Home ଓଡ଼ିଶା ଚାଲାଣ ବେଳେ ଚୋରା ଗଞ୍ଜେଇ ଜବତ

ଚାଲାଣ ବେଳେ ଚୋରା ଗଞ୍ଜେଇ ଜବତ

144

ମୟୁରଭଞ୍ଜ,୧୮/୧୦,(ଓଡ଼ିଆ ପୁଅ ପି ନାଏକ):ଆଜି ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ଅବକାରୀ ବିଭାଗ ଚୋରା ଗଞ୍ଜେଇ ଜବତ କରିଛି । ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢାଉ କରିବା ସହିତ  ଅଭିଯୁକ୍ତକୁ ଗିରଫ କରିଛି ଅବକାରୀ ବିଭାଗ । ତେବେ ମିଳିଥିବା ସୂଚନା ଅନୁଯାୟୀ,ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ଡୁକୁରା ଗ୍ରାମରେ ଚୋରା ଗଞ୍ଜେଇ ବେପାର ଚାଲିଥିବା ଖୁଂଟା ଅବକାରୀ ବିଭାଗ ବିଶେଷ ସୂତ୍ରରୁ ଖବର ପାଇଥିଲା । ଯାହାକୁ ନେଇ ଆଜି ସକାଳ ସମୟରେ ଅବକାରୀ ବିଭାଗ ଡୁକୁରା ଅଂଚଳର ଜଗତ ବଲ୍ଲଭ ବହେରାଙ୍କ ଘରେ ଚଢାଉ କରିଥିଲା । ତାଙ୍କ ନିକଟରୁ ଚୋରାରେ ବିକ୍ରି କରାଯାଉଥିବା ୩ କେ.ଜି. ୪୫୦ଗ୍ରାମ ଗଞ୍ଜେଇ ଜବତ କରିଛି ଖୁଂଟା ଅବକାରୀ ବିଭାଗ । ଏହା ସହିତ ଚୋରା ବେପାରୀ ଜଗତ ବଲ୍ଲଭକୁ ବିଭାଗ ଗିରଫ କରିଛି । ଜବତ ଗଞ୍ଜେଇର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.