Home ଓଡ଼ିଶା ଚିତ୍ତ ରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଚି କ୍ରାଇମବ୍ରାଞ୍ଚ

ଚିତ୍ତ ରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣାର ତଦନ୍ତ କରୁଚି କ୍ରାଇମବ୍ରାଞ୍ଚ

107

ପୁରୀ ୧୭-୧୨ (ଓଡ଼ିଆ ପୁଅ) ବହୁ ଚର୍ଚ୍ଚିତ ପୁରୀର ଚିତ୍ତ ରଂଜନ ପଲେଇଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟଣା ର ତଦନ୍ତ କରୁଚି କ୍ରାଇମବ୍ରାଞ୍ଚ। ମୃତ ଦେହ ମିଳିଥିବା ସ୍ଥାନ କ୍ରାଇମବ୍ରାଞ୍ଚ ଟିମ ଅନୁଧ୍ୟାନ ପରେ ଘଟଣା ଦିନ ଚିତ୍ତ ସହିତ ଭୋଜିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜେରା ଆରମ୍ଭ କରିଛି। ପୁରୀ ବାସେଳି ସାହି ଥାନାରେ ଏହି ଜେରା ଚାଲିଛି। ଅଟକ ଥିବା ଚିତ୍ତର ସାଙ୍ଗ ଶାସନ ଦାମୋଦର ପୁରର ଜଗନ୍ନାଥ ଷଡ଼ଙ୍ଗୀ, ବାସୁଦେବପୁରର ସୂର୍ଯ୍ୟ ପ୍ରସାଦ ମିଶ୍ର, ଚିତ୍ତଙ୍କ ପୁତୁରା ଦୀଲିପ ପଲାଇ, ବ୍ରହ୍ମଗିରି ବ୍ରାହ୍ମଣୀଆର ଉମାକାନ୍ତ ପାଇକରାୟ ଓ ଗୋପାଳପୁରର ସର୍ଵେଶ୍ୱର ଜେନାଙ୍କ ବୟାନ ରେକର୍ଡ କରାଯାଉଛି। ସଦରଥାନା ପୋଲିସ ପକ୍ଷରୁ ଗତକାଲି ପର୍ଯ୍ୟନ୍ତ ହୋଇଥିବା ମାମଲାର କେସ୍ ଡାଏରୀ କ୍ରାଇମବ୍ରାଞ୍ଚ ଟିମ୍ କୁ ପ୍ରଦାନ କରାଯାଇଛି। ଏହାପରେ ଟିମ୍ ସାନବନ୍ଧକେରା ସ୍ଥିତ ମୃତ ଚିତ୍ତରଞ୍ଜନ ପଲାଇଙ୍କ ଘରକୁ ଯାଇ ତା ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.