Home Top News ପ୍ରେମ ପରେ ସମ୍ପର୍କ – ଏବେ ପ୍ରେମିକା ଚୁମ୍ବନ କଲା, ସାଧିରେ ସିଗାରେଟ ପିଇଲା ତା’...

ପ୍ରେମ ପରେ ସମ୍ପର୍କ – ଏବେ ପ୍ରେମିକା ଚୁମ୍ବନ କଲା, ସାଧିରେ ସିଗାରେଟ ପିଇଲା ତା’ ପରେ ଗୁଳି ମାରିଲା – ଗାର୍ଲଫ୍ରେଣ୍ଡ ଗିରଫ

133

ନୂଆଦିଲ୍ଲୀ ୧୭ ଡିସେମ୍ବର (ଓଡ଼ିଆ ପୁଅ) ଯେତେବେଳେ ଗାର୍ଲଫ୍ରେଣ୍ଡ ଅନୁଭବ କରିବାକୁ ଲାଗିଲା ଯେ ତା’ ପ୍ରେମିକ ତା’ଠାରୁ ଦୂରେଇଲାଣି, ସେତେବେଳେ ପ୍ରେମିକା ତା’ ପ୍ରେମିକକୁ ଗୁଳି ଚଳାଇଲା। ଏହି ଘଟଣା ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାର। ଜଣେ ୨୨ ବର୍ଷ ବୟସ୍କା ମହିଳା ତା’ ପ୍ରେମିକଙ୍କୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। କୁହାଯାଉଛି ଯେ ଯୁବକ ଏବଂ ଯୁବତୀ ଗତ ୪ ବର୍ଷ ଧରି ସମ୍ପର୍କ ରଖିଥିଲେ। ଗୁରୁବାର ଦିନ ପୋଲିସ କହିଛି ଯେ ତା’ ପ୍ରେମିକକୁ ଚୁମ୍ବନ ଦେବା ସହ ତା’ ସହ ସିଗାରେଟ ଟାଣିବା ପରେ ହଠାତ୍ ଯୁବତୀ ତାକୁ ଗୁଳି କରିଛି।

ଯୁବକର ବୟସ ମଧ୍ୟ ୨୨ ବର୍ଷ ବୋଲି କୁହାଯାଉଛି। କୁହାଯାଉଛି ଯେ ପ୍ରେମିକାର ଗୁଳି ପ୍ରେମିକର ପେଟକୁ ଛୁଇଁ ପରେ ବାହାରକୁ ଯାଇଥିଲା। ଏହି ଆକ୍ରମଣରେ ସେ କିନ୍ତୁ ବଞ୍ଚିଯାଇଛନ୍ତି। ପରେ ପୋଲିସ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି। ପୋଲିସର ସୂଚନାନୁସାରେ, ବୁଧବାର ରାତିରେ କାଟୱା ପୋଲିସ ଷ୍ଟେସନ ଅନ୍ତର୍ଗତ କେସିଆ ଗ୍ରାମରେ ଏହି ଘଟଣା ଘଟିଛି।

ଯୁବକ ପୋଲିସ ଷ୍ଟେସନରେ ଦେଇଥିବା ଅଭିଯୋଗ ଅନୁଯାୟୀ, ତାଙ୍କ ପ୍ରେମିକା ତାଙ୍କୁ ସ୍ଥାନୀୟ ସର୍କସ ଗ୍ରାଉଣ୍ଡକୁ ଆସିବାକୁ କହିଥିଲେ। ଯୁବକ ନିକଟରେ ଝାଡଖଣ୍ଡର ଘରକୁ ଫେରି ଆସିଥିଲା। ମହିଳା ଜଣକ ଯୁବକକୁ ଆଲିଙ୍ଗନ କଲା, ଚୁମ୍ବନ ଦେଲା ତା’ପରେ ମିଶି ସିଗାରେଟ୍ ଟାଣିଲେ ଏବଂ ହଠାତ୍ ସେ ବନ୍ଧୁକ ବାହାର କରି ଗୁଳି ଚଳାଇଲେ।

ତେବେ ଗୁଳିଟି ଯୁବକଙ୍କୁ ହାଲୁକା ଭାବେ ବାଜିଥିବା ବେଳେ ତାଙ୍କ ଜୀବନ ବଞ୍ଚି ଯାଇଛି। ମହିଳା ଜଣକ ଗୁଳି ଚଳାଇବା ପରେ ସେଠାରୁ ପଳାଇ ଯାଇଥିଲେ। ଏହା ପରେ ଯୁବକ ଜଣକ ଚିତ୍କାର କରିବା ଆରମ୍ଭ କଲେ। ଏହା ପରେ ପୋଲିସ ମହିଳାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ବନ୍ଧୁକ ମଧ୍ୟ ଜବତ କରିଥିଲା। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ଗତ କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଦୂରତା ବୃଦ୍ଧି ପାଇଥିଲା, ଯେଉଁଥିପାଇଁ ମହିଳା ଜଣକ ତାଙ୍କ ପ୍ରେମିକଙ୍କୁ ଗୁଳି ଚଳାଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.