Home କେନ୍ଦୁଝର ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ଚାଉଳ ଯୋଗାଣରେ ଅନିୟମିତତା

ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ଚାଉଳ ଯୋଗାଣରେ ଅନିୟମିତତା

152

ହାଟଡିହି-୨୦/୯ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତକୁ ଚାଉଳ ଯୋଗାଣରେ ଅିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ପଞ୍ଚାୟତକୁ ଆଲଟମେଣ୍ଟ ଅନୁଯାଇ ଚାଉଳ ଦିଆନଯାଇ ବହୁ କମ ପରିମାଣରର ଚାଉଳ ଓ ଗହମ ଦିଆଯାଇଥିବାରୁ ହିତାଧିକାରୀ ମାନେ ଚାଉଳ ପାଇବାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ଏହି ପଞ୍ଚାୟତକୁ ଜୁଲାଇ ଓ ଅଗଷ୍ଟ ମାସରେ ଓ କେନ୍ଦ୍ରସରକାରଙ୍କ ଦ୍ୱାରା ପ୍ରଦତ୍ତ ଚାଉଳକୁ ମିଶାଇ ସେଲ ରେଜିଷ୍ଟର ଅନୁସାରେ ୧୧୨୭କୁଇଣ୍ଟାଲ ୬୬କେଜି ଚାଉଳ ମିଳିବାକୁ ଥିବାବେଳେ ଯୋଗାଣ ବିଭାଗ ପକ୍ଷରୁ ୯୮୮କୁଇଣ୍ଟାଲ ୫୬କିଲୋ ଚାଉଳ ଦିଆଯାଇଛି । ଫଳରେ ପଞ୍ଚାୟତକୁ ୧୩୯କୁଇଣ୍ଟାଲ ୧୦କେଜି ଚାଉଳ ଓ ୧୬କୁଇଣ୍ଟାଲ ଗହମ କମ ଦିଆଯାଇଛି । ଯାହାଦ୍ୱାରାକି ପଞ୍ଚାୟତର ଶହଶହ ହିତାଧିକାରୀ ଜୁଲାଇ ଓ ଅଗଷ୍ଟ ମାସର ଚାଉଳ ଓ ଗହମ ପାଇବାରୁ ବଞ୍ଚିତ ହୋଇ ନିୟମିତ ପଞ୍ଚାୟତ କାର‌୍ୟ୍ୟାଳୟକୁ ଦୌଡୁଥିଲେ । ଯୋଗାଣ ବିଭାଗ ପକ୍ଷରୁ ଆଜି ଯିବ କାଲି ଯିବ କହି ସମୟ ଗଡାଇବାପରେ ସେପ୍ଟେମ୍ବର ଓ ଅକ୍ଟୋବର ମାସ ପାଇଁ ଆସିଥିବା ଚାଉଳରୁ ପଞ୍ଚାୟତ କର୍ତ୍ତୁପକ୍ଷ ବକେୟା ଚାଉଳ ଦେଇଦେବାପରେ ଯୋଗାଣ ବିଭାଗ ପକ୍ଷରୁ ଆଉ ଚାଉଳ କି ଗହମ ଯୋଗାଯାଉ ନାହିଁ । ଫଳରେ ହିତାଧିକାରୀ ମାନଙ୍କୁ ସେପ୍ଟେମ୍ବର ଓ ଅକ୍ଟୋବର ମାସର ଚାଉଳ ବଣ୍ଟନ ହୋଇପାରୁ ନାହିଁ । ଯଦି ତୁରନ୍ତ ଆମକୁ ଚାଉଳ ଦିଆନଯାଏ ତେବେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇବୁ ବୋଲି ହିତାଧିକାରୀ ମାନେ ଚେତାବନୀ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.