍ୱ ଦେଉଥିବା ବେଳେ କୋରାପୁଟରେ କିପରି ୫ଟି ଚାଲୁଛି ତାହା ଏଥିରୁ ଅନୁମେୟ ବୋଲି ସେ ପ୍ରକାଶ କରିଥିଲେ ।ଏହା ବିରୋଧରେ ବିଜେପି କର୍ମିମାନେ ଆନ୍ଦୋଳନ କରିବା ସହ ନୂଆ ଫଳକ ଲଗେଇବେ ବୋଲି ସେ ସୂଚନା ଦେଇଥିଲେ । ଭିତିପ୍ରସ୍ତର ସ୍ଥାପନରେ ଯେଉଁମାନଙ୍କ ନାମ ରହିଛି ସେମାନେ ହିଁ କରିଥିବେ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଥିଲେ ।ଯଦି ଉପରିସ୍ଥ ଅଧିକାରୀ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେବେ ତାହା ହେଲେ ତଦନ୍ତ କରାଯାଇ କାଯର‌୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.