Home Top News କାଲିମେଳା ଜୋନ ୨ର ବିଜେପି ଜିଲ୍ଲା ପରିଷଦ ପ୍ରାଥିନୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହର ପରେ ନିଖୋଜ, ଭାଜପା...

କାଲିମେଳା ଜୋନ ୨ର ବିଜେପି ଜିଲ୍ଲା ପରିଷଦ ପ୍ରାଥିନୀଙ୍କ ପ୍ରାର୍ଥୀପତ୍ର ପ୍ରତ୍ୟାହର ପରେ ନିଖୋଜ, ଭାଜପା ଦଳ ପକ୍ଷରୁ ଥାନାରେ ଅଭିଯୋଗ।

53

ମାଲକାନଗିରି/, ୨୫/୧ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ପରିଷଦ ସଭ୍ୟା ପ୍ରାର୍ଥୀ ଭାବେ ଇଞ୍ଜିନିୟର ଚାକିରୀ ଛାଡି ପର୍ଥୀ ପତ୍ର ଦାଖଲ କରିଥିବା ଜଣେ ଉଚ୍ଚ ଶିକ୍ଷିତା ଆଦିବାସୀ ଝିଅ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ନିଖୋଜ ହୋଇ ଯିବା ଘଟଣା ସମସ୍ଥଙ୍କୁ ଚକିତ କରିଛି।

କାଲିମେଳା ବ୍ଲକରୁ ବିଜେପି ଦଳର ଜିଲ୍ଲା ପରିଷଦଜୋନ ୨ ପ୍ରାଥୀନି ରୀନା କବାସୀ ନିଖୋଜ ଥିବା ଅଭିଯୋଗ କରି ଆଜି କାଲିମେଳା ଥାନାରେ କାଲିମେଳା ଭାଜପା ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ ଏକ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଥାଉକି କାଲିମେଳା ବ୍ଲକ ରେ ତିନୋଟି ଜୋନ ପାଇଁ ତିନି ଦଳ ତାରପ୍ରାଥୀ ପତ୍ର ଦାଖଲ କରିଥିଲା ବେଳେ କାଲିମେଳା ଜୋନ ୨ ପାଇଁ ମହିଳା ପ୍ରାଥୀ ପାଇଁ ସଂରକ୍ଷିତ ଥିଲା। ଏହାକୁ ଦୃଷ୍ଟିରେ ରଖି ସବୁଦଳ ନିଜ ନିଜ ପ୍ରାଥୀ ଚୟନରେ ବ୍ୟସ୍ତ ହୋଇ ପ୍ରାଥୀ ଚୟନ କରିଥିଲେ କଂଗ୍ରେସ ପକ୍ଷରୁ କଷି ମାଡକାମୀ ପ୍ରାର୍ଥୀନୀ ହୋଇଥିଲା ବେଳେ. ବିଜେଡି ପକ୍ଷରୁ ମମତା ପଡିଆମୀ. ବିଜେପି ପକ୍ଷରୁ ରୀନା କବାସୀ ଦଳ ପକ୍ଷରୁ ସ୍ଥିର କରାଯାଇ ନାମାଙ୍କନ ପତ୍ର ଦାଖଲ କରି ଚୟନ ହୋଇ ସାରିଥିଲା। ରୀନା କବାସୀ ନିଖୋଜ ହୋଇ ଯାଇଥିବା ଘଟଣା ଏବେ ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବିଜେପି ଦଳରେ ଭାଳେଣି ପଡିଛି। ରୀନା ଗତ ୨୦ ତାରିଖରେ ଉପ ଜିଲ୍ଲାପାଳଙ୍କ ନିକଟରେ ନାମାଙ୍କନ ଦାଖଲ କରିଥିଲେ ୨୧ ତାରିଖ ଦିନ ଯାଞ୍ଚ ପ୍ରକ୍ରିୟାରେ ଅଂଶ ଗ୍ରହଣ କରି ନାମାଙ୍କନ ପ୍ରକ୍ରିୟାରେ ଚୂଡାନ୍ତ ତାଲିକା ରେ ଫାର୍ମ ସଂଖ୍ୟା ୭ନିୟମ ୧୪(୩)ଦ୍ରଷ୍ଠାବ୍ୟ ୪ନମ୍ବର ଚୂଡାନ୍ତ ତାଲିକା ଉପ ଜିଲ୍ଲାପାଳ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶ ପାଇଥିଲା। ମଣ୍ଡଳ ସଭାପତିଙ୍କ ଅଭିଯୋଗ ଚୂଡାନ୍ତ ପରେ ବିଜେପି ଜିଲ୍ଲା ସଭାପତି ପକ୍ଷରୁ ମଣ୍ଡଳ ସଭାପତିମାନଙ୍କୁ ଜିଲ୍ଲା ପରିଷଦପ୍ରାଥୀମାନଙ୍କୁ ନଜର ରଖିବାକୁ ଦାୟିତ୍ୱ ଦିଆ ଯାଇଥିଲା। ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରହୀ ଗତ କାଲି ୧୦ ସମୟରେ ବିଜେପି କର୍ମୀମାନଙ୍କ ସହ ଏକ କାର୍ଯ୍ୟ କ୍ରମ ପାଇଁ ଜିଲ୍ଲା ପରିଷଦ ପ୍ରାଥୀନୀ ତୁମ୍ବା ଗୁଡା ସ୍ଥିତ ଘରକୁ ଯାଇଥିଲେ। ରୀନା କବାସୀ ଘରେ ନଥିବା ପରିବାର ବର୍ଗ କହିଥିଲେ। ପରେ ପରିବାର ପକ୍ଷରୁ ବାରମ୍ବାର କଥା ବଦଳାଇବା ସଠିକ ତଥ୍ୟ ନ ଦେବା ଏଥିରୁ ଅନୁମାନ କରିଥିଲେ କୌଣସି ରାଜନୈତିକ ଦଳ କିମ୍ବା କୌଣସି ଖଳ ପ୍ରକୁତି ଲୋକ ପ୍ରାଥୀନୀ ରୀନା କବାସୀଙ୍କୁ ପ୍ରତିଦ୍ୱନ୍ଦିତା କରାଇ ନ ଦେବା ପାଇଁ ପ୍ରାଥୀ ପତ୍ର ପ୍ରତ୍ୟହାର ପାଇଁ ଅର୍ଥ ଲୋଭ ଓ ଚାକିରୀ ଲୋଭ ଦେଖାଇ ନିର୍ବାଚନରୁ ନିର୍ବୁତ୍ତ କରାଯାଇଥିବା ଥାନାରେ ଦେଇ ଥିବା ଏତଲାରେ ଉଲ୍ଲେଖ କରି ଅଭିଯୋଗକରିଛନ୍ତି। ରୀନାଙ୍କ ପରିବାର ପକ୍ଷରୁ ଏ ସମ୍ପର୍କରେ କୋଣସି ପ୍ରତିକ୍ରିୟା ମିଳିନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.