Home Top News ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ କେନ୍ଦ୍ରାପଡାରେ ୧୩୧ ଜିଲ୍ଲା ପରିଷଦ ପ୍ରାର୍ଥୀ

ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ କେନ୍ଦ୍ରାପଡାରେ ୧୩୧ ଜିଲ୍ଲା ପରିଷଦ ପ୍ରାର୍ଥୀ

60

କେନ୍ଦ୍ରାପଡ଼ା ୨୫ -୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଆଜି ଥିଲା ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଶେଷ ଦିନ। କେନ୍ଦ୍ରାପଡା ଜିଲ୍ଲାରେ ମୋଟ ୧୪୨ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳଙ୍କ ଦ୍ୱାରା ପ୍ରାର୍ଥୀପତ୍ର ଯାଞ୍ଚ ପରେ ୩ଟି ନାକଚ ହୋଇଯାଇଥିଲା। ଆଜି ୮ଜଣ ସ୍ୱାଧୀନ ପ୍ରାର୍ଥୀ ସେମାନଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେବା ପରେ ଆସନ୍ତା ନିର୍ବାଚନରେ ଆଉ ୧୩୧ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା ପାଇଁ ରହିଲେ ବୋଲି ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି। ସେଥିମଧ୍ୟରୁ ବିଜୁ ଜନତା ଦଳର ୩୨ଜଣ ପ୍ରାର୍ଥୀ ଥିବା ବେଳେ, କଂଗ୍ରେସର ୩୨ଜଣ, ବିଜେପିର ୩୨ଜଣ, ବହୁଜନ ସମାଜ ପାର୍ଟିର ୩ଜଣ, ସିପିଆଇର ୨ଜଣ, ସିପିଆଇ(ଏମ)ର ୨ଜଣ, ଆମ ଅଦ୍‌ମି ପାର୍ଟିର ୨ଜଣ, ଓଡିଶା ପ୍ରଗତୀ ଦଳର ଜଣେ, ଓଡିଶା ଜନତା ପାର୍ଟିର ୩ଜଣ ଓ ୨୨ଜଣ ସ୍ୱାଧୀନ ପ୍ରାର୍ଥୀ ରହିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.