Home ଓଡ଼ିଶା ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ କମିଟି ବୈଠକ ଅନୁଷ୍ଠିତ

ଫରୱାର୍ଡ଼ ବ୍ଲକ୍‌ର ରାଜ୍ୟ କମିଟି ବୈଠକ ଅନୁଷ୍ଠିତ

62

ଭୁବନେଶ୍ୱର ୦୪-୦୯ (ଓଡ଼ିଆ ପୁଅ) ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଦ୍ୱାରା ପ୍ରତିଷ୍ଠିତ ରାଜନୈତିକ ଦଳ “ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଲକ୍‌”, ଓଡ଼ିଶା ରାଜ୍ୟ କମିଟିର ବୈଠକ ଆଜି ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ସାଥି ପୂର୍ଣ୍ଣ ଚନ୍ଦ୍ର ପାଢ଼ୀଙ୍କ ସଭାପିତତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଦେଶ ତଥା ରାଜ୍ୟର ବିଭିନ୍ନ ଜ୍ୱଳନ୍ତ ଜନ ସମସ୍ୟା ସଂକ୍ରାନ୍ତରେ ଆଲୋଚନା କରାଯାଇଥିଲା। କରୋନା ମହାମାରୀ ସାରାଦେଶରେ ଦୃତ ଗତିରେ ବଢ଼ି ଚାଲିଥିବା ବେଳେ ତାହାକୁ ନିୟନ୍ତ୍ରଣ କରାଇବାରେ ବିଫଳ କେନ୍ଦ୍ର ସରକାର, ଦେଶର ରଷ୍ଟ୍ରାୟତ ଉଦ୍ୟୋଗମାନଙ୍କରୁ ବ୍ୟାପକ ଶ୍ରମିକ ଛଟେଇ କରିବା, କ୍ଷତିର ଆଳ ଦେଖାଇ ବିଭିନ୍ନ ରଷ୍ଟ୍ରାୟତ ସଂସ୍ଥାଗୁଡ଼ିକୁ ଶାଗ ମାଛ ଦରରେ ବିଭିନ୍ନ ଘରୋଇ ବହୁରାଷ୍ଟ୍ରୀୟ କମ୍ପାନୀମାନଙ୍କୁ ବିକ୍ରି କରିଦେବା, କେନ୍ଦ୍ର ସରକାରଙ୍କ ଭୁଲ ଆର୍ôଥକ ନୀତି ଯୋଗୁଁ ଦେଶର ଅର୍ଥନୀତି ରସାତଳ ଗାମୀ ହୋଇ ଜି-ଡି-ପି- -୨୩ ପ୍ରତିଶତରେ ପହଂଚିବା, ବେକାରୀ ସମସ୍ୟା ସର୍ବକାଳୀନ ରେକର୍ଡ଼ ଭଙ୍ଗ କରିବା ଭଳି ସମସ୍ୟା ସଂକ୍ରାନ୍ତରେ ବିସ୍ତାର ଭାବରେ ଆଲୋଚନା କରାଯାଇଥିଲା। ଭାରତ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଜାତୀୟ ଶିକ୍ଷା ନୀତି-୨୦୨୦ ଦେଶର ପ୍ରଚଳିତ ଶିକ୍ଷା ବ୍ୟବସ୍ଥାକୁ ଧ୍ୱଂସ କରି ଦେବା ସହ ଛାତ୍ରଛାତ୍ରୀମାନଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥା ସଂକ୍ରାନ୍ତରେ ଶିକ୍ଷା ଗ୍ରହଣରୁ ବଂଚିତ କରାଇବ ବୋଲି ଏହି ବୈଠକରେ ମତ ପ୍ରକାଶ ପାଇଥିଲା। ଅନ୍ୟପଟରେ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟଗୁଡ଼ିକର ପରିଚଳନା ନିୟମ ପରିବର୍ତ୍ତନ କରି ସେଗୁଡ଼ିକୁ ସରକାରୀ ନିୟନ୍ତ୍ରଣକୁ ନେବା ପାଇଁ ରାଜ୍ୟ କ୍ୟାବିନେଟ୍‌ରେ ଗ୍ରହଣ କରିଥିବା ନିଷ୍ପତି ବିଶ୍ୱବିଦ୍ୟାଳୟ ଓ ସର୍ବୋପରି ଛାତ୍ର ଓ ଅଧ୍ୟାପକ-ଅଧ୍ୟାପିକାମାନଙ୍କର ଗଣତାନ୍ତ୍ରିକ ଅଧିକାର ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ୱତନ୍ତ୍ରତାକୁ ଧ୍ୱଂସ କରିଦେବ ବୋଲି ଆଜି ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଥିଲା। ଏହା ବିରୋଧରେ ଓ ସର୍ବୋପରି ଜନ ସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ଫରୱାର୍ଡ଼ ବ୍ଲକ ପକ୍ଷରୁ ରାଜ୍ୟବ୍ୟାପୀ ଜନ ସଚେତନତା କାର୍ଯ୍ୟକ୍ରମ ସଂଗଠିତ କରିବା ପାଇଁ ଆଜି ଏହି ରାଜ୍ୟକମିଟି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି। ଆଜିର ଏହି ବୈଠକରେ ଫରୱାର୍ଡ଼ ବ୍ଲକର ରାଜ୍ୟ ସାଧାରଣ ସଂପାଦକ ଜ୍ୟୋତି ରଂଜନ ମହାପାତ୍ର ବିଭିନ୍ନ ପ୍ରସ୍ତାବମାନ ଆଗତ କରିଥିବା ବେଳେ ସଂପାଦକ ମଣ୍ଡଳି ସଭ୍ୟ ଜିତେନ୍ଦ୍ରୀୟ ବେହେରା, ଗୋପାଲ ଚନ୍ଦ୍ର ଅଗ୍ରୱାଲ, ସର୍ବେଶ୍ୱର ମିଶ୍ର ଓ ରାଜ୍ୟ କମିଟି ସଭ୍ୟ ଆଳୋକ ମହାପାତ୍ର, ସମରଜିତ୍ ମହାନ୍ତି, ପ୍ରଦୀପ ଦାସ, ବିଭୁଧେନ୍ଦ୍ର ପାଢ଼ୀ, ମିଟୁ ମହାପାତ୍ର, ବିଜୟ ସାହୁ, ସୌମ୍ୟ ରଂଜନ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.